ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଧୂଙ୍ଗିଆ ଦେଇ ଦେଵୀ ଙ୍କ ପୀଠରୁ ମୂର୍ତ୍ତି ସହ ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି

ଧୂଙ୍ଗିଆ ଦେଇ ଦେଵୀ ଙ୍କ ପୀଠରୁ ମୂର୍ତ୍ତି ସହ ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି

କନ୍ଧମାଳ, ତା, ୧୦/୧୧: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ମହାସିଙ୍ଗି ପଞ୍ଚାୟତ ୫୯ ନଂ.ଜାତୀୟ ରାଜପଥ ରାସ୍ତା କଡରେ ଥିବା ଅଞ୍ଚଳର ଇଷ୍ଟଦେବୀ ମା’ କାକବୁଢା (ଧୂଙ୍ଗିଆ ଦେଇ) ଙ୍କ ମନ୍ଦିର ଗେଟ ତାଲାଭାଙ୍ଗି ରବିବାର ମଧ୍ୟ ରାତ୍ର ପରେପରେ କାକବୁଢା ପ୍ରତିମୂର୍ତ୍ତି ସହ ସୁନା ଆଖି ଚାରିଗୋଟି, ରୂପା ମୁକୁଟ ଗୋଟିଏ ଓ ପିତଳ ନାଗ ସାପ ଅଠର ଗୋଟି କିଛି ଦୁର୍ବୁର୍ତ୍ତ ଚୋରିକରି ନେଇଯାଇଥିବା ବିଷୟ ପୂଜକ ସକାଳୁ ମନ୍ଦିର ପୂଜା କରିବାକୁ ଆସିଥିବା ବେଳେ ଦେଖିବାକୁ ପାଇଥିଲେ l ଏହା ପରେପରେ ପୂଜକ ଜଣକ ସଙ୍ଗେ ସଙ୍ଗେ ମନ୍ଦିର କମିଟିକୁ ଜଣାଇଥିଲେ l ମନ୍ଦିର କମିଟି ପୋଲିସ କୁ ଜଣାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅନୁଧ୍ୟାନ କରିବା ସହ ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

କିଛି ଦିନର ବ୍ୟବଧାନ ପରେ ପୁଣି ଦେଖିବାକୁ ମିଳିଛି ମାଓ ଲିଫ୍ଲେଟ

Sunil Chandra Nayak

କ୍ରସର ମାଲିକ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲା। ଧର୍ମଗଡ଼ ଉପଜିଲ୍ଲାପାଳ ନିଲମ୍ବିତ….

masiha

୧୨୫.୩୭୫ କେଜି ଗଞ୍ଜେଇ ଜବତ: ୩ ଜଣ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!