ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କର୍କଟ ରୋଗୀ ଙ୍କୁ ସହାୟତା ସହ ଚିକିତ୍ସା ପାଇଁ ହାତ ବଢ଼ାଇଲେ ମାରୱାଡି ଯୁବାମଞ୍ଚ କର୍ମକର୍ତ୍ତା

କୋକସରା, (ମ ନି ସ)୯/୫- ଆଜିକୁ ୨ ବର୍ଷ ହେବ ମୁଖ କର୍କଟ ରୋଗ ରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଦୁର୍ବିସହ ଜୀବନ ଯାପନ କରୁଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଧୋବେନ ଚଞ୍ଚରା ର କ୍ଷୀରସିନ୍ଧୁ ପୁଝାରି(୪୦)। ଗରିବ ଶ୍ରେଣୀ ପରିବାର ର ହୋଇଥିବା ବେଳେ ସାଧ୍ୟମତେ ଅନେକ ଡାକ୍ତରଖାନାରେ ଚିକିତ୍ସା କରି ମଧ୍ୟ ଅର୍ଥାଭାବରୁ ଶେଷରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ଏହି ସମ୍ପର୍କିତ ଖବର ପ୍ରକାଶିତ ହେବାପରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜିବ ଅଗ୍ରୱାଲ ଙ୍କ ପ୍ରଚେଷ୍ଟା ରେ ରବିବାର ଲଡୁଗାଁ ଅଖିଳ ଭାରତୀୟ ମାରବାଡି ଯୁବାମଞ୍ଚ ର କର୍ମକର୍ତ୍ତା ମାନେ କର୍କଟ ରେ ପୀଡିତ କ୍ଷୀରସିନ୍ଧୁ ଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ସହ ଆଗକୁ ଚିକିତ୍ସା ପାଇଁ କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ରେ ଭର୍ତ୍ତି କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ସ୍ଥାନୀୟ ଧର୍ମଗଡ଼ ବିଧାୟକ ଙ୍କ ପ୍ରତିନିଧି ମାନସ ରଞ୍ଜନ ବାଗ ମଧ୍ୟ ଚିକିତ୍ସା ପାଇଁ ସହାୟତା ଓ ସାହାଯ୍ୟ ପ୍ରତିଶୃତି ଦେଇଥିବା ଜଣାପଡ଼ିଛି। ସହାୟତା ର ହାତ ବଢ଼ାଇବା ପରେ ବଞ୍ଚିବାର ଆଶା ହରାଇଥିବା କର୍କଟ ରୋଗୀ ଙ୍କ ମନରେ ଆଶା ର କିରଣ ସଞ୍ଚାର ହୋଇଛି। ଲଡୁଗାଁ ମାରୱାଡି ଯୁବାମଞ୍ଚ ର ସଭାପତି ପଙ୍କଜ ଅଗ୍ରୱାଲ, ସମ୍ପାଦକ ଅଙ୍କୁଶ ଅଗ୍ରୱାଲ, ଶ୍ରୀକାନ୍ତ ଶର୍ମା, ରାଜୀବ ଅଗ୍ରୱାଲ, ବିକାଶ ଅଗ୍ରୱାଲ ପ୍ରମୁଖ କର୍ମକର୍ତ୍ତା ପୀଡିତ ବ୍ୟକ୍ତି ଙ୍କ ଘରେ ପହଞ୍ଚି ସହାୟତା ବାବଦ ରେ ୨୦ ହଜାର ସହ ଚିକିତ୍ସା ର ପ୍ରତିଶ୍ରୁତି ଦେଇଛନ୍ତି।

Related posts

ବଡ ଭାଇକୁ ଟାଙ୍ଗିଆ ରେ ହାଣି ହତ୍ଯା କଲା ସାନ ଭାଇ

ଅଭିଭାବକ ସହ ମତ ବିନିମୟ କାର୍ଯ୍ୟକ୍ରମ

ମ.ରାମପୁରରେ ମା ଦୂର୍ଗାଙ୍କ ନବଦିନାତ୍ମକ ପୂଜା

Sunil Chandra Nayak

Leave a Comment

error: Content is protected !!