ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଂଶୁମାନ ସାହୁ ଙ୍କ କବିତା ସ୍ୱର୍ଗାଦପି ଗରୀୟସୀ

ସ୍ୱର୍ଗାଦପି ଗରୀୟସୀ

 

ମାଆ, ଯାହା ପାଇଁ ମୁଁ ଦେଖି ପାରିଅଛି

ଏହି ଦୁନିଆର ଆଲୋକକୁ,

ଯାହାର ତ୍ୟାଗ ଓ ସାମର୍ଥ୍ୟ ବଳେ ମୁଁ

ଆସିଅଛି ଏ ଧରାକୁ |

 

ମାଆ ପରା ସିଏ ମମତାମୟୀ

ସ୍ନେହ ଶ୍ରଦ୍ଧାର ଭଣ୍ଡାର,

ଯାହା ପାଇଁ ସଦା ସନ୍ତାନର

ହୁଏ ଜୀବନ ସୁନ୍ଦର |

 

କିଏ କହିଲା ସେ ଚାକିରି କରିନି, (2)

ସବୁଠାରୁ ବଡ ଚାକିରି ତାହାର

ସବୁବେଳେ ଲାଗିଥାଏ କାମ,

ଦିନେ ହେଲେ ସିଏ ଛୁଟିରେ ରୁହେନି

ନିଏନି ଟିକେ ବିଶ୍ରାମ |

 

ବିନା ଦରମାରେ କର୍ମ କରିଚାଲେ

କେବେ କରେନାହିଁ ପ୍ରତିବାଦ,

ଘରଲୋକଙ୍କର ଭଲପାଇବା

ତା ପାଇଁ ମୂଲ୍ୟବାନ ସମ୍ପଦ |

 

ମନ ଦେବାଳୟେ ମା ପରା ଦେବୀ

ଶ୍ରେଷ୍ଠ ତାର ପାଦଧୂଳି,

ଶୁଦ୍ଧପୂତ ଚିତ୍ତେ ନିଇତି ପୂଜିବା

ଦେଇ ପ୍ରେମ ସମ୍ମାନର ପୂଜାଥାଳି |

 

ତା ପ୍ରତିଟି କଥା ଜୀବନ ଚଲାପଥେ

ସବୁବେଳେ ଲୋଡ଼ା ହୁଏ,

ମାଆ ପରା ସିଏ ସନ୍ତାନ ଭଲ ପାଇଁ

ମଙ୍ଗଳମନାସୁ ଥାଏ |

 

ଦୂରେ ତାର ଗଲେ ମନ ବୁଝେନାହିଁ

ମାଆ ମନ ପରା ତାର,

ସଞ୍ଜ ସକାଳେ ସେ ଫୋନ କରୁଥାଏ

ବୁଝେ ଭଲମନ୍ଦ ଖବର |

 

ମାଆ ବିଷୟରେ କହୁଥିଲେ ସରିବନି

କେତେ ତତ୍ୱ ଭରିଅଛି,

ସଦା ତା’ ଖୁସିକୁ ଦେବା ଅଗ୍ରାଧିକାର

ସେ ସ୍ୱର୍ଗାଦପି ଗରୀୟସୀ |

ଅଂଶୁମାନ ସାହୁ 

ଅର୍ଥନୀତି ଛାତ୍ର,

             ମହର୍ଷି କଲେଜ ଅଫ ନାଚୁରାଲ ଲ’,

             ଭୁବନେଶ୍ୱର |

Related posts

ପ୍ରତାପ କିଶୋର ରାଉତ ଙ୍କ କବିତା ଭାରତ ମାତା

Sunil Chandra Nayak

ଭାରସାମ୍ୟ ହରାଇ ନୟନଯୋଡିକୁ ଓଲଟିଲା ଚାଉଳ ବୋଝେଇ କଣ୍ଟେନର

Sunil Chandra Nayak

କେସିଙ୍ଗା ଟ୍ରାଫିକ ସମସ୍ୟା ସମାଧାନ ପାଇଁ ବୈଠକ

Sunil Chandra Nayak

Leave a Comment

error: Content is protected !!