ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ଯାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ଯାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ

ଗୋଲାମୁଣ୍ଡା:ସ୍ଥାନୀୟ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର ଯୁବ ରେଡକ୍ରସ୍ ଓ ରେଡ୍ ରିବନ୍ କ୍ଲବ୍ ଆନୁକୂଲ୍ଯରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଅଛି । ଅଧ୍ଯକ୍ଷ ପ୍ରାଧ୍ୟାପକ ସରୋଜ କାନ୍ତ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ ଓ ସଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା। ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା , କ୍ଷିରସିନ୍ଧୁ ବାରିକ, ଲିଙ୍ଗେଶ୍ୱର ମେହେର, ସନ୍ତୋଷ କୁମାର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଆୟୋଜିତ ଏକ ସଚେତନତା ଶୋଭାଯାତ୍ରାରେ ଅଧ୍ୟାପକ ବିଜୟ କୁମାର ସାହୁ, ପ୍ରବୀର କୁମାର ରାୟ, ଘନଶ୍ୟାମ ଭାଟି, କବି ପ୍ରସାଦ ପଟ୍ଟନାୟକ,ସନ୍ଦୀପ କାନୁନଗୋ, ଯଯାତି କେଶରୀ ରାଉତ, ତ୍ରିନାଥ ପଟ୍ଟନାୟକ, ପ୍ରସନ୍ନ କୁମାର ପ୍ରଧାନ,ବୈକୁଣ୍ଠ ପଟେଲ୍, ଅଧ୍ୟାପିକା ସୋଭାଗିନୀ ନାୟକ ତଥା ଅଣ ଶିକ୍ଷକ କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଏଡ଼ସ ନିରାକରଣ ବିଷୟରେ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥଲେ। ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ୍ , ରେଡ୍ ରିବନ କ୍ଲବ୍ ଓ ଭାରତ ସ୍କାଉଟ୍ ଗାଇଡ ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

୧୫ ତମ ଜାତୀୟ ମତଦାତା ଦିବସ ଅବସରରେ ମିନି ମାରାଥନ୍ ଦୌଡ଼ କୁଦ ପ୍ରତିଯୋଗିତା 

masiha

ସାଇବର ସୁରକ୍ଷା ସଚେତନତା ରଥ କୁ ବିପୁଳ ସମର୍ଦ୍ଧନା

masiha

ପଣ୍ଡରା ମାଳି ସମାଜ ସେବା ସଙ୍ଘ ଗଠନ

Leave a Comment

error: Content is protected !!