ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ସୁରକ୍ଷା ସପ୍ତାହ ପାଳିତ 

ଡାବୁଗାଁରେ ସୁରକ୍ଷା ସପ୍ତାହ ପାଳିତ

ଡାବୁଗାଁ, ୧୪/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଅଗ୍ନିସମ କେନ୍ଦ୍ର ଠାରେ ସୁରକ୍ଷା ସପ୍ତାହ ମଙ୍ଗଳବାର ପାଳିତ ହୋଇଯାଇଛି | ଏହି ଅବସରରେ ଅଗ୍ନିସମ କେନ୍ଦ୍ର ଅଧିକାରୀ ହିମାଂଶୁ ଶେଖର ନାୟକ ନେତୃତ୍ଵରେ ସମସ୍ତ କର୍ମଚାରୀମାନେ ଦମକଳ ଗାଡି ନେଇ ଚାଲିଚାଲି ଅଗ୍ନି ନିରାପତ୍ତା ଉପରେ ସ୍ଲୋଗାନ ଦେଇ ଡାବୁଗାଁ ସହର ପରିକ୍ରମା କରି କାର୍ଯ୍ୟ|ଳୟରେ ପହଞ୍ଚି ଥିଲେ | ଅଗ୍ନିସେବା ସପ୍ତାହ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ଜନସାଧାରଣଙ୍କୁ ଅଗ୍ନି ବିପତ୍ତିରୁ ସୁରକ୍ଷା ପାଇବା ହେଉଛି ମୂଳ ଲକ୍ଷ୍ୟ | ପରେ ଡାବୁଗାଁର ପେଟ୍ରୋଲ ପମ୍ପରେ ପହଞ୍ଚି କର୍ମଚାରୀ ମାନଙ୍କୁ ଅଗ୍ନି ନିରାପତ୍ତା ଉପରେ ସଚେତନତା କରିଥିଲେ |ଏହି ସଚେତନତା ପରିକ୍ରମାରେ ମୁଖ୍ୟ ଅଗ୍ନିଯୋଧ୍ୟା ଲକ୍ଷ୍ମୀଧର ଜାନୀ ଓ ଦୁଖାନସନ ଖଡିଆ, ଅଗ୍ନିଯୋଧ୍ୟା ଡ୍ରାଇଭର ପ୍ରସନ୍ନ ବିଶ୍ଵାଳ, ଅଗ୍ନିଯୋଧ୍ୟା ଜନ୍ମେଜୟ ପଟେଲ, ହେମନ୍ତ ମାଝି, କୈଳାସ ଭୁଏ, ସତ୍ୟପ୍ରିୟ ପ୍ରଧାନ ଓ ମଧୁ ସୂଦନ ବଗର୍ତ୍ତୀ ପ୍ରମୁଖ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ରୋଟାରାକ୍ଟ କ୍ଳବ ଅଫ୍ ରିମ୍ସ୍ ପକ୍ଷରୁ ଟଙ୍କ ତୋରାଣୀ ବଣ୍ଟନ

ଆଇନ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ 

ବେଲପଡ଼ାରେ ଷୋହଳ ପ୍ରହର ନାମଯଜ୍ଞ

masiha

Leave a Comment

error: Content is protected !!