ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତୀୟ ବେରୋଜଗାର ମୋର୍ଚ୍ଚାର ଥାଳି ପିଟ ଆନ୍ଦୋଳନ

ଭବାନୀପାଟଣା:୧୦/୫- ମ.ନି.ସ:– କେନ୍ଦ୍ର ଏବଂ ରାଜ୍ଯ ସରକାରଙ୍କ ବିରୋଧରେ ତଥା ବେରୋଜଗାରଙ୍କ ସମର୍ଥନରେ ଭାରତର ୩୧ ରାଜ୍ଯର ୫୫୦ ଟି ଜିଲ୍ଲାରେ ଥାଳି ପିଟା ଆନ୍ଦୋଳନ କରାଯାଇ ଥିବାବେଳେ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ସରକାରୀ ମହାବିଦ୍ୟାଳୟ ସମ୍ମୁଖରେ ଭାରତୀୟ ବେରୋଜଗାର ମୋର୍ଚ୍ଚାର ଥାଳି ପିଟା ଆନ୍ଦୋଳନ ହୋଇଥିଲା। ମିଳିତ ଜାତିସଂଘର ୨୦୧୪ ରିପୋର୍ଟ ଅନୁଯାୟୀ, ଭାରତ ହେଉଛି ବିଶ୍ବର ସର୍ବାଧିକ ଯୁବବର୍ଗଙ୍କ ଦେଶ ଯେଉଁଠାରେ ଯୁବଙ୍କ ସଂଖ୍ୟା ହେଉଛି ୩୫.୬ କୋଟି। ଯେକୋୖଣସି ଦେଶର ଅଗ୍ରଗତି ମୂଖ୍ଯତଃ ଏହାର ଯୁବକମାନଙ୍କୁ ମିଳୁଥିବା ନିଯୁକ୍ତି ଉପରେ ନିର୍ଭର କରେ। ଯଦି ଯୁବକମାନେ ପର୍ଯ୍ଯାପ୍ତ ରୋଜଗାର ପାଆନ୍ତି ନାହିଁ ତେବେ କେବଳ ସେମାନଙ୍କର ସ୍ବପ୍ନ ଭାଙ୍ଗିଯାଏ ନାହିଁ ବରଂ ଉଦାସୀନତା ହେତୁ ସେମାନେ ଭୂଲ ପଦକ୍ଷେପ ନେଇ ଆତ୍ମହତ୍ୟା କରିବା ମଧ୍ୟ ସମ୍ଭାବନା ଥାଏ ଏବଂ ଏହାର ଭୟଙ୍କର ପରିଣାମ ମଧ୍ୟ ଆସିବାରେ ଲାଗିଛି। ଏହାର ମୂଳକାରଣ ହେଉଛି ୧୯୯୧ ରେ ଏନଡିଏ ଏବଂ ୟୁପିଏ ସରକାରଙ୍କ ଦ୍ବାରା ଅଣାଯାଇଥିବା (ଉଦାରିକରଣ,ଘରୋଇକରଣ,ଜଗତୀକରଣ) ଆଇନ୍। ବର୍ତ୍ତମାନର ସମସ୍ତ ରାଜ୍ଯ ଏବଂ କେନ୍ଦ୍ର ସରକାର ହେଉଛନ୍ତି ଦେଶର ଜନତାଙ୍କୁ ଅଣଦେଖା କରି ଇଭିଏମ୍ ଦ୍ବାରା ନିର୍ବାଚିତ ସରକାର ଯିଏ ଘରୋଇକରଣ ମାଧ୍ୟମରେ ସରକାରୀ କ୍ଷେତ୍ରକୁ ସମାପ୍ତ କରୁଛନ୍ତି। ଯାହାଫଳରେ ଦେଶରେ ଦିନକୁ ଦିନ ବେକାରୀ ସମସ୍ୟା ବୃଦ୍ଧି ପାଉଛି। ରୋଜଗାର ଅଭାବରୁ ଦେଶରେ ସୁଶିକ୍ଷିତ ବେରୋଜଗାରୀଙ୍କ ଭିଡ ସୃଷ୍ଟି ହେଉଛି। (ନ୍ଯାସନାଲ କ୍ରାଇମ ରେକର୍ଡସ୍ ବ୍ଯୁରୋ)ର ରିପୋର୍ଟ ଅନୁଯାୟୀ ବେରୋଜଗାର କାରଣରୁ ଦେଶରେ ୩୮ ଜଣ ସୁଶିକ୍ଷିତ ଯୁବକ ଆତ୍ମହତ୍ୟା କରୁଛନ୍ତି। ଏହି ପରିପ୍ରେକ୍ଷିରେ ବେରୋଜଗାରୀଙ୍କ ବର୍ତ୍ତମାନ ସମସ୍ୟା ରୋଜଗାର ଅଭାବରୁ ଦେଶରେ ୩୫% ବେକାରୀ ସମସ୍ୟା ବୃଦ୍ଧି ପାଇଛି, ଘରୋଇକରଣ ଦ୍ବାରା ସରକାରୀ ଚାକିରୀ କୁ ସମାପ୍ତ କରି ଦିଆଯାଇଛି,ସରକାର ଚାକିରୀ ଉପରେ ଅଘୋଷିତ ପ୍ରତିବନ୍ଧକ ଅଣାଯାଇଛି, ବେକାରୀ ବୃଦ୍ଧି ହେତୁ ସୁଶିକ୍ଷିତ ଯୁବକ ଯୁବତୀ ଆତ୍ମହତ୍ୟା ମାମଲା ବୃଦ୍ଧି ପାଉଛି, କାଟେଭାଲ ଏଣ୍ଟ୍ରି ସିଷ୍ଟମ ଯୋଗୁଁ ଦେଶରେ ଦୁର୍ନୀତି ଅଧିକାରୀ ନିଯୁକ୍ତି ହେଉଛି, ବର୍ଷ ବର୍ଷ ଧରି ନିଯୁକ୍ତି ନହେବା କାରଣରୁ ବୟସ ସୀମା ଶେଷ ହୋଇଯାଉଛି, ଅଶିକ୍ଷିତ ବେକାରୀଙ୍କ ପାଇଁ ରୋଜଗାର କୌଣସି ଗ୍ରାରେଣ୍ଟି ନାହିଁ, ବାରମ୍ବାର ସରକାରୀ ନୀତି ବଦଳାଇବା। ଏହାର ସମାଧାନ ଓ ପ୍ରମୁଖ ଦାବି ଗୁଡିକ ଉପସ୍ଥାପନ କରାଯାଇଛି ଯାହାକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଲଗାଯାଇଥିବା ପ୍ରତିବନ୍ଧକ ହଟାଇ ନିଯୁକ୍ତିକୁ ଶିଘ୍ର ଆଇନ କରାଯାଉ ଯାହାଫଳରେ ବେକାରୀ ସମସ୍ୟା ଦୂର ହୋଇପାରିବ,ପ୍ରତ୍ୟେକ କ୍ଷେତ୍ରରେ ଠିକାଦାରୀ ନିଯୁକ୍ତି ବନ୍ଦ କରି ପୁନର୍ବାର ସରକାରୀ ନିଯୁକ୍ତି ଲାଗୁ କରାଯାଉ, ସରକରୀ ନିଯୁକ୍ତି ଉପରେ ଅଘୋଷିତ ନିଷେଧାଦେଶକୁ ବାତିଲ କରି ସଂଖ୍ୟା ଅନୁପାତରେ ସମସ୍ତ କ୍ଷେତ୍ରରେ ସରକାରୀ ନିଯୁକ୍ତି ଆରମ୍ଭ କରାଯାଉ, ଯଦି ଦକ୍ଷତା ଅନୁଯାୟୀ ରୋଜଗାର ଉପଲବ୍ଧ ହୁଏ,ତେବେ ଦେଶରେ ଯୁବକ ମାନଙ୍କ ଆତ୍ମହତ୍ୟା ହାର ହାର୍ଷ ପାଇବ, ବୟସ ସୀମା ଶେଷ ହେବା ପୂର୍ବରୁ ରୋଜଗାର ଉପଲବ୍ଧ କରାଯାଉ, ଅଶିକ୍ଷିତ ବେକାରୀଙ୍କୁ ରୋଜଗାର ଗ୍ଯାରେଣ୍ଟି।ଯୋଜନା ମନରେଗା MGNREGA ଅଧିନରେ ବର୍ଷକୁ ୩୬୫ ଦିନ ଗ୍ଯାରେଣ୍ଟି ରହିବା ଉଚିତ ବୋଲି ସଂଘ ଜଣାଇଛି, ସରକାରଙ୍କ ବୈମାତୃକ ମନୋବଳ ଯୋଗୁଁ ଆଜି ସାରା ଦେଶରେ ଶିକ୍ଷିତ ବେକାରୀ ଓ ଅଶିକ୍ଷିତ ବେକାରୀ ଦିନକୁ ଦିନ ବୃଦ୍ଧି ପାଉଛି। ଏହାର ସମାଧାନ ତୂରନ୍ତ କରାଯାଉ ବୋଲି ସଂଘ ପକ୍ଷରୁ କୁହାଯାଇଛି।କ୍ଷୀରୋଦ ମଙ୍ଗରାଜ ଙ୍କ ରିପୋର୍ଟ 

Related posts

ଜିଲା ସ୍ତରୀୟ ସର୍ଗିଫୁଲ ପ୍ରତିଯୋଗିତାରେ ଡାବୁଗାଁ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା

Sunil Chandra Nayak

ରାଇରଙ୍ଗପୁର ଗୋଶାଳାରେ ୬୪ ତମ ଗୋପାଷ୍ଟମୀ ଧୂମଧାମରେ ପାଳିତ    

Sunil Chandra Nayak

ଗଞ୍ଜେଇ  ଚୋରାଚାଲାଣ ବେଳେ କେସିଙ୍ଗା ପୋଲିସ୍ ଦ୍ୱାରା ଧରପଗଡ ୪ ଗିରଫ

Sunil Chandra Nayak

Leave a Comment

error: Content is protected !!