ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ସବୁଠୁ ବଳ, ମୋ ମା’ର କୋଳ 

ସବୁଠୁ ବଳ, ମୋ ମା’ର କୋଳ 

ସାହା ଭରସା ସିଏ, 

ତା ଠାରୁ ବଳି,ଯିବେନି କେହି 

ସରଗ ସୁଖ ଥୁଏ ll

ମନ ବିଜ୍ଞାନୀ, ମନକୁ ଜlଣେ 

ସୁଖିଲା ମୁହିଁ ଦେଖି, 

ଇଚ୍ଛାଟି ମୋର, ଭରେ ସତ୍ବର 

ହୋଇ ସେ ବହୁ ଦୁଃଖୀ ll

ଆଲ୍ହାଦ ତାର, ସମ୍ପତି ଘର 

କୋଟିଏ ନିଧି ମୋର, 

ଆଖିରୁ ଲୁହ, ହୁଏ ଅସହ୍ୟ 

କରଇ ହରବର ll

ଭୋକରେ ରୁହେ, ଖୁଆଇ ଦିଏ 

ଭୋକିଲା ପେଟ ଦେଖି, 

ପାଖରେ ବସି, ମୁଣ୍ଡ ଆଉଁସି

ଭାଷଇ ମନ ଲାଖି ll

କରେ ପ୍ରତୀକ୍ଷା, ନାହିଁ ଉପେକ୍ଷା 

ବାହାରେ ଥିଲେ ମୁହିଁ, 

ଦୂରଭାଷରେ, ସବୁ ପଚାରେ 

ପ୍ରତି କ୍ଷଣରେ ସେହି ll

ହେଲେ ବିଳମ୍ବ, ଭାଙ୍ଗଇ ଦମ୍ଭ 

ଅସ୍ଥିରମନା ହୁଏ, 

ଦାଣ୍ଡରେ ବସି, ଶୁଭ ମାନସୀ 

ବିଭୁଙ୍କୁ ମନେ ଧ୍ୟାୟେ ll

ତା ଗଳା ମlଳି, ନିଧି ସଙ୍ଖାଳି 

ସୁଖ ସପନ ମୁହିଁ, 

କେତେ କଳ୍ପନା, କେତେ ଭାବନା 

ତାହାର ଅନ୍ତଃ ନାହିଁ ll

ହୃଦୟ ତାର, ନିର୍ମଳ ଝର

ପ୍ରୀତି ପିୟୁଷ ଭରା, 

ଖରାକୁ ଛାଇ, ଭରସା ସେହି 

ତୃଷାକୁ ନୀର ପରା ll

କେତେ ମହିମା, ଦେବୀ ପ୍ରତିମା 

ଚଳନ୍ତି ଦେବୀ ମତା, 

ଅଗ୍ର ପୂଜିତ, ନିତି ପ୍ରଭାତ 

ମନରେ ନାହିଁ ଚିନ୍ତା ll

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା 

ଡାକ-ଗୋରିବନ୍ଧା, ମାଧ୍ଯମ -କାଶୀନଗର, ଜିଲ୍ଲା-ଗଜପତି 

ଓଡିଶା, 761206

Related posts

ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

Sunil Chandra Nayak

ସମ୍ବାଦ ସାହିତ୍ୟ ଘରର ବସନ୍ତ ସାହିତ୍ୟ ଆସର ଅନୁଷ୍ଠିତ

Sunil Chandra Nayak

ମମତା ସାହୁ ଙ୍କ କବିତା ପାର୍ବଣେ ନବ ଦୁର୍ଗା

Sunil Chandra Nayak

Leave a Comment

error: Content is protected !!