ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ମା

ମା

 

ଶରତ ଚନ୍ଦ୍ର ପଣ୍ଡା

 

ମା, ଏପରି ଶବଦ

ସର୍ବ ଅଳୀ ସେ ସହିବ

ନିଜ ସୃଷ୍ଟି ପାଇଁ ଯମ ଙ୍କ ସହିତ

ଯୁଦ୍ଧ ସିଏ କରିଦେବ ll

ମା, ପଣତର ସ୍ନେହ

ମା, ମମତାର ମୋହ 

ସନ୍ତାନ ପାଇଁକି ମା,କୋଳ ଅଟେ

ବୈକୁଣ୍ଠ ମନ୍ଦିର ପ୍ରାୟ ll

ମାଆ ଟି ମଧୁର ଶବ୍ଦ

ଅନ୍ତର ଶାନ୍ତ ନରବ

ମା ଡାକିଦେଲେ ପଛରୁ ପିଲାର

ସର୍ବ କୁଶଳ ହୋଇବ

 

ମା ମନ ସଫା ସ୍ଵଛ

ଆଉ ସବୁ ଏଠି ମିଛ

ଖାଇନାହିଁ ବୋଲି ମା ଭାବୁଥିବ

(ମା ) ଶାଗ ବlଢ଼ିଦେଲେ ମାଛ ll

ତା’ପ୍ରେମ ଅମୁଲ ମୂଳ

ଅମୃତ ନୁହେଁ ତା ତୁଲ

ମଥାରେ ତାହାର ହାତ ରହିଥିଲେ

ଯମ ନ ହୋଇବ ଗେଲ ll

ମାଆ ଯେ କୁହୁକ ଶବ୍ଦ

ଆଉଁସି ଅlଣଇ ନିଦ

ଛୁଆର ନିଦରେ ମା ନିଦ କଟେ

କେ ପାଇବ ମାଆ ଭେଦ ll

ନାହିଁ ମାଆ ନାହିଁ ସାହା

କିଏ ବା କହିବ ଆହା

ହଜାର ସମ୍ପର୍କେ ଛନ୍ଦା ଆମେ ସିନା

ମା ଏକା ଦିଏ ରାହା ll

ଖୁଦ ମୁଠାରେ ପୋଷଇ

ସନ୍ତାନ ସୁଖ ବାଞ୍ଛଇ

ଦୁଆର ବନ୍ଧରେ ବାଟ ଚାହିଁଥିବ

ମୋ ଧନ ଘରେ ଫେରି ନାହିଁ ll

ମା ପାଖେ ପୁଅ ଇନ୍ଦ୍ର

ଅଭାବୀ ଘରର ଚନ୍ଦ୍ର

ତାପାଇଁ ତାପୁଅ ଜଗତ ଜିତା ଲୋ

ନ ଦେଖଇ ପୁତ୍ର ଛିଦ୍ର ll

ଦେହ ଅସୁଖ ଛୁଆର 

ପାଇଯାଏ ନିଶି ଘୋର

ରାତିଦିନ ଏକାକାର କରିଦିଏ

କୋଟି ମାନସିକ ତାର ll

ଅଛି ଗୋଟେ ପୁଅ କିଏ……!

ମା’ଋଣ ଶୁଝିଦେବ ସିଏ

ହରି, ହର,ବ୍ରହ୍ମା ତା ତଳେ ରହିବେ

ଶ୍ରେଷ୍ଠେ ଗଣା ହେବ ହାଏ ll

ନଗୁଆଁ, ଦରକୁଣ୍ଡି, ଯାଜପୁର

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଲଭ୍ ଇଜ୍ ଇଞ୍ଜୁରିୟସ ଟୁ ହେଲ୍‌ଥ

Sunil Chandra Nayak

ଚୋର,ଡକାୟତ ଙ୍କ ନା ରେ ଅଂଚଳ ବାସୀ ଭୟଭୀତ, ଯୁବ ଗୋଷ୍ଟି ଦେଉଛନ୍ତି ଗାଁରେ ରାତ୍ର ପହରା

Sunil Chandra Nayak

ଶିକ୍ଷକ ନାରାୟଣ ସେନାପତିଙ୍କୁ ମିଳିଲା ନେସନ ବିଲ୍ଡର ଆୱାର୍ଡ

Sunil Chandra Nayak

Leave a Comment

error: Content is protected !!