ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜ଼ିଲ୍ଲା ବିଜୁ ମହିଳା ମୋର୍ଚ୍ଚା ତରଫରୁ ସରବତ ପାଣି ବଣ୍ଟନ

ଭବାନୀପାଟଣା:୧୦/୫- ମ.ନି.ସ:- ଆଜି ଭବାନୀପାଟଣା ଷ୍ଟେଛୁଛକ ଠାରେ ବିଜେଡି ମହିଳା ଦଳ ସଭାନେତ୍ରୀ ଶ୍ରୀମତୀ ଲଳିତା ନାଏକଙ୍କ ନେତୃତ୍ୱରେ ବିଜୁ ମହିଳା ଦଳ ତରଫରୁ ସରବତ ଜଳ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି,ଗ୍ରୀଷ୍ମର ପ୍ରଖର ତାତିରେ ଲୋକେ ଜଳଟିକକ ପାଇଁ କେତେ ଯେ ହନ୍ତସନ୍ତ ହେଉଥିବା ବେଳେ ବିଜୁ ମହିଳା ଦଳ ଲୋକଙ୍କୁ ଜଳ ସେବା ଯୋଗାଇ ଲୋକଙ୍କ ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିଯାଇଛନ୍ତି। ଏଥିରେ ହଜାର ହଜାର ଲୋକଙ୍କୁ ପାନୀୟ ଜଳ ପିଇବା ପାଇଁ ବ୍ଯବସ୍ତା କରାଯାଇଥିଲା। ଭବାନୀପାଟଣା ସହରରେ ଟାଣ ଖରା ସାଙ୍ଗରେ ଚାଳିଶରୁ ଅଧିକ ଡିଗ୍ରୀ ଥିବାବେଳେ ଦୂର ଦୁରାନ୍ତରରୁ ସାପ୍ତାହିକ ବଜାର କରିବା ପାଇଁ ଜନସାଧାରଣ ଆସି ଥିଲେ, ସେମାନଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ଯେ ଆମେ ଦଶବାର କିଲୋମିଟର ଦୂରରୁ ସାପ୍ତାହିକ ବଜାର କରିବାକୁ ଆସିଥାଉଁ ଏହି ଭୀଷଣ ଖରା ଯୋଗୁଁ ଆମ୍ଭେ ଶୋଷିଲା ହୋଇପଡୁ, ଏହା ଫଳରେ ପନ୍ଦର କୋଡିଏ ଟଙ୍କାର ସର୍ବତ ପାଣି କିମ୍ବା ଅନ୍ଯାନ୍ଯ ପାନୀୟ ଜଳ କିଣି ପିଇବା ପାଇଁ ବାଧ୍ୟ ହୋଇଥାଉଁ। କିନ୍ତୁ ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ଆମ୍ଭମାନଙ୍କୁ ଯେଉଁ ସରବତ ପାଣି ଯୋଗାଇ ଦେବା ବ୍ୟବସ୍ତା କରିଛନ୍ତି, ତାହା ଉପରେ ଆମେ ସମସ୍ତେ ବହୁତ ଖୁସି ରହିଅଛୁ। ଉକ୍ତ ଜଳ ସେବାରେ ଲୋକଙ୍କ ଭିଡ଼ ଜମିଥିଲା। ଯାନବାହନ ଚଳାଚଳରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ଲୋକଙ୍କର ଚଳପ୍ରଚଳ ପ୍ରତି ବିଶେଷ ଭାବରେ ପ୍ରଭାବ ପକେଇ ଦେଇଥିଲ। ଖଇଫୁଟା ଟାଣ ଖରାରେ ଲୋକେ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ମାଗଣା ସରବତ ପାଣି ପିଇ ଗରିବ ଲୋକେ ବହୁତ ଖୁସି ଅନୁଭବ କରୁ ଥଲେ, ଏହି ଜଳ ସେବା ରେ ଭବାନୀପାଟଣାର ଅଠର ଜଣ କାଉନସିଲ,ବିଜେଡିର ଅନ୍ଯାନ୍ଯ କର୍ମକର୍ତ୍ତା ସହଯୋଗ କରିଥିବା ଜଣାପଡ଼ିଛି

କ୍ଷୀରୋଦ ମଙ୍ଗରାଜ ଙ୍କ ରିପୋର୍ଟ

 

Related posts

ଚନ୍ଦ୍ର କଳା ଦେବୀ ଙ୍କ କବିତା – ମୋ ଗାଆଁ

Sunil Chandra Nayak

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା ପାଉଁଶ ତଳର ନିଆଁ 

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!