ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାନ ଡୁଙ୍ଗୁରିଗୁଡା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ସରଗୁଲକୁ ହରାଇ ସେମିରେ ଭାଲୁପିଆ

ସାନ ଡୁଙ୍ଗୁରିଗୁଡା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ:

ସରଗୁଲକୁ ହରାଇ ସେମିରେ ଭାଲୁପିଆ

କର୍ଲାମୁଣ୍ଡା, ୨୫/୦୧ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରା.ପ ଅନ୍ତର୍ଗତ ସାନଡୁଙ୍ଗୁରିଗୁଡା ସ୍କୁଲ ପଡ଼ିଆଠାରେ ଚାଲିଥିବା ମାଁ ଗବଡେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ସରଗୁଲ ଓ ଭାଲୁପିଆ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ସରଗୁଲକୁ ହରାଇ ଭାଲୁପିଆ ଦଳ ସେମିଫାଇନାଲ ରେ ପ୍ରବେଶ କରିଥିଲା। ମ୍ୟାଚଟିକୁ ରାଜୁ ଭୋଇ ଓ ବିମଳ ଭୋଇ ପରିଚାଳନା କରିଥିଲେ। ଖେଳାଳୀ ଜିତେନ୍ଦ୍ରିୟ ଭୋଇ ଓ ବିଜେ ରାଜେଶ କୁମାର ଭୋଇ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ମହେନ୍ଦ୍ର ରଣା, ବିଜେଡ଼ି ବ୍ଲକ ସଭାପତି ଯଶୋବନ୍ତ ସାହୁ, ଯୁବନେତା କପିନ୍ଦ୍ର ରଣା, ବିଶ୍ୱମ୍ବର ଭୋଇ, ମନୋଜ କୁମାର, ଶରତ ପଧାନ, ପୁରୁଷୋତ୍ତମ ପଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କ୍ରିକେଟ୍ କ୍ଲବ ର ସଭାପତି ପ୍ରଶାନ୍ତ ଘିଭେଲା, ସମ୍ପାଦକ କିଶୋର ପଧାନ ଓ କୋଷାଧ୍ୟକ୍ଷ ଅନଙ୍ଗ ଭୋଇଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Related posts

ଦ୍ୱିତୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୩ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

୪୨ମୌଜ଼ା ବଣିକ ମହାସଙ୍ଘ ତରଫରୁ ଯୁବ ସଙ୍ଗଠକ ଇଂ. ପ୍ରକାଶ ଚଂଦ୍ର ସେଠୀଙ୍କ ନେତୃତ୍ୱରେ କଟକ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ 

Leave a Comment

error: Content is protected !!