ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ , କଲମପୁର ଓ କୋକସରା ବ୍ଲକ ଅଞ୍ଚଳରେ ପାନୀଯ ଜଳ ସମସ୍ଯା ଓ ନୂତନ ନଳକୂପ ଖନନ ପାଇଁ ବିଧାୟକଙ୍କ ପଦକ୍ଷେପ

ଧର୍ମଗଡ଼ , କଲମପୁର ଓ କୋକସରା ବ୍ଲକ ଅଞ୍ଚଳରେ ପାନୀଯ ଜଳ ସମସ୍ଯା ଓ ନୂତନ ନଳକୂପ ଖନନ ପାଇଁ ବିଧାୟକଙ୍କ ପଦକ୍ଷେପ

ଧର୍ମଗଡ଼ , କଲମପୁର ଓ କୋକସରା ବ୍ଲକ ଅଞ୍ଚଳରେ ପାନୀଯ ଜଳ ସମସ୍ଯା ଓ ନୂତନ ନଳକୂପ ଖନନ ପାଇଁ ପଦକ୍ଷେପ ନେବା ପାଇଁ ଧର୍ମଗଡ଼ ବିଧାୟକ ସୁଧିର ରଂଜନ ପଟ୍ଟଯୋଷୀ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଥିଲେ।

କଳାହାଣ୍ଡି ଜିଲ୍ଲା କଲମପୁର,କୋକସରା ଓ ଧର୍ମଗଡ଼ ବ୍ଳକର କେଉଁ କେଉଁ ଗ୍ରାମପଞ୍ଚାୟତର କେଉଁ ଗ୍ରାମକୁ ଅଦ୍ୟାବଧି ପାଇପ ପାନୀୟ ଜଳ ଯୋଗାଣ ସଂଯୋଗ ହୋଇନାହିଁ ତାହା ପ୍ରକାଶ କରି ବର୍ତ୍ତମାନ ଖରାଦିନେ ପାନୀୟ ଜଳ ପାଇଁ ଏହି ସବୁ ଜାଗାରେ ନଳକୂପ ଖନନ ପାଇଁ କି ପଦକ୍ଷେପ ଗ୍ରହଣ କରାଯାଉଅଛି ତାହାର ସୂଚନା ଦେବା ପାଇଁ ଶ୍ରୀ ପଟ୍ଟଯୋଶୀ ବିଧାନସଭାରେ ପ୍ରଶ୍ନ କରିଥିଲେ।

କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କଲମପୁର,କୋକସରା ଓ ଧର୍ମଗଡ଼ ବ୍ଳକର ଗ୍ରାମ ପଞ୍ଚାୟତର ଯେଉଁ ସବୁ ଗ୍ରାମକୁ ଅଦ୍ୟାବଧି ପାଇପ ପାନୀୟ ଜଳ ଯୋଗାଣ ସଂଯୋଗ ହୋଇନାହିଁ ତାହାରଏକ ତାଲିକା ପରିଶିଷ୍ଟ ‘କ’ ରେ ସଂଲଗ୍ନ କରାଯାଇଅଛି।ବର୍ତ୍ତମାନ ଉକ୍ତ ସମସ୍ତ ଗ୍ରାମ ଗୁଡିକରେ ବୃହତ ଜଳ ଯୋଗାଣ ପ୍ରକଳ୍ପ / ଏକକ ଗ୍ରାମ ବିଶିଷ୍ଟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣଧିନ ଅଛି। ସଂପ୍ରତି ଖରା ଦିନ କୁ ଦୃଷ୍ଟିରେ ରଖ୍ ସମସ୍ତ ଏକକ/ ଏକାଧିକ ଗ୍ରାମ ବିଶିଷ୍ଟ ପାନୀୟ ଜଳଯୋଗାଣ ପ୍ରକଳ୍ପ,ସୌରଚାଳିତ ପାନୀୟଜଳ ପ୍ରକଳ୍ପ,ସୌର ଚାଳିତ ଦୈତ୍ୟ ପମ୍ପ ଓ ନଳକୂପ ମାନଙ୍କର ପ୍ରତିରୋଧାତ୍ମକ ରକ୍ଷଣାବେକ୍ଷଣ କାର୍ଯ୍ୟ ସମାପ୍ତ କରାଯାଇଅଛି। ଏହା ବ୍ୟତୀତ ଜଳାଭାବ କିମ୍ବା ଜଳକ୍ଳିଷ୍ଟ ଅଂଚଳ ଚିହ୍ନଟ କରାଯାଇ ପାଣି ଟାଙ୍କି ମାଧ୍ୟମରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟଜଳ ଯୋଗାଇବା ଓ ଆବଶ୍ୟକସ୍ଥଳେ ନୂତନ ନଳକୂପ ଖନନ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଅଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ବିଧାନସଭାରେ ଉତ୍ତର ରଖିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶିଶୁ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ସାମ୍ବାଦିକ ମାନଙ୍କୁ ଫୁଲଚାରା ବଣ୍ଟନ କଲେ ବ୍ଲକ ଅଧ୍ଯକ୍ଷା

masiha

ଝାରକଟା ଉପ୍ରା ବିଦ୍ୟାଳୟରେ ଜାତୀୟ କୃମି ନାଶକ ଦିବସ ପାଳିତ 

masiha

Leave a Comment

error: Content is protected !!