ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୦୪ ଦିନରେ ୩୨% ଲକ୍ଷ୍ୟ ସାଧନ: ବ୍ରହ୍ମପୁରରେ ବନ୍ଧ୍ୟାକରଣ ଅଭିଯାନ ଆଗୁଆ

୧୦୪ ଦିନରେ ୩୨% ଲକ୍ଷ୍ୟ ସାଧନ: ବ୍ରହ୍ମପୁରରେ ବନ୍ଧ୍ୟାକରଣ ଅଭିଯାନ ଆଗୁଆ

ବ୍ରହ୍ମପୁର; ୦୬/୦୫ : ବ୍ରହ୍ମପୁର ସହରରେ ବୁଲା କୁକୁରଙ୍କ ବଂଶବୃଦ୍ଧି ନିୟନ୍ତ୍ରଣ ସହ ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ଚାଲିଥିବା ବନ୍ଧ୍ୟାକରଣ ଅଭିଯାନ ଉଲ୍ଲେଖନୀୟ ସଫଳତା ଦିଗରେ ଅଗ୍ରସର ହେଉଛି। ମେୟର ସଂଘମିତ୍ରା ଦଳେଇଙ୍କ ନିର୍ଦ୍ଦେଶନା ଓ ନିରୀକ୍ଷଣରେ ଗତ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନ,କେବଳ ୧୦୪ ଦିନରେ ଚମତ୍କାର ପ୍ରଗତି ସାଧନ କରିଛି।

ଏପ୍ରିଲ ଶେଷ ସୁଦ୍ଧା ସହରରେ ମୋଟ ୧୬୯୪ଟି ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ ସହ ଟିକାକରଣ କରାଯାଇଥିବା ବେଳେ, ଜାନୁଆରୀରେ ୨୬୭ଟି, ଫେବୃଆରୀରେ ୪୭୦ଟି, ମାର୍ଚ୍ଚରେ ୫୧୪ଟି ଓ ଏପ୍ରିଲରେ ୪୪୩ଟି କୁକୁରଙ୍କ ଅସ୍ତ୍ରୋପଚାର ସଫଳତାର ସହିତ ସମ୍ପନ୍ନ ହୋଇଛି। ଏଥିରେ ୯୬୯ଟି ପୁରୁଷ ଓ ୭୨୫ଟି ମହିଳା କୁକୁର ଥିବା ତଥ୍ୟ ପ୍ରକାଶ ପାଇଛି । ବନ୍ଧ୍ୟାକରଣ ପରେ ପ୍ରତ୍ୟେକ କୁକୁରଙ୍କୁ ୩ରୁ ୪ ଦିନ ପର୍ଯ୍ୟନ୍ତ ସତର୍କ ନିରୀକ୍ଷଣରେ ରଖି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ସହ, ପରେ ସେମାନଙ୍କୁ ସେମାନଙ୍କ ଆଦି ଅଞ୍ଚଳକୁ ପୁନଃ ଛାଡ଼ାଯାଇଛି, ଯାହା ପ୍ରାଣୀ କଳ୍ୟାଣ ନୀତିର ସଠିକ୍ ପାଳନକୁ ପ୍ରକାଶ କରେ।

           ଅଭିଯାନ ପୂର୍ବରୁ ହୋଇଥିବା ସର୍ଭେ ଅନୁସାରେ ସହରରେ ପ୍ରାୟ ୫,୩୦୦ରୁ ଅଧିକ ବୁଲା କୁକୁର ରହିଥିବା ଆନୁମାନ ଥିଲା। ସେମାନଙ୍କ ସମ୍ପୂର୍ଣ୍ଣ ବନ୍ଧ୍ୟାକରଣ ପାଇଁ ଏକ ବର୍ଷର ସମୟସୀମା ଧାର୍ଯ୍ୟ ହୋଇଥିବା ବେଳେ, କେବଳ ଚାରି ମାସ ଭିତରେ ପ୍ରାୟ ୩୨ ପ୍ରତିଶତ କାମ ସମ୍ପନ୍ନ ହେବା ଅଭିଯାନର କାର୍ଯ୍ୟକୁଶଳତାକୁ ସ୍ପଷ୍ଟ କରୁଛି। ଏହି ଗତି ଅବ୍ୟାହତ ରହିଲେ ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟ ସାଧନ ସମ୍ଭବ ବୋଲି ସମ୍ପର୍କିତ ଅଧିକାରୀମାନେ ଆଶାବାଦୀ।

