ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ସୁରକ୍ଷା ସପ୍ତାହ ପାଳିତ 

ଡାବୁଗାଁରେ ସୁରକ୍ଷା ସପ୍ତାହ ପାଳିତ

ଡାବୁଗାଁ, ୧୪/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଅଗ୍ନିସମ କେନ୍ଦ୍ର ଠାରେ ସୁରକ୍ଷା ସପ୍ତାହ ମଙ୍ଗଳବାର ପାଳିତ ହୋଇଯାଇଛି | ଏହି ଅବସରରେ ଅଗ୍ନିସମ କେନ୍ଦ୍ର ଅଧିକାରୀ ହିମାଂଶୁ ଶେଖର ନାୟକ ନେତୃତ୍ଵରେ ସମସ୍ତ କର୍ମଚାରୀମାନେ ଦମକଳ ଗାଡି ନେଇ ଚାଲିଚାଲି ଅଗ୍ନି ନିରାପତ୍ତା ଉପରେ ସ୍ଲୋଗାନ ଦେଇ ଡାବୁଗାଁ ସହର ପରିକ୍ରମା କରି କାର୍ଯ୍ୟ|ଳୟରେ ପହଞ୍ଚି ଥିଲେ | ଅଗ୍ନିସେବା ସପ୍ତାହ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ଜନସାଧାରଣଙ୍କୁ ଅଗ୍ନି ବିପତ୍ତିରୁ ସୁରକ୍ଷା ପାଇବା ହେଉଛି ମୂଳ ଲକ୍ଷ୍ୟ | ପରେ ଡାବୁଗାଁର ପେଟ୍ରୋଲ ପମ୍ପରେ ପହଞ୍ଚି କର୍ମଚାରୀ ମାନଙ୍କୁ ଅଗ୍ନି ନିରାପତ୍ତା ଉପରେ ସଚେତନତା କରିଥିଲେ |ଏହି ସଚେତନତା ପରିକ୍ରମାରେ ମୁଖ୍ୟ ଅଗ୍ନିଯୋଧ୍ୟା ଲକ୍ଷ୍ମୀଧର ଜାନୀ ଓ ଦୁଖାନସନ ଖଡିଆ, ଅଗ୍ନିଯୋଧ୍ୟା ଡ୍ରାଇଭର ପ୍ରସନ୍ନ ବିଶ୍ଵାଳ, ଅଗ୍ନିଯୋଧ୍ୟା ଜନ୍ମେଜୟ ପଟେଲ, ହେମନ୍ତ ମାଝି, କୈଳାସ ଭୁଏ, ସତ୍ୟପ୍ରିୟ ପ୍ରଧାନ ଓ ମଧୁ ସୂଦନ ବଗର୍ତ୍ତୀ ପ୍ରମୁଖ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

୨୦୨୫-୨୬ କେନ୍ଦ୍ର ବଜେଟରୁ ଓଡିଶାକୁ ସିଂହଭାଗ ଲାଭ ମିଳିବ : ମନ୍ତ୍ରୀ ସୁରେଶ ପୂଜାରୀ

masiha

ଟିପିଏସ୍ଓଡିଏଲ୍ ତରଫରୁ ନୈତିକତା ଦିବସ ପାଳନ

Sunil Chandra Nayak

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ

masiha

Leave a Comment

error: Content is protected !!