ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗସ୍ତରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା

ଲାଞ୍ଜିଗଡ଼,୧୧/୦୫(ମ.ନି.ସ)-ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତର ବିଭିନ୍ନ ଗାଁ ପରିଦର୍ଶନ କରିବା ସହିତ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ତଦାରଖ ଓ ସ୍ଥାନୀୟ ସମସ୍ୟା ସଂପର୍କରେ ଲୋକଙ୍କ ସହିତ ଆଲୋଚନା କରିଛନ୍ତି ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର । ଆଜି ଶ୍ରୀମତୀ ପାତ୍ର ଦିନିକିଆ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତରେ ଆସିବା ସହିତ ପ୍ରଥମେ ଗୋପାଳପୁର, ମଧୁପୁର, ଗୋବର୍ଦ୍ଧନପୁର, ପାଣିମୁଣ୍ଡା, ରାମଚନ୍ଦ୍ରପୁର ଆଦି ଗାଁ ପରିଦର୍ଶନ କରିବା ସହିତ ଅଞ୍ଚଳର ବିଭିନ୍ନ ସମସ୍ୟା ସଂପର୍କରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଆଜିର ଏହି ଗସ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପାତ୍ରଙ୍କ ସହିତ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ, ନାଏବ ସରପଞ୍ଚ ସଞ୍ଜୀବ କୁମାର ପଣ୍ଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ, କନିଷ୍ଠ ଯନ୍ତ୍ରୀ ହାଡିବନ୍ଧୁ ଟୁଡୁ, ବିଏଫ୍‌ଟି ରାମସାଗର ମାଝୀ, ସମାଜସେବୀ ହରିଶ୍ଚନ୍ଦ୍ର ପାତ୍ର, ସୁଶୀଲ କୁମାର ବାଗ, ପ୍ରସନ୍ନ କୁମାର ପରିଡା, ସୁବନ ଭୋଇ, ବୀରେନ କୁମାର ପାଢୀ, ପୁରୁଷୋତ୍ତମ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ।

Related posts

କାୟାକଳ୍ପ – 2021-22 , ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ

Sunil Chandra Nayak

ରାଧାକୃଷ୍ଣ ଯୁବକ ସଙ୍ଘ ପକ୍ଷରୁ ବିଶାଳ ତ୍ରିରଙ୍ଗା ପଦ ଯାତ୍ରା ଅନୁଷ୍ଠିତ

Sunil Chandra Nayak

ଯୁବ ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!