ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୨ ମଇ ୨୦୨୬କୁ “ଜାତୀୟ ଦାବି ଦିବସ” ଭାବେ ପାଳନ କଲେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ 

୧୨ ମଇ ୨୦୨୬କୁ “ଜାତୀୟ ଦାବି ଦିବସ” ଭାବେ ପାଳନ କଲେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ 

ଭାରତର କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ, ଆଇ ଏନ ଟି ୟୁ ସି, ଏ ଆଇ ଟୁ ୟୁ ସି,ଏଚ ଏମ ଏସ , ସିଟୁ,ଏଆଇ ୟୁ ଟି ୟୁ ସି, ଏ ଆଇ ସି ସି ଟି ୟୁ, ଟି ୟୁ ସି ସି, ଏଲ ପି ଏଫ ଓ ସ୍ୱାଧୀନ କ୍ଷେତ୍ରୀୟ ଫେଡେରେସନ ଓ ବିଭିନ୍ନ ଶ୍ରମିକ ସଂଗଠନମାନଙ୍କର ମିଳିତ ମଞ୍ଚ ଶ୍ରମିକ ଆନ୍ଦୋଳନ ପ୍ରତି ଏକତା ପ୍ରକାଶ କରି ୧୨ ମଇ ୨୦୨୬କୁ “ଜାତୀୟ ଦାବି ଦିବସ” ଭାବେ ଭୁବନେ୍ସ୍ୱର ଠାରେ ପାଳନ କରିଛନ୍ତି।

ଉତ୍ତର ପ୍ରଦେଶ, ହରିୟାଣା, ନଏଡା, ମାନେସର, ଗୁରୁଗ୍ରାମ, ଫରିଦାବାଦ ଓ ଅନ୍ୟାନ୍ୟ ଶିଳ୍ପାଞ୍ଚଳରେ ଆନ୍ଦୋଳନରତ ଶ୍ରମିକମାନଙ୍କ ଉପରେ ପୋଲିସ ଦମନ, ଗିରଫ ଓ ଭୟଭୀତ କରିବାର ଘଟଣାକୁ ଯୁକ୍ତ ମଞ୍ଚ ତୀବ୍ର ନିନ୍ଦା କରିଛି। କର୍ପୋରେଟ୍ ସ୍ୱାର୍ଥରେ ସରକାରୀ ଯନ୍ତ୍ରଣା ଶ୍ରମିକଙ୍କ ଗଣତାନ୍ତ୍ରିକ ଅଧିକାରକୁ ଦମନ କରୁଛି ବୋଲି ଅଭିଯୋଗ କରାଯାଇଛି।

ଗତ କିଛି ମାସ ଧରି ଉତ୍ତର ଓ ମଧ୍ୟ ଭାରତରେ ଚୁକ୍ତିଭିତ୍ତିକ ଓ ଅନିୟମିତ ଶ୍ରମିକଙ୍କ ଉପରେ ଚାଲିଥିବା ଶୋଷଣ ବିରୋଧରେ ଶ୍ରମିକମାନଙ୍କ ଆନ୍ଦୋଳନ ତୀବ୍ର ହୋଇଛି। ଦୀର୍ଘ କାର୍ଯ୍ୟ ସମୟ, ଅତିରିକ୍ତ କାମ ପାଇଁ ଦରମା ନ ମିଳିବା, PF, ESI, ବୋନସ୍‌, ସୁରକ୍ଷା ଓ ଚାକିରିର ନିଶ୍ଚିତତା ନ ଥିବା ପରି ସମସ୍ୟା ବିରୋଧରେ ଶ୍ରମିକମାନେ ଲଢ଼ୁଛନ୍ତି।

ମିଳିତ ମଞ୍ଚ ଦାବି କରିଛି ଯେ, ଉତ୍ତର ପ୍ରଦେଶ ଓ ହରିୟାଣାରେ ଘୋଷିତ ମଜୁରି ବୃଦ୍ଧି ଯଥେଷ୍ଟ ନୁହେଁ। ମହଙ୍ଗାଇ ବୃଦ୍ଧି ପରିପ୍ରେକ୍ଷିତରେ ଶ୍ରମିକଙ୍କ ପାଇଁ ପ୍ରତିମାସ କମ୍ ସେ କମ୍ ୨୬ ହଜାର ଟଙ୍କା ନ୍ୟୁନତମ ମଜୁରି ନିର୍ଦ୍ଧାରଣ କରିବାକୁ ଦାବି କରାଯାଇଛି।

