ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୁଷୋତ୍ତମପୁର ବ୍ଲକ ସ୍ଵପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣରେବ୍ଳକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ପୁରୁଷୋତ୍ତମପୁର ବ୍ଲକ ସ୍ଵପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣରେବ୍ଳକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ପୁରୁଷୋତ୍ତମପୁର ସ୍ଵପ୍ନେଶ୍ଵର କଲ୍ୟାଣୀ ମଣ୍ଡପ ଠାରେ ରାଜ୍ୟ ମହିଳା କମିଶନ ଦ୍ୱାରା ଜିଲ୍ଲା ପ୍ରଶାସନ ସହଯୋଗ ରେ ପୁରୁଷୋତ୍ତମପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ଓଡିଶା ରାଜ୍ୟ ମହିଳା କମିଶନର ସଦସ୍ୟ ଉର୍ମିଳା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅନୁଗତ କରାଇଥିଲେ ଏବଂ ମହିଳା ମାନଙ୍କ ପାଇଁ ଆମ୍ଭ ସମ୍ବିଧାନ ରେ ଥୁବା ଆଇନ କାନୁନ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ | ବୈଠକ ରେ ଅଂଶ ଗ୍ରହଣ କରିଥିବା ଅଙ୍ଗନବାଡି କର୍ମୀ, ସହାୟିକା, ଆଶା ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ ର ମାଆ ମାନଙ୍କୁ ମହିଳା ମାନଙ୍କ ସୁରକ୍ଷା ପାଇଁ ସାହସ ଓ ଧର୍ଯ୍ୟ ର ସହ କାମ କରିବାକୁ ଆହ୍ୱାନ ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରି ବିଜୟାଲକ୍ଷ୍ମୀ ବେହେରା, ବିଶିଷ୍ଟ ସମାଜସେବୀ ପୁର୍ଣିମା ଦାଶ, ସମାଜ ମଙ୍ଗଳ ଅଧିକାରୀ ପାର୍ବତୀ ସୋରେନ, ବରିଷ୍ଠ ଆଇନଜୀବୀ ଉପେନ୍ଦ୍ର ପଣ୍ଡା, ପଂଚାୟତ ସମିତି ଅଧକ୍ଷା ପିଙ୍କି ବେହେରା, ଏନ ଏସି ଚେୟାରମ୍ୟାନ କୃଷ୍ଣଚନ୍ଦ୍ର ପଣ୍ଡା, ମହିଳା ସୁରକ୍ଷା ଅଧିକାରୀ ଡ଼ି ନାଗୁରତ୍ନମ, ସମ୍ମାନିତ ଶିଶୁଵିକାଶ ପ୍ରକଳ୍ପ ଅଧିକାରିଣୀ ଲତିକା ମଲ୍ଲିକ ଏବଂ ଏସ ଡ଼ି ପିଓ ସୁଜିତ ନାୟକ ପ୍ରମୁଖ ଉପସ୍ଥିତ ରହି ମହିଳା ମାନଙ୍କ ସୁରକ୍ଷା ଓ ସଚେତନତା ଉଦେଶ୍ୟରେ ନିଜର ମତ ରଖିଥିଲେ | କାର୍ଯ୍ୟକ୍ରମ ପରିଶେଷରେ ସମସ୍ତେ ମହିଳା ମାନଙ୍କ ସୁରକ୍ଷା ଏବଂ ମହିଳା ଅଧିକାର କୁ ସୁନିଶ୍ଚିତ କରିବା ପାଇଁ ଶପଥ ନେଇଥିଲେ | କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

Related posts

ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ପାଇଁ କ୍ଷେତ୍ର ପରିଦର୍ଶନ 

Sunil Chandra Nayak

ଉଦଘାଟିତ ହେଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଖଇରା ମଣ୍ଡଳ କାର୍ଯ୍ୟାଳୟ

masiha

ଦ୍ବିତୀୟ ଦିନରେ ପହଁଚିଲା ଡ୍ରାଇଭର ମହାସଂଘର ଧର୍ମଘଟ: ଅତ୍ୟାବଶ୍ୟକ ସାମଗ୍ରୀ ଚିନ୍ତାରେ ଖାଉଟି, ଯାତ୍ରୀ ହନ୍ତସନ୍ତ 

Sunil Chandra Nayak

Leave a Comment

error: Content is protected !!