ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଶିକ୍ଷା ବିକାଶ ଏଡୁକେସନାଲ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ଯରେ ଆଦିବାସୀ ଯୁବକଙ୍କ ଦକ୍ଷତା ବିକାଶ ନେଇ ଏକ ଦିବସୀୟ ରାଜ୍ୟସ୍ତରୀୟ କର୍ମଶାଳା

ରାଇରଙ୍ଗପୁରରେ ଶିକ୍ଷା ବିକାଶ ଏଡୁକେସନାଲ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ଯରେ ଆଦିବାସୀ ଯୁବକଙ୍କ ଦକ୍ଷତା ବିକାଶ ନେଇ ଏକ ଦିବସୀୟ ରାଜ୍ୟସ୍ତରୀୟ କର୍ମଶାଳା

ମୟୂରଭଂଜ – ୨୩/୧୧ —                    ମୟୂରଭଞ୍ଜ ଜିଲ୍ଲାର ଅଧ୍ୟୁଷିତ ରାଇରଙ୍ଗପୁର ସହରସ୍ଥ ପିସିଏମ କଲ୍ଯାଣମଣ୍ଡପ ଠାରେ ଶିକ୍ଷା ବିକାଶ ଏଡୁକେସନାଲ ଏବଂ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ଯରେ ଏକଦିବସୀୟ ରାଜ୍ଯସ୍ତରୀୟ କର୍ମଶାଳା ଟ୍ରଷ୍ଟର ମୁଖ୍ୟ ପରିଚାଳକ ହରପ୍ରସାଦ ସର୍ଦାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ଯଅତିଥି ଭାବେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ସମ୍ମାନିତ ଅତିଥି ,ସମ୍ମାନିତ ଅତିଥି ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ, ଅନ୍ୟତମ ଅତିଥି ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଅଧ୍ଯାପକ ବିଜୟ କୁମାର ରାମ, ସମାଜସେବୀ ବିଜୁ ଗୋପାଳ ଗୋପ,, ଭୂମିଜ ସମ୍ପ୍ରଦାୟର ବିଶିଷ୍ଟ ସମାଜସେଵୀ ଗୋଲାପ ସିଂହ ସରଦାର ଓ ଭାଷ୍ଯକାର ଶ୍ରୀମତୀ କୌଶଲ୍ୟା ନାଏକ , ସମାଜସେବୀ ସଞ୍ଜୟ ନାୟକ ପ୍ରମୁଖ ଉପସ୍ଥିତଥିଲେ I ସଭା ପ୍ରାରମ୍ଭରେ ଟ୍ରଷ୍ଟ ପରିଚାଳକ ହରପ୍ରସାଦ ସର୍ଦାର କହିଥିଲେ ଯେ ଶିକ୍ଷା ବିକାଶ ଶିକ୍ଷଣୀୟ ଏବଂ ଚେରିଟେବୁଲ ଟ୍ରଷ୍ଟର ମୁଖ୍ଯ ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ସର୍ଵଵୃହତ୍ତମ ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ସମେତ ସବୁବର୍ଗର କନିଷ୍ଠ ରୁ ଵରିଷ୍ଠ ବର୍ଗର ସମସ୍ତଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଦକ୍ଷତା ବୁଦ୍ଧି କାର୍ଯ୍ଯକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।ସେଥିପାଇଁ ଏହି କାର୍ଯ୍ଯକ୍ରମକୁ ହାତକୁ ନେଇଛନ୍ତି I ଏହି ଅନୁଷ୍ଠାନ ତରଫରୁ ମାଗଣାରେ ୯ ଦିନିଆ ତାଲିମ ଦିଆଯାଉଛି I ସୋଲାର, ସିଲେଇ, ପାଇପ, କମ୍ପ୍ୟୁଟର, ଲାଇଟ,ଲିଟର,ଇଲେକ୍ଟ୍ରସିଟି,ଫିଟରଟାଇଲ ମିସ୍ତ୍ରୀ,ଛତୁ ଚାଷ, ମଟର ମେକାନିକ,ମୋବାଇଲ ରିପେୟାର ଆରମ୍ଭ କରି ସରକାରଙ୍କ ବହୁବିଧ ଯୋଜନା ରହିଛି, ଏଠାରେ ତାହା ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି । I ଭୂବନେଶ୍ବର ଠାରେ ମାଗଣା ରହିବାଖାଇବା ସହ ସେମାନଙ୍କୁ ଦକ୍ଷତା ବୁଦ୍ଧି କରାଯାଇପାରିବ I ଯଦ୍ବାରା ଯୁବ ବେକାର ଯୁବକଯୁବତୀମାନେ ଆତ୍ମନିର୍ଭରଶୀଳ ହୋଇପାରିବେ I ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ କହିଥିଲେ ଯେ ଆଦିବାସୀମାନଙ୍କୁ ଆଗେଇବାର ପ୍ରୟାସ ରଖିଛି ଶିକ୍ଷା ବିକାଶ ଶିକ୍ଷଣୀୟ ଏବଂ ଚେରିଟେବୁଲ ଟ୍ରଷ୍ଟ I ଯୁବବର୍ଗଙ୍କ ଠାରେ ଥିବା ଅନ୍ତନିହିତ ଗୁଣକୁ ବିକଶିତ କରିବାର ଲକ୍ଷ୍ଯ ରଖିଛି ଏହି ଟ୍ରଷ୍ଟ I ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ ତାଙ୍କ ବକ୍ତବ୍ଯରେ ଯୁବବର୍ଗମାନଙ୍କ ନିମନ୍ତେ ଟ୍ରଷ୍ଟ ଅନନ୍ଯ କାର୍ଯ୍ଯକରୁଅଛି I ଫଳସ୍ବରୂପ ବେକାର ଯୁବକଯୁବତୀମାନେ ଆତ୍ମନିର୍ଭରଶୀଳ ହୋଇପାରିବେ I ମୁଖ୍ଯଅତିଥି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀଙ୍କ ବକ୍ତବ୍ଯରେ ଆଦିବାସୀମାନଙ୍କୁ ବିକଶିତ କରିବା ପାଇଁ ଶିକ୍ଷା ବିକାଶ ଶିକ୍ଷଣୀୟ ଏବଂ ଚେରିଟେବୁଲ ଟ୍ରଷ୍ଟ ଆଗେଇଆସିଛି I ଯଦ୍ବାରା ଆଗାମୀ ଦିନରେ ବିକଶିତ ଓଡିଶା ସ୍ବପ୍ନ ସାକାର ହୋଇପାରିବ I ଉକ୍ତ ବୈଠକରେ ଅଧ୍ଯାପକ ବିଜୟ କୁମାର ରାମ, ସମାଜସେବୀ ବିଜୁ ଗୋପାଳ ଗୋପ, ଭାଷ୍ଯକାର ଶ୍ରୀମତୀ କୌଶଲ୍ଯା ନାଏକ ଓ ବିଶିଷ୍ଟ ବ୍ଯକ୍ତି ଗୋଲାପ ସିଂହ ସର୍ଦାର ଟ୍ରଷ୍ଟ ଉପରେ ସୁଚିନ୍ତିତ ବକ୍ତବ୍ଯ ପ୍ରଦାନ କରିଥିଲେ I ଉକ୍ତ ବୈଠକରେ ସାମାୟ ସରଦାର, ମହେନ୍ଦ୍ର ମୁଣ୍ଡା, ବୁଢାନ ସରଦାର, ମୋହନ ମୁଣ୍ଡା, ଜଗନ୍ନାଥ ମୁଣ୍ଡା, ବୁଧୁରାମ ମୁଣ୍ଡା, ପ୍ରଶନ ମୁଣ୍ଡା, ସୁଦର୍ଶନ ଭୂମିଜ, ଫାଗୁରାମ ମାର୍ଣ୍ଡି, ମକରା ସିଂହ ଓ ହରେଶ ଭୂମିଜ ପ୍ରମୁଖ ଯୋଗ ଦେଇଥିଲେ Iଏଥିରେ ଟ୍ରଷ୍ଟର ସମସ୍ତ କାର୍ଯ୍ଯକର୍ତ୍ତାଗଣ ସହଯୋଗ କରିଥିଲେ I

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ପାଳିତ

masiha

ସୌରି ସାହିତ୍ୟ ସଂସ୍କୃତି ଚେରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ

Sunil Chandra Nayak

କୋକସରା କଲେଜରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

masiha

Leave a Comment

error: Content is protected !!