ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଷ୍ଟି ହୀନତା ମୁକ୍ତ ଗ୍ରାମ ପଞ୍ଚାୟତ ନେଇ ତାଲିମ୍ କାର୍ଯ୍ୟକ୍ରମ 

ପୁଷ୍ଟି ହୀନତା ମୁକ୍ତ ଗ୍ରାମ ପଞ୍ଚାୟତ ନେଇ ତାଲିମ୍ କାର୍ଯ୍ୟକ୍ରମ 

 ଡାବୁଗାଁ, ୨୨/୮ (ମ. ନି. ସ.) – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷରେ ଦୀର୍ଘସ୍ଥାୟୀ ବିକାଶ ସ୍ଥାନୀୟକରଣ ପରିପ୍ରେକ୍ଷୀରେ ପୁଷ୍ଟି ହୀନତା ମୁକ୍ତ ଗ୍ରାମ ପଞ୍ଚାୟତ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବି ଡି ଓ ଶରତ ମାଝୀ ଙ୍କ ଅଧ୍ୟକ୍ଷତା ରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ସିପି ପ୍ରବୀଣ ପଟ୍ଟନାୟକ, ଆକାଂକ୍ଷା ବ୍ଳକ ସହଭାଗୀ ମୋନାଲ ପରିଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ ଡି ପ୍ରସାଦ, ପିରାମଲ ଫାଉଣ୍ଡେସନ ର ଶୁଭଶ୍ରୀ ଦାଶ ପ୍ରମୂଖ ତାଲିମ୍ ଦେଇଥିବା ବେଳେ ମହିଳା ସ୍ଵାସ୍ଥ୍ୟ କର୍ମୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏସିଡ଼ିଓ, ଗ୍ରାମ ରୋଜଗାର ସେବିକା ସେବକ ଓ ଆଶା କର୍ମୀ ମୋଟ ୫୨ ଜଣ ଉପସ୍ଥିତ ରହି ତାଲିମ୍ ନେଇଥିଲେ l ଏଥିରେ ପୁଷ୍ଟି ହୀନତା ହେବାର ଲକ୍ଷଣ ଓ ନିରାକରଣ କରିବା ପାଇଁ ଗ୍ରାମ ପଞ୍ଚାୟତ ଗୁଡିକୁ ପୁଷ୍ଟି ହୀନତା ମୁକ୍ତ ଗ୍ରାମ ପଞ୍ଚାୟତ ଗଢି ତୋଳିବା ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ୍ୟ l ପୁଷ୍ଟି ହୀନତା ଶିଶୁ, ଗର୍ଭବତୀ ମହିଳା ଙ୍କ କ୍ଷେତ୍ର ରେ ପୁଷ୍ଟି ହୀନତା ଦେଖା ଦେବା କ୍ଷଣି ସ୍ଥାନୀୟ ଡାକ୍ତରଖାନା କୁ ଆଣି ତୁରନ୍ତ ଚିକିତ୍ସା କରାଇବାକୁ ଆଶା ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା l ଯେପରି ସ୍ୱାସ୍ଥ୍ୟ ସେବା ରୁ କେହି ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ସମସ୍ତ ଙ୍କ ଦୃଷ୍ଟି ପକାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରାଇ ପାରିଲେ ପୁଷ୍ଟି ହୀନତା ଗ୍ରାମ ପଞ୍ଚାୟତ ନିଶ୍ଚୟ କରିପାରିବା, ଏଥିରେ ସଂଶୟ ରହିବ ନାହିଁ l ଉକ୍ତ କାର୍ଯ୍ୟକ୍ରମ କୁ ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଡାବୁଗାଁ ରେ ରାମ ନବମୀ ପାଳନ ଅବସରରେ ଶୋଭାଯାତ୍ରା 

masiha

ଧରାକୋଟ ଗଡରେ ଦେବସ୍ନାନ ପୂର୍ଣ୍ଣିମା 

Sunil Chandra Nayak

ବସ୍ତା ଷ୍ଟେସନକୁ ରେଳ ବିଭାଗରେ ବୈମାତୃକ ମନୋଭାବ ପାଇଁ କଂଗ୍ରେସ ର ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!