ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଆୟୋଜିତ

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଆୟୋଜିତ

ନର୍ଲା – ଆଞ୍ଚଳିକ ସାଧନ କେନ୍ଦ୍ର ନର୍ଲା ପକ୍ଷରୁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଆୟୋଜିତ ହୋଇ ଯାଇଛି। ନର୍ଲା ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଇଓ ଗୋବର୍ଦ୍ଧନ ମାଝୀ, ସମ୍ମାନିତ ଅତିଥି ଭାବେ ସିଆରସିସି କ୍ଷୀର ସିନ୍ଧୁ ବାଗ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ଭୋଇ ଯୋଗଦେଇ ଶିଶୁଙ୍କ ଠାରେ ଅନ୍ତର୍ନିହିତ କଳାର ବିକାଶ ପାଇଁ ଶିଶୁ ସୁରଭି ଏକ ମୁଖ୍ୟ ପ୍ଳାଟଫର୍ମ ବୋଲି କହିଥିଲେ।କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ନର୍ଲାର ପ୍ରଧାନ ଶିକ୍ଷକ ଅଚ୍ୟୁତ ବାରିକ ସଭାର ସଭାପତିତ୍ବ କାର୍ଯ୍ୟ ନିର୍ବାହ କରିଥିଲେ। ଶିଶୁ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇ ଥିଲା। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ମଲ୍ଲିକ,ସୁଦିପ୍ତା ମିଶ୍ର, ମିନାକ୍ଷୀ ମିଶ୍ର ସହଯୋଗ କରିଥିଲେ। ଶିକ୍ଷକ ଅଜିତ ନାଏକ, ଅର୍ଜୁନ ବାଗ,ଜରାସନ୍ଧ ଭୋଇ,ଦଇତାରୀ ଭୋଇ,ରାଜ କିଶୋର ପାଢୀ, ହେମନ୍ତ ଭୋଇ, ନେପାଳ ସାହୁ ସହ ଶିକ୍ଷୟିତ୍ରୀ ସବିତା ସେଠୀ,ଦୀପା ପାଢ଼ୀ, ନିବେଦିତା ଗଣ୍ଠିଆ ପ୍ରମୁଖ ଉପସ୍ଥିତ ରହି ଶିଶୁ ସୁରଭି କାର୍ଯ୍ୟକ୍ରମ ୨୦୨୫କୁ ସାଫଲ୍ୟ କରିବାପାଇଁ ସହଯୋଗ ପ୍ରଦାନ କରିଥିଲେ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ତିରିଂ ଥାନା ! ବାଇକ କାର୍ ଧକ୍କା, ଜଣେ ମୃତ ଦୁଇ ଅତି ଗୁରୁତର 

masiha

ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

Sunil Chandra Nayak

ବ୍ଲକ ସ୍ତରୀୟ ଆଦିବାସୀ କ୍ରୀଡା ଓ ସାଂସ୍କୃତିକ ମହୋତ୍ସବ 

masiha

Leave a Comment

error: Content is protected !!