ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବ୍ଳକ ସ୍ତରୀୟ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କର ବାକ୍ ଶକ୍ତି ଓ ଭୌତିକ ଚିକିତ୍ସା ଶିବିର ଶୁଭାରମ୍ଭ

ରାଇରଙ୍ଗପୁର ବ୍ଳକ ସ୍ତରୀୟ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କର ବାକ୍ ଶକ୍ତି ଓ ଭୌତିକ ଚିକିତ୍ସା ଶିବିର ଶୁଭାରମ୍ଭ

ମୟୂରଭଂଜ -୧୭/୧୧  ରାଇରଙ୍ଗପୁର ଗୋଷ୍ଠୀଶିକ୍ଷାଧିକାରୀଙ୍କ ସମ୍ମିଳନୀ କକ୍ଷରେ ରାଇରଙ୍ଗପୁର ବ୍ଳକ ଏବଂ ପୌରାଞ୍ଚଳ ସ୍ତରୀୟ ଦିବ୍ଯାଙ୍ଗ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକ ଙ୍କୁ ନେଇ ଭୌତିକ ଚିକିତ୍ସା ଓ ବାକ ,ଶ୍ରବଣ ଚିକିତ୍ସା ପ୍ରଶିକ୍ଷଣ ଶିବିର ନଭେମ୍ବର ୧୬ ତାରିଖରୁ ୧୦ ଜାନୁଆରୀ ୨୦୨୬ ଶୁଭାରମ୍ଭ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହକାରୀ ଗୋଷ୍ଠି ଶିକ୍ଷାଧିକାରୀ ହେମ ମାଝୀ,ବରିଷ୍ଠ କିରାଣୀ ଗଙ୍ଗା ମଣି ମାଝୀ,ଵିଆରଟି ମହେଶ ଚନ୍ଦ୍ର ମହାପାତ୍ର,ବିଆରଟି ସାଗରିକା ପଣ୍ଡା ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।ଆସିଥିବା ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜର ଶାରିରୀକ ଅକ୍ଷମତା ନେଇ ଭାଗ ଭାଗ କରି ବିଆରଟି ମହେଶ ଚନ୍ଦ୍ର ମହାପାତ୍ର ଏଵଂ‌ ଵିଆରଟି ସାଗରିକା ପଣ୍ଡା ପିଲାମାନଙ୍କ ଅଭିଭାବକ ଓ ଅଭିଭାବିକା ଓ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଥେରାପି ସାମଗ୍ରୀ ସାହାଯ୍ଯରେ ଉପରେ ପ୍ରଶିକ୍ଷଣ ଓ ସଚେତନା କରାଇଥିଲେ ।ମାନସିକ ଅନଗ୍ରସର ପିଲାମାନଙ୍କୁ ସ୍ଥୁଳ ସଞ୍ଚାଳନ,ସୂକ୍ଷ୍ମ ସଂଚାଳନ ର ଅଗ୍ରଗତି ହେବ, ସେହି ପିଲାମାନେ ନିଜର ଦେନନ୍ଦିନ କାର୍ଯ୍ଯ ବିନା ସହାୟତାରେ କରିପାରିବେ ଅଭିଭାବକ ମାନଙ୍କୁ ଅବଗତ କରାଇଥିଲେ ।ଶ୍ରବଣ ବାଧିତ ପିଲାମାନଙ୍କୁ ଶବ୍ଦ ଉତ୍ସ ବିଷୟରେ ସୁଇଚ୍ ଚେନ‌ ଦ୍ବାରା ତାଲିମ ଦେଇଥିଲେ ।ବାକ୍ ଶକ୍ତି ଅକ୍ଷମତା ପିଲାମାନଙ୍କୁ ମଧ୍ୟ ଛୋଟ ଛୋଟ ଶବ୍ଦ ମାଧ୍ୟମରେ ତାର ଶବ୍ଦ ଉଚ୍ଚାରଣ ଦକ୍ଷତା ଵୃଦ୍ଧି କରିବାର ପ୍ରୟାସ ଜାରି ରଖିଥିଲେ ।ଦୈନିକ ୮ ଜଣ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଓ ଅଭିଭାବିକାଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ବିଆରଟି ମହେଶ ମହାପାତ୍ର‌ ସୂଚନା ଦେଇଥିଲେ । ଦିଵ୍ଯାଙ୍ଗ ଛାତ୍ରଛାତ୍ରୀ ମାନେ ଯେଭଳି ଭବିଷ୍ୟତରେ ନିଜେ ନିଜେ ସକ୍ଷମ ହେବା ସହ ପରିବାରର ଓ ସମାଜର ବୋଝ ହୋଇ ରହିବେ ନାହିଁ । ଗୋଷ୍ଠୀ ସମ୍ବଳ ମହେଶ ମହାପାତ୍ରଙ୍କ ପ୍ରେରଣା, ଦିଵ୍ଯାଙ୍କ ପିଲାମାନଙ୍କୁ ଭଲ ପାଇବା ଓ ତାଲିମ ଦେବା ପଦ୍ଧତିକୁ ଅଭିଭାବକମାନେ ପ୍ରଶଂସା କରିବା ସହ ତାଙ୍କର ଦିର୍ଘାୟୁ କାମନା କରିଥିଲେ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଆଳତୁମା ଗ୍ରାମରେ ରଜ ମହୋତ୍ସବ ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ

ମଟର ସାଇକେଲ ଦୁର୍ଘଟଣା ରେ ଦୁଇ ଆହତ

Sunil Chandra Nayak

ନିତାଇ ଗୌର ସାଂସ୍କୃତିକ ଅନୁଷ୍ଠାନ ଆନୁକୁଲ୍ୟରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ

masiha

Leave a Comment

error: Content is protected !!