ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

UGC ବିଲ ସପକ୍ଷରେ ବହୁଜନ ସଂଗଠନ ମାନଙ୍କର ପ୍ରସ୍ତୁତି ବୈଠକ

UGC ବିଲ ସପକ୍ଷରେ ବହୁଜନ ସଂଗଠନ ମାନଙ୍କର ପ୍ରସ୍ତୁତି ବୈଠକ

ଜୁନାଗଡ଼,୮/୨(ମନୀସ) ବିଦ୍ୟାଳୟ ମାନଙ୍କରେ ଜାତି ଧର୍ମ ଉର୍ଦ୍ଧ୍ଵରେ ଭାଇ ଚାରା ରଖି ସମାନତା ଭାବରେ ଛାତ୍ରଛାତ୍ରୀ ମାନେ ସୁସ୍ଥ ମସ୍ତିଷ୍କରେ ଅଧ୍ୟୟନ କରିବା ପାଇଁ କେନ୍ଦ୍ର ସରକାର UGC ବିଲ ଆଣିଛନ୍ତି,,ଏହି ବିଳକୁ କିଛି ଜାତିବାଦୀ ମାନସିକତାର ବ୍ୟକ୍ତି ମାନେ ବିରୋଧ କରୁଛନ୍ତି,,ଏହି ବିଲ ସପକ୍ଷରେ ଆଜି କଳାହାଣ୍ଡି ଜିଲ୍ଲାରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଙ୍କ ଆହ୍ଵାନ କ୍ରମେ ଓବିସି ଏସ୍ ଟି ଏସ୍ ସି ସମାଜିକ ସଂଗଠନ ଓ ବହୁଜନ ରାଜନୈତିକ ଦଳ ଗୁଡିକ ମିଳିତରେ ବୈଠକ କରାଯାଇଥିଲା।, ଉକ୍ତ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା ଯେ ଆସନ୍ତା ୧୭ତାରିଖ ମଙ୍ଗଳବାର ଦିନ ଜିଲ୍ଲାର ସମସ୍ତ ସାମାଜିକ ଓ ରାଜନୈତିକ ଦଳ ହଜାର ହଜାର ସଂଖ୍ୟାରେ ଏକତ୍ରୀତ ହୋଇ ଏକ ବିଶାଲ ଶୋଭାଯାତ୍ରା ବାହାରି UGC ବିଲ ସପକ୍ଷରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ଦିଆଯିବ ।ଏହି ବୈଠଖ ରେ ଏପିଆଇ ରାଜ୍ଯ ପ୍ରଭାରୀ ଛବିଲାଲ ନିଆଲ, ବିଏମଏମ ରାଜ୍ଯ ପ୍ରଭାରୀ ମାଧବ ସୁନାନୀ, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଆଦିତ୍ଯ ହଂସ,ବିଏସପି ସମ୍ପାଦକ ତେଜରାଜ ବେହେରା,ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଜିଲ୍ଲା ସଭାପତି ବୃନ୍ଦାବନ ନାଗ, ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ,ସାମାଜିକ ମୁଖ୍ୟ ଗିରିଜା ବେହେରା,କଲମପୁର ବ୍ଳକ ସଭାପତି ବଳରାମ ଦୁର୍ଗା, ନର୍ଲା ବ୍ଳକ ସଭାପତି ରଘୁନାଥ ଦୀପ୍,,କେସିଙ୍ଗା ବ୍ଳକ ସଭାପତି ଭାଗିରଥି ନାଏକ,କାର୍ଯ୍ୟକାରୀ ସଭାପତି ବିକ୍ରମ ହରପାଲ,, ଗୋଲାମୁଣ୍ଡା ବ୍ଳକ ସଭାପତି ରାମ କୁମାର ସେନାପତି,, ବିଏମପି ଜିଲ୍ଲା ସଭାପତି ମହେନ୍ଦ୍ର ଧାଙ୍ଗଡାମାଝି,,ବ୍ରାସ ସଭାପତି ତ୍ରିନାଥ ନାଏକ ,, ଏହିଭଳି ଅନେକ ସଂଗଠନର କର୍ମକର୍ତ୍ତା ଉପସ୍ଥିତି ଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଖଡ଼ିଛୁଆ ଓ ପ୍ରବେଶ ଉତ୍ସବ ସଚେତନତା କାର୍ଯ୍ୟକ୍ରମ

masiha

ସିଂହପୁର ଠାରେ ବିଂଝାରପୁର ସୁରଭି ପକ୍ଷରୁ ବିଶ୍ୱ ଯୋଗ ଦିବସ 

masiha

ଜିଲ୍ଲା ସ୍ତରୀୟ ଯୁବରେଡକ୍ରସ ଶିବିର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!