ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଵିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପରିଦର୍ଶନ ସମୟରେ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କିତ ବୈଠକ

ଜାତୀୟ ଵିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପରିଦର୍ଶନ ସମୟରେ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କିତ ବୈଠକ

ତାରିଖ 2୪/.08- ଜାତୀୟ ଵିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପରିଦର୍ଶନ ସମୟରେ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କିତ ବୈଠକ ଗତ ୨୧/୮/୨୫ରିଖରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲା ମଜିଷ୍ଟ୍ରେଟ୍ ଶ୍ରୀ ନବୀନ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ବିପଦ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ପାଇଁ ବୈଠକ ଆୟୋଜିତ ହୋଇଥିଲା।

ଏହି ବୈଠକରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA) ପକ୍ଷରୁ ଡ଼ା. ଏସ୍.କେ. ଜେନା (ଯୁଗ୍ମ ପରାମର୍ଶଦାତା), ଶ୍ରୀ ସୁବାଶ ଚାନ୍ଦ (ଅନୁ ସଚିବ), ଶ୍ରୀ ସୁବାଶ ଚନ୍ଦ୍ର ମହାନ୍ତି (ଲିଡ୍ କନସଲ୍ଟାଣ୍ଟ) ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ପକ୍ଷରୁ ପ୍ରମୁଖ ସାଧାରଣ ପ୍ରବନ୍ଧକ ଶ୍ରୀ ସୁବୋଧ ଆଚାର୍ଯ୍ୟ ସହିତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ, ଏବଂ ମାଲକାନାଗିରି ଓ କୋରାପୁଟର ଜିଲ୍ଲା ଜରୁରୀକାଳୀନ ଅଧିକାରୀମାନେ ଯୋଗଦେଇଥିଲେ।

ପରିଦର୍ଶନର ମୂଳ ଉଦ୍ଦେଶ୍ୟ ହେଲା – ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ବିଭିନ୍ନ ଯୋଜନା, ସ୍ଟାଣ୍ଡାର୍ଡ ଓପେରେଟିଂ ପ୍ରୋସିଜର୍ (SOP), ନିର୍ଦ୍ଦେଶିକା ବିଷୟରେ ସାମାନ୍ୟୀକରଣ ଓ ଅଂଶୀଦାରିତା କରିବା, ରାଜ୍ୟ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (SDMA/DDMA) ର କାର୍ଯ୍ୟକ୍ଷମତାର ମୂଲ୍ୟାଙ୍କନ, ବିପର୍ଯ୍ୟୟ ପରିଚାଳନା ପ୍ରଣାଳୀର ସମୀକ୍ଷା କରିବା ଓ ସମ୍ପର୍କିତ ଦଳିଲ ପତ୍ର ସହିତ IEC ସାମଗ୍ରୀ ସଂଗ୍ରହ କରିବା ଥିଲା ।NDMA ଅଧିକାରୀମାନେ ବିପର୍ଯ୍ୟୟ ପରିଚାଳନା ଆଇନ୍-2005 ର ବିଭିନ୍ନ ଧାରାଅନୁଯାୟୀ ନିୟମ, ପ୍ରକ୍ରିୟା, ଅନୁମୋଦନ ଓ କାର୍ଯ୍ୟାନ୍ବୟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେଥିସହ ପ୍ରଧାନମନ୍ତ୍ରୀଙ୍କ 10-ସୂତ୍ରୀୟ ଏଜେଣ୍ଡା (Prime Minister’s 10 Point Agenda on DRR) ଓ ଜାତୀୟ ବିପର୍ଯ୍ୟୟ ନିର୍ଦ୍ଦେଶିକା ଅନୁଯାୟୀ Minimum Standard Relief ବିଷୟରେ ବିବୃତି ପ୍ରଦାନ କରିଥିଲେ।OSDMA ପକ୍ଷରୁ ଶ୍ରୀ ସୁବୋଧ ଆଚାର୍ଯ୍ୟ NDMA ଠାରୁ DDMA ପର୍ଯ୍ୟନ୍ତ ଭର୍ଟିକାଲ୍ କାର୍ଯ୍ୟକ୍ରମ ବିଷୟରେ ବ୍ୟାଖ୍ୟା କରିଥିଲେ ଏବଂ ପ୍ରାଥମିକ ବିଦ୍ୟାଳୟ ଓ ସ୍ୱାସ୍ଥ୍ୟ ସେବା କେନ୍ଦ୍ରର ଗଠନ ସମ୍ବନ୍ଧୀୟ ନିରୀକ୍ଷଣ ନଭେମ୍ବର୍ ଠାରୁ ଏପ୍ରିଲ୍ (ବର୍ଷା ପୂର୍ବରୁ) ସମୟରେ କରିବାର ଆବଶ୍ୟକତା ଉପରେ ଜୋର୍ ଦେଇଥିଲେ।

ଏହା ପରେ ମାଲକାନାଗିରି ଓ କୋରାପୁଟର ଜିଲ୍ଲା ଜରୁରୀକାଳୀନ ଅଧିକାରୀମାନେ ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରତିକ୍ରିୟା ଓ ପୁନରୁଦ୍ଧାର ପ୍ରଣାଳୀ ଉପସ୍ଥାପନା କରିଥିଲେ। ଶେଷରେ ରାୟଗଡାର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ମନୋଜ କୁମାର ନାହାକ ଜିଲ୍ଲାର ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରତିକ୍ରିୟା ଓ ପୁନରୁଦ୍ଧାର ପ୍ରଣାଳୀ ସହିତ ଚାଲୁଥିବା ବିଭିନ୍ନ ଦକ୍ଷତାବୃଦ୍ଧି କାର୍ଯ୍ୟକ୍ରମ ବିଷୟରେ ଉପସ୍ଥାପନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ନିଜର ମତାମତ ମଧ୍ୟ NDMA ଅଧିକାରୀମାନଙ୍କୁ ବିସ୍ତୃତ ଭାବରେ ଦେଇଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ବ୍ରାହ୍ମଣ ସମାଜ ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

ରାମନାଗୁଡ଼ାରେ ଯୁଗ୍ମ ଅଭିଯୋଗ ଶୁଣାଣି

ରାଇଘର ଠାରେ ତ୍ରିରଙ୍ଗା ଯାତ୍ରା 

masiha

Leave a Comment

error: Content is protected !!