ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଚତୁର୍ଥ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

ଚତୁର୍ଥ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

ବାଲିଗୁଡା, ତା, ୩୧/୦୩: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଚୈତ୍ର ମାସର ଚତୁର୍ଥ ତଥା ଶେଷ ମଙ୍ଗଳବାର ଯାତ୍ରା ଉଦଯାପିତ ହୋଇଯାଇଛି | ଏହି ଅବସରରେ ମା’ ପାଟଖଣ୍ଡା ପଦ୍ମ ଫୁଲ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି l ଚୈତ୍ର ମାସର ଶେଷ ମଙ୍ଗଳବାର ହୋଇଥିବା ଯୋଗୁଁ ସମଗ୍ର କନ୍ଧମାଳ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶତାଧିକ ଭକ୍ତ ମାନେ ଆସି ମା ‘ଙ୍କ ଦର୍ଶନ କରିଥିଲେ | ପ୍ରତ୍ୟୁଷରୁ ମା’ ଙ୍କର ରୀତିନୀତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା ପରେ ପରେ ମା’ଙ୍କର ଏହି ଦୁର୍ଲଭ ବେଶ କୁ ଦେଖିବା ପାଇଁ ପ୍ରତ୍ୟୁଷ ରୁ ରାତ୍ର ପର୍ଯ୍ୟନ୍ତ ଭକ୍ତ ଙ୍କ ଭିଡ଼ ଲାଗି ରହିଥିଲା | ସମସ୍ତେ ଶୃଙ୍ଖଳିତ ଦର୍ଶନ କରି ତାଙ୍କର ଆଶୀର୍ବାଦ ଲାଭ କରିଥିଲେ | ମାନସିକ ଧାରୀ କିଛି ଭକ୍ତଙ୍କ ଛୁଆ ମାନଙ୍କୁ ଏହି ଯାତ୍ରାରେ ଚୁଟି ମଣ୍ଡନ କରିଥିବା ଦେଖିବାକୁ ମିଳିଥିଲା l ଏ ନେଇ ମନ୍ଦିର ପରିଚାଳନା କମିଟି ଓ କେତେକ ଭକ୍ତ ଙ୍କ ତରଫରୁ ପ୍ରସାଦ ସହ ପଣା ବଣ୍ଟନ କରାଯାଇଥିଲା l କମିଟି ର ସମସ୍ତ ସଦସ୍ୟ, ପୂଜକ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ସେବାକାରୀ କିନ୍ନର ସଂଘର ସାବିତ୍ରୀ ବ୍ରତ

ଆଜି ପବିତ୍ର ମହା ଶିବରାତ୍ରି , ଧର୍ମଗଡର ପାରଦେଶ୍ୱର ମନ୍ଦିର ଆଜି ଚଳଚଞ୍ଚଳ

Sunil Chandra Nayak

ମହାବିଷୁବ ସଂକ୍ରାନ୍ତି ଅବସରରେ ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

Sunil Chandra Nayak

Leave a Comment

error: Content is protected !!