ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ୍ୟୁନିସିପାଲ ମହାବିଦ୍ୟାଳୟରେ ମାନବିକତା ସମ୍ପର୍କୀତ ଜାତୀୟ ସମ୍ମିଳନୀ ଆରମ୍ଭ 

ମ୍ୟୁନିସିପାଲ ମହାବିଦ୍ୟାଳୟରେ ମାନବିକତା ସମ୍ପର୍କୀତ ଜାତୀୟ ସମ୍ମିଳନୀ ଆରମ୍ଭ 

ରାଉରକେଲା: ପ୍ରଧାନମନ୍ତ୍ରୀ ଉଷା ଯୋଜନା ଅନ୍ତର୍ଗତ ମାନବିକତା ଆଗାମୀ ଦିନର ଲକ୍ଷ୍ୟ ଓ ଚାଲେଞ୍ଜ ଉପରେ ଏକ ତ୍ରିଦିବସୀୟ ଜାତୀୟ ଆଲୋଚନାଚକ୍ର ମ୍ୟୁନିସିପାଲ ମହାବିଦ୍ୟାଳୟ ଠାରେ ଆରମ୍ଭ ହୋଇଛି। ଅଧ୍ୟକ୍ଷ ପ୍ରଫେସର ହରିହର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି, ପ୍ରାକ୍ତନ ଅଧ୍ୟକ୍ଷ ଡ ସନାତନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନବିକତା ର ଆଭିମୁଖ୍ୟ, ଲକ୍ଷ୍ୟ ଓ ଆଗାମୀ ଦିନ ପାଇଁ ଏହା କିପରି ବଜାୟ ରହିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଆ , ଇଂରାଜୀ, ହିନ୍ଦୀ ଓ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ଏହି କାର୍ଯ୍ୟକ୍ରମ ମାନବିକତାର ବାର୍ତ୍ତା ବହନ କରିବ, ତେଣୁ ଏହାକୁ ଆମ ଭିତରେ ସୀମିତ ନରଖି ଚତୁଃପାର୍ଶ୍ଵରେ ବାଣ୍ଟିବାକୁ ହେବ ଓ ଏଥିପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନେତୃତ୍ୱର ବିକାଶ ହେବା ଦରକାର। ସମ୍ମାନିତ ଅତିଥି ଡ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଲେ ଯେ ସମାଜ ପ୍ରତି କୃତଜ୍ଞତା ହେଉଛି ମାନବିକ ଧର୍ମ। ବିଶ୍ବ, ସମସ୍ତ ପ୍ରାଣୀ ଆମର ଉଦାର ହେବା ହିଁ ମାନବିକତା। ଏକ ସୁସ୍ଥ ସମାଜ ଗଠନ କରିବା,ବିଶ୍ବ ଶାନ୍ତି ପାଇଁ ପ୍ରଥମେ ମୁଁ ପାଖରୁ ଆରମ୍ଭ କରିବାକୁ ହେବ। ଉପଯୁକ୍ତ ଶିକ୍ଷା ବ୍ୟବସ୍ଥା,ଭାବନାତ୍ମକ ଦୃଷ୍ଟିରୁ ଆମେ ସମସ୍ତେ ଏକ ଭାବ ତିଆରି କରିପାରିଲେ ଆଗାମୀ ଦିନରେ ଆହ୍ବାନ କୁ ଗ୍ରହଣ କରିପାରିବା। ଅଧ୍ୟାପିକା ଚନ୍ଦ୍ରଲେଖା ପଣ୍ଡା ମଞ୍ଚ ସଂଯୋଜନା କରିଥିବା ବେଳେ ବରିଷ୍ଠ ଅଧ୍ୟାପିକା ବିଜୟଲକ୍ଷ୍ମୀ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

Blood Donation Camp Organized in Rayagada

masiha

ଶାରଦୀୟ ଦୁର୍ଗା ପୂଜା ଉତ୍ସବ ପାଇଁ ଜିଲ୍ଲା ଗଠନ ଗଣ ଧାରଣା ସାମୟିକ ଭାବେ ଧର୍ମଗଡ ଓ ଜୁନାଗଡ଼ ଠାରେ ସ୍ଥଗିତ

masiha

ଲଗାଣ ବର୍ଷା ରେ ଉପ ଜିଲ୍ଲାପାଳଙ୍କ ପାଚେରୀ ଭାଙ୍ଗି ୩ ବାଇକ୍ ଚୁରମାର

Sunil Chandra Nayak

Leave a Comment

error: Content is protected !!