           ଏପର୍ଯ୍ୟନ୍ତ ଗର୍ଭବତୀ, ଅସୁସ୍ଥ କିମ୍ବା ନବଜାତ ଛୁଆ ସହିତ ଥିବା କୁକୁରମାନଙ୍କୁ ଏହି ପ୍ରକ୍ରିୟାରୁ ବାଦ ଦିଆଯାଇଥିବାରୁ, ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ଅଭିଯାନରେ ସମ୍ମିଳିତ କରାଯିବାର ଯୋଜନା ରହିଛି।

          ଏହି ଅଭିଯାନକୁ ସଫଳ କରିବା ପାଇଁ ସହରବାସୀଙ୍କ ସଚେତନ ସହଯୋଗ ଅତ୍ୟାବଶ୍ୟକ ବୋଲି ବିଇଏମ୍‌ସି କମିଶନର ସୁଶ୍ରୀ ଏସ୍‌. ଶସ୍ୟ ରେଡ୍ଡୀ ଆହ୍ୱାନ କରିଛନ୍ତି। ସମଗ୍ର ପ୍ରକ୍ରିୟା ସମାପ୍ତି ପରେ ପୁନଃ ସର୍ଭେ କରାଯାଇ ଆଗାମୀ ପଦକ୍ଷେପ ନିର୍ଦ୍ଧାରଣ କରାଯିବ।

           ଯାଞ୍ଚ ସମୟରେ କମିଟିର ଅଧ୍ୟକ୍ଷ ଓ ମୁଖ୍ୟ ଜିଲ୍ଲା ପ୍ରାଣୀସମ୍ପଦ ଚିକିତ୍ସାଧିକାରୀ ଡ଼. ଅଞ୍ଜନ ଦାସଙ୍କ ସହ ଡ଼. ଅରବିନ୍ଦ ବେହେରା, ଡ଼. ସତ୍ୟନାରାୟଣ କର, ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା, ଆସିଷ୍ଟାଣ୍ଟ କମିଶନର ବିଭୂ ପ୍ରସାଦ ମହାପାତ୍ର, ରାଜ୍ୟ ପଶୁ କଳ୍ୟାଣ ବୋର୍ଡର ପ୍ରତିନିଧି ଲଲାଟେନ୍ଦୁ ଚୌଧୁରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ପରେ ଉକ୍ତ ଅଙ୍ଗଗୁଡ଼ିକୁ ନିୟମାନୁସାରେ ପୋତା ଯାଇଥିବା ଜଣାପଡ଼ିଛି।

Related posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

masiha

ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଗଣିତ ଅଧ୍ୟାପକ ହରେକୃଷ୍ଣ ମିଶ୍ରଙ୍କ ଦେହାନ୍ତ

masiha

ବନ୍ଧୁଗାଁ ବ୍ଲକରେ ପୂଜାର୍ଚ୍ଚନା ପରେ ପ୍ରତି ପଞ୍ଚାୟତକୁ ପହଞ୍ଚିଲା ଲକ୍ଷ୍ମୀ ବସ, ଖୁସିରେ ଦେଶିଆ ବାଦ୍ୟର ତାଳେ ତାଳେ ପାରମ୍ପାରିକ ଢେମଶା ନାଚି କଲେ ସ୍ଵାଗତ       

masiha

Leave a Comment

error: Content is protected !!