ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ

ନୂଆପଡାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ

ନୂଆପଡା, ତା. ୧୦/୦୪.(ସୁଜିତ କୁମାର ପ୍ରଧାନ ) ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅବକାରୀ ବିଭାଗର କାର୍ଯ୍ୟାବଳୀ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

 ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ରାଜସ୍ବ ଆଦାୟ ପାଇଁ ନିର୍ଦ୍ଧାରିତ ବାର୍ଷିକ ଲକ୍ଷ୍ୟ ୩୦,୧୧,୦୦,୦୦୦ ଟଙ୍କା ଥିଲାବେଳେ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ମୋଟ ୨୬,୩୦,୯୬,୯୧୧ ଟଙ୍କା ଆଦାୟ ହୋଇ ୮୭.୩୭ ପ୍ରତିଶତ ସଫଳତା ହାସଲ ହୋଇଛି। ମାର୍ଚ୍ଚ ମାସରେ ୮,୮୦,୭୯,୭୫୬ ଟଙ୍କା ଆଦାୟ ହୋଇଥିବାବେଳେ ପୂର୍ବବର୍ଷ ତୁଳନାରେ ୨.୭୩ ପ୍ରତିଶତ ଅଧିକ ରେକର୍ଡ ହୋଇଛି।

ଏହାସହିତ, ଅବକାରୀ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ବିସ୍ତୃତ ସମୀକ୍ଷା କରାଯାଇଥିଲା। ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ୧୯୪୨ଟି ମାମଲା ଚିହ୍ନଟ ହୋଇଥିବାବେଳେ ୧୨୦୩ ଜଣଙ୍କୁ ଗିରଫ କରାଯାଇଛି ଏବଂ ୧୦୯୦ ଜଣଙ୍କୁ ଆଦାଲତକୁ ପ୍ରେରଣ କରାଯାଇଛି। ୧୧୫୬ଟି ଚାର୍ଜସିଟ୍ ଦାଖଲ ହୋଇଥିବା ସହ ବହୁ ସଂଖ୍ୟକ ଏନ୍‌ପିଡିଏସ୍‌ ମାମଲା ମଧ୍ୟ ଚିହ୍ନଟ ହୋଇଛି।

ସେହିପରି, ବହୁ ପରିମାଣର ଦେଶୀ ମଦ, ବିଦେଶୀ ମଦ (IMFL), ବିଅର, ମହୁଲ ଫୁଲ, ଗଞ୍ଜେଇ, କଫ୍‌ ସିରପ ଓ ଅନ୍ୟାନ୍ୟ ଅବୈଧ ଦ୍ରବ୍ୟ ଜବତ ହୋଇଥିବା ବିବରଣୀ ଦିଆଯାଇଥିଲା। 

ବୈଠକରେ ଜିଲ୍ଲାପାଳ ଅବୈଧ ମଦ ବିକ୍ରି ଓ ଚୋରା ଚାଳାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ରାଜସ୍ୱ ଆଦାୟ ଲକ୍ଷ୍ୟ ହାସଲ ପାଇଁ ସମନ୍ୱିତ ଭାବେ କାମ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ, ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀମତୀ ସଂଘମିତ୍ରା ପ୍ରଧାନ , ଅବକାରୀ ନିରୀକ୍ଷକ ଶ୍ରୀମତୀ ହୀରାବତୀ ଥାଟି, ଶ୍ରୀମତୀ ବୃନ୍ଦାବତୀ ଭୁଆ, ଏ.ଏସ୍‌.ଆଇ. ବଳଭଦ୍ର ରାଉତ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Related posts

ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟ କ୍ରମ ଅନୁଷ୍ଠିତ

masiha

ଗୋ-ସମାବେଶ, ଓମଫେଡକୁ ବିପଣନ ସହାୟତା ଏବଂ ଗିଫ୍ଟମିଲ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ  ଆଭାସୀ ମାଧ୍ୟମ ରେ ମହାମହିମ ରାଷ୍ଟ୍ରପତିଙ୍କ କରକମଳରେ ଶୁଭାରମ୍ଭ 

masiha

Indian Railways Extends Weekly Special Trains for Diwali and Puja Rush

Sunil Chandra Nayak

Leave a Comment

error: Content is protected !!