ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନ ଥାନା ତରଫରୁ ସାଇବର ସୁରକ୍ଷା ଅଭିଯାନ

ଭୁବନ ଥାନା ତରଫରୁ ସାଇବର ସୁରକ୍ଷା ଅଭିଯାନ 

କାମାକ୍ଷାନଗର (ମନିସ)10/11/25 — ଭୁବନ ଥାନା ତରଫରୁ ସାଇବର ସୁରକ୍ଷା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ସମ୍ମୁଖରେ ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଲୋକ ମାନଙ୍କୁ ସାଇବର ଠକେଇ ନେଇ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାମାକ୍ଷା ନଗର ଏସ ଡି ପି ଓ ରଜନୀ କାନ୍ତ ସାମଲ ଙ୍କ ସମେତ ଭାରପ୍ରାପ୍ତ ଥାନାଧିକାରୀ ସୁବ୍ରତ କୁମାର ସାହୁ,ଦୀପକ ମର୍ଦ୍ଦରାଜ ଭୂୟାଁ,ମାନସ ନାୟକ,ଜ୍ୟୋତି ସିଂ,ବରିଷ୍ଠ ନାଗରିକ ଟ୍ରଷ୍ଟ ସଭାପତି ରଥ ସେଠୀ, ଦୂର୍ଗା ପ୍ରସାଦ ପୃଷ୍ଟି ପ୍ରମୁଖ ଯୋଗଦେଇ ଅଜଣା ଫୋନ୍ କଲ୍ ରୁ ଦୂରେଇ ରହିବ,କାହାକୁ ଓଟିପି ନ ଦେବା ,ଅଜଣା ଆପ୍ ରେ କୌଣସି ତଥ୍ୟ ନ ଦେବା,ଭିଡିଓ କଲ୍ ମାଧ୍ୟମରେ ନିଜର ଅନ୍ତରଙ୍ଗ ଫଟୋ ଠାରୁ ଦୂରେଇ ରହିବା ଭଳି ସଚେତନତା ବାର୍ତ୍ତା ଦେଇଥିଲେ ଓ ସଚେତନତା ହି ସୁରକ୍ଷା ବୋଲି ମତ ବ୍ୟକ୍ତ କରିଥିଲେ । ସଚେତନତା ରଥ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା ଓ ସଚେତନତା ମୂଳକ କାର୍ଯ୍ୟକ୍ରମ କୁ ଏଲ୍ ଇ ଡି ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍କୁଲ, କଲେଜ ଛାତ୍ର ଛାତ୍ରୀ ଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ । ଭୁବନ ଥାନା କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଡାବୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ବୈଠକ

Sunil Chandra Nayak

ଧର୍ମଗଡ ବ୍ଲକ ବଗାଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିଶ୍ବଜିତ ବେହେରାଙ୍କୁ ମିଳିଲା ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

masiha

ସମାଜସେବୀ ରଞ୍ଜନ ସାମଲଙ୍କୁ ଶ୍ରଦ୍ଧାଂଜଳି 

masiha

Leave a Comment

error: Content is protected !!