ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱ ଜନଗଣନା କାର୍ଯ୍ଯକ୍ରମ ଆରମ୍ଭ

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱ ଜନଗଣନା କାର୍ଯ୍ଯକ୍ରମ ଆରମ୍ଭ

ଧର୍ମଗଡ ସହରରେ ଆଜିଠାରୁ ସମଗ୍ର ଦେଶରେ ଭାରତ ସରକାର ଙ୍କ ଦ୍ଵାରା ସ୍ୱ ଜନଗଣନା ପ୍ରକିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆଜି ଧର୍ମଗଡ ସହରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ପ୍ରଥମ ନାଗରିକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ମହାନ୍ତି ଓ ଉପାଧ୍ୟକ୍ଷା ମନିଷା ମିଶ୍ର ଙ୍କ ଠାରୁ ଆରମ୍ଭ କରାଯାଇଛି। ଆଜି ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ସ୍ଵ ଜନଗଣନା କାର୍ଯ୍ୟକ୍ରମ ଜାରୀ ରହିବ।ସ୍ୱ ଜନଗଣନା ପ୍ରକ୍ରିୟା ରେ ମୋବାଇଲ୍ ଆପ ଯୋଗେ ନିଜେ ନିଜେ ନିଜର ପରିବାରର ବିସ୍ତୃତ ବିବରଣୀ ଦେଇ ଜନଗଣନା ରେ ସାମିଲ ହୋଇ ପାରିବେ।୧୫ ତାରିଖ ପରେ ସରକାରଙ୍କ ଦ୍ୱାରା ଦାୟୀତ୍ୱ ଦିଆ ଯାଇଥିବା ସରକାରୀ ଅଧିକାରୀ ଓ କର୍ମଚାରୀ ମାନେ ଘର ଘର ବୁଲି ଜଣ ଗଣନା ପ୍ରକ୍ରିୟାକୁ ଜାରୀ ରଖିବେ।

ଆଜିର ଏହି କାର୍ଯକ୍ରମ ଏନଏସିର ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର ଙ୍କ ତତ୍ତ୍ଵାବଧାନରେ ସୁପର ଭାଇଜର ନିରଞ୍ଜନ ମୁଦୁଲି ଓ ଏନୁମାରେଟର ସାରଦା ସାହୁ,ନମିତା ବାଗ,ପାର୍ବତୀ କର,ରବୀନ୍ଦ୍ର କୁମାର ପରିଡ଼ା,ବିକାଶ କୁମାର ବିଡ଼ିକା, ମନୋରଞ୍ଜନ ନାଗ ଓ ଯଶୋବନ୍ତ ମହାପାତ୍ର, ସଞ୍ଜୀବ କୁମାର ପଣ୍ତା ପ୍ରମୁଖ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ରାଉରକେଲା ମହାବିଦ୍ୟାଳୟର ‘ବାର୍ଷିକ ଉତ୍ସବ’ ଅନୁଷ୍ଠିତ

Sunil Chandra Nayak

ବ୍ରହ୍ମପୁର ମହାନଗରନିଗମର ଦଶମ ପୁସ୍ତକମେଳା ଉଦଯାପନୀ ସାରସ୍ୱତ ସମାରୋହରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦ, ନିଶିଗନ୍ଧା ପ୍ରକାଶନୀ କୁ ସମ୍ମାନିତ କରାଯାଇଥିଲା

masiha

ମହାସଂଘ ତରଫରୁ ବିଶ୍ବ ନାଟ୍ୟ ଦିବସ ପାଳିତ

masiha

Leave a Comment

error: Content is protected !!