ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୁଷୋତ୍ତମପୁରରେ ପ୍ରଧାନ ମନ୍ତ୍ରୀ ଆବାସ ଅନ୍ତର୍ଗତ କାର୍ଯ୍ୟାଦେଶ ବଣ୍ଟନ

ପୁରୁଷୋତ୍ତମପୁରରେ ପ୍ରଧାନ ମନ୍ତ୍ରୀ ଆବାସ ଅନ୍ତର୍ଗତ କାର୍ଯ୍ୟାଦେଶ ବଣ୍ଟନ

 ପୁରୁଷୋତ୍ତମପୁର (୬/୨୬); ଗଂଜାମ ଜିଲ୍ଲାର ପୁରୁଷୋତ୍ତମପୁର ସ୍ଥିତ ବିଜ୍ଞାପିତ ଅଂଚଳ ପରିଷଦରେ ଆଜି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ସହରୀ)-୨.୦ ଅନ୍ତର୍ଗତ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଓଡିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଂଚଳ ପରିଷଦର ଚେରମ୍ୟାନ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଗୀତ ସେଠୀଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ଆସ୍କା ସଂସଦ ଅନିତା ଶୁଭଦର୍ଶିନୀ ଓ ଖଲିକୋଟ ବିଧାୟକ ପୁର୍ଣ ଚନ୍ଦ୍ର ସେଠି ଉପସ୍ଥିତ ରହି ପ୍ରାୟ ୧୮ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ। ସୂଚନା ଅନୁସାରେ, ସହର ଅଞ୍ଚଳର ଗରିବ ଓ ମଧ୍ୟମ ବର୍ଗ ପରିବାରଙ୍କୁ ସସ୍ତା ଓ ପକ୍କା ଘର ଯୋଗାଇବା ଲକ୍ଷ୍ୟରେ ଏହି ଯୋଜନା ଚାଲିଛି। ଏହି ଯୋଜନାରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ, ନିମ୍ନ ଓ ମଧ୍ୟମ ଆୟ ବର୍ଗ ପରିବାର ଲାଭ ପାଇପାରିବେ, ଯେଉଁଥିରେ ପରିବାରର କାହାରି ନାମରେ ପୂର୍ବରୁ ପକ୍କା ଘର ନଥିବା ଅନିବାର୍ୟ। ଘରକୁ ମହିଳାଙ୍କ ନାମରେ ରେଜିଷ୍ଟ୍ରି କରିବାକୁ ମଧ୍ୟ ପ୍ରାଥମିକତା ଦିଆଯାଉଛି। ସଭାରେ ସଂସଦ ପ୍ରତିନିଧି ଯଜ୍ଞନରାୟଣ ଦାଶ, ଅନିଲ କୁମାର ପଣ୍ଡା ଓ ବିଧାୟକ ପ୍ରତିନିଧି ସୁଦର୍ଶନ ବେହେରା ସହିତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ। ବିଜ୍ଞାପିତ ଅଂଚଳ ପରିଷଦର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

ବିଜୟ କୁମାର ମହାପାତ୍ର, ପୁରୁଷୋତ୍ତମପୁର ବ୍ଳକ ରିପୋର୍ଟର

Related posts

କାମାକ୍ଷାନଗର ମେଡ଼ିକାଲରେ ବିପତ୍ତି ମୁକାବିଲା ପାଇଁ ମକ୍ ଡ୍ରିଲ ଦେଖାଇଲା ଅଗ୍ନିଶମ ବିଭାଗ

Sunil Chandra Nayak

ଭବାନୀପାଟଣା ଟାଉନ ହାଇସ୍କୁଲ ପରିସରରେ ୭୭ତମ ଜିଲାସ୍ତରୀୟ ବନ ମହୋତ୍ସବ ପାଳିତ

Sunil Chandra Nayak

ଦାଦନ ସମସ୍ୟା ଦାଦନ ର ଦୁଃଖ 

masiha

Leave a Comment

error: Content is protected !!