ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଗଛ ଲଗାଇବା କାହା ପାଇଁ

ଗଛ ଲଗାଇବା କାହା ପାଇଁ

 

ବୁଢା ପୋତୁଥିଲା ନଡିଆ ଗଛ ଟେ 

ନାତି ପଚାରିଲା ଅଜା 

ଗଛ ଲଗାଉଛ କାହା ପାଇଁ କୁହ 

ମନେ ମନେ ଖାଅ ଖଜା । 

ସତେକି ଫଳିବ ନଡିଆ ଗଛ ରେ 

କାଲି କିବା ଦୁଇ ପୁଞ୍ଜା 

ତୋଳି ଖାଇବାକୁ ବୟସ କି ଅଛି 

ମରଣ ନିକଟେ ଖୋଜା ।

ନାତି କଥା ଶୁଣି ହସି ଦେଇ ଅଜା 

କହିଲା ନାତିଆ ଶୁଣ 

ଗଛ କି ଲଗାଏ ମୋହରି ପାଇଁ ମୁଁ 

ଖାଇବାକୁ ଆଶା ପୁଣ ।

ବାପା ଜେଜେବାପା ଲଗାଇ ଥିଲେଟି 

ଖାଉଅଛି ମୁହିଁ ତୋଳି

ମୁହିଁ ଲଗାଇଲେ ତୁମେ ତୁମ ପିଲା 

ଖାଇବ ଲଗାଏ ଭାଳି ।

ପିଢି ପରେ ପିଢି ଗଛ ଲଗାଇଲେ 

ପର ପିଢି ଭୋଗୁଥିବା

ଏଇ ଭାବନାଟି ରଖି ଆମ ମନେ 

ଗଛ ଟିଏ ପୋତିଯିବା । 

ଆଜା କଥା ଶୁଣି ନାତି ମନେ ଭଣି 

କହିଲା ଉତ୍ତମ କଥା 

ଅଜା ଆଜି ମୋର ଆଖି ଖୋଲି ଦେଲ 

କହିଲ ସୁନ୍ଦର ପ୍ରଥା ।

ଆଜି ଠାରୁ ମନେ ସଂକଳ୍ପ କରୁଛି 

ଲଗାଇବି କେତେ ଗଛ 

ଗଛ ଲଗାଇ ମୁଁ ପୁଣ୍ୟ ଅରଜିବି 

ନ ଭାବିବି ଆଗ ପଛ ।

ସାଙ୍ଗ ସାଥୀ ମେଳ ନାତି କଲା ଠୁଳ 

ଗଢିଲା ଗୋଟିଏ ଦଳ 

ସବୁଜ ବାହିନୀ ନାମ ଦେଲା ତାର 

ବଢାଇଲା ମନ ବଳ ।

ଲଗାଇଲା କେତେ ଜାତି ଜାତି ଗଛ 

ସବୁଜ ସୁନ୍ଦର କରି 

ଆଗାମୀ ପିଢି ର ସୁରକ୍ଷା ର ପାଇଁ 

ଫାଙ୍କା ଯାଗା ଗଲେ ଭରି ।

ଉଦାସ ଧରଣୀ ସବୁଜିମା ଭରି 

ବଢାଇଲା ଶୋଭା ଶୀରି 

ପରିବେଶ ପୁଣି ହସି ଉଠୁଥିଲା 

ଟାଙ୍ଗରା ଭୂମି କୁ ଚିରି ।

ଗଛ ଲତା ଭରା ପ୍ରକୃତି ସୁଷମା 

ଦିନୁ ଦିନ ବଢିଗଲା 

ଉତ୍ତପ୍ତ ପୃଥିବୀ ଶୀତଳ ପରଶେ 

ପୂର୍ବାବସ୍ଥା ଫେରୁଥିଲା ।

ନାତି କୁ ପ୍ରଶଂସୀ ଦେଲାଟି ସାବାସୀ

କହିଲା ନାତି କୁ ଚାହିଁ 

ବଝିଗଲୁ ଏବେ ଗଛ ଲଗାଇବା 

ନାତିଆ ମୋ କାହା ପାଇଁ ।।

ଶ୍ଯାମା ପ୍ରସାଦ୍ ବୋଷ୍

ବେଗୁନିଁଆ , ମଲ୍ଲୀକ୍ ସାହି 

ଗୋପ୍ , ପୁରୀ 

 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ରାଷ୍ଟ୍ରପତି ଙ୍କ ଶପଥ ପାଠ ଅବସରରେ ଶୁଭକାମନା ରଖିଲେ ଆଦିବାସୀ ମହିଳାମାନେ

Sunil Chandra Nayak

ବ୍ୟାଙ୍କ ଅଫ୍ ବରୋଦାର କିଓସ୍କ ଡାବୁଗାଁ ରେ ହେଲା ଖୋଲା

Sunil Chandra Nayak

Leave a Comment

error: Content is protected !!