ଶ୍ରମ କୋଡ୍‌ ମାଧ୍ୟମରେ ଶ୍ରମିକ ଶୋଷଣକୁ ଆଇନଗତ ସ୍ୱୀକୃତି ଦିଆଯାଇଛି ବୋଲି ମିଳିତ ମଞ୍ଚ ଅଭିଯୋଗ କରିଛି। ବିଶେଷକରି ମହିଳା ଶ୍ରମିକମାନେ କାର୍ଯ୍ୟସ୍ଥଳରେ ଉତ୍ପୀଡ଼ନର ସମ୍ମୁଖୀନ ହେଉଥିବା କଥା ଉଲ୍ଲେଖ କରାଯାଉ 

ମୁଖ୍ୟ ଦାବିଗୁଡ଼ିକ:

ଗିରଫ ହୋଇଥିବା ସମସ୍ତ ଶ୍ରମିକ ଓ ଟ୍ରେଡ୍‌ ୟୁନିୟନ ନେତାଙ୍କୁ ନିରଶର୍ତ୍ତ ମୁକ୍ତ କର।

ଶ୍ରମ କୋଡ୍‌ ପ୍ରତ୍ୟାହାର କର।

ମାସିକ ନ୍ୟୁନତମ ମଜୁରି ୨୬,୦୦୦ ଟଙ୍କା କର।

ଚୁକ୍ତିଭିତ୍ତିକ ଶ୍ରମ ପ୍ରଥା ବିଲୋପ କରି ସ୍ଥାୟୀକରଣ କର।

ସମସ୍ତ ଶ୍ରମିକଙ୍କ ପାଇଁ PF, ESI, ବୋନସ୍‌, ସୁରକ୍ଷା ଓ ସମାନ ଅଧିକାର ସୁନିଶ୍ଚିତ କର।

LPG ଓ ଆବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ରୋକ।

ଶ୍ରମିକ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ଓ ସରକାରୀ ଦମନ ନୀତିର ବିରୋଧରେ ସମସ୍ତ ଗଣତାନ୍ତ୍ରିକ ଶକ୍ତିଙ୍କୁ ଏକତାବଦ୍ଧ ହେବାକୁ କେନ୍ଦ୍ରୀୟ ଶ୍ରମିକ ମିଳିତ ମଞ୍ଚ ଆହ୍ୱାନ କରିଛି।

ଆଜିର ଏହି ଦାବି ଦିବସ ରେ ଆଇ ଏନ ଟି ୟୁ ସି ର ସତ୍ୟ ନାୟକ, ଏଆଇଟିୟୁସି ର ନେତା ବିଜୟ ଜେନା, ସୁରଜେନା, ଏ ଚ ଏମ ଏସ ର ନେତା ଭୁବନନାଦ ମହାପାତ୍ର, ଅରୁଣ କୁମାର ସ୍ୱାଇଁ, ସିଟୁ ର ନେତା ପ୍ରଦୀପ୍ତ ନାୟକ, ଉଲ୍ଲାସ ସ୍ୱାଇଁ, ଏ ଆଇ ୟୁ ଟି ୟୁ ସି ର ନିରଞ୍ଜନ ମହାନ୍ତି, ଏଆଇ ସିସି ଟି ୟୁ ର ନେତା ରାଧାକାନ୍ତ ସେଠି, ବଂଶୀଧର ପରିଡା, ଟି ୟୁ ସିସି ର ନେତା ଜ୍ୟୋତି ରଞ୍ଜନ ମହାପାତ୍ର ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନ ର ସଂଯୋଜକ ମହେନ୍ଦ୍ର ପରିଡା ଯୋଗଦେଇ ଥିଲେ ନାୟକ, ଉଲ୍ଲାସ ସ୍ୱାଇଁ, ଏ ଆଇ ୟୁ ଟି ୟୁ ସି ର ନିରଞ୍ଜନ ମହାନ୍ତି, ଏଆଇ ସିସି ଟି ୟୁ ର ନେତା ରାଧାକାନ୍ତ ସେଠି, ବଂଶୀଧର ପରିଡା, ଟି ୟୁ ସିସି ର ନେତା ଜ୍ୟୋତି ରଞ୍ଜନ ମହାପାତ୍ର ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନ ର ସଂଯୋଜକ ମହେନ୍ଦ୍ର ପରିଡା ଯୋଗଦେଇ ଥିଲେ l

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଵ୍ଳକ ପରିସରରେ ୧୨ ତମ ବିଶ୍ବ ଯୋଗ ଦିବସ ପାଳିତ

Sunil Chandra Nayak

ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ଶିଶୁ ଦିବସ -୨୦୨୪ ପାଳିତ

masiha

ଅଜଣା ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର, କୋକସରା ହସ୍ପିଟାଲରେ ଭର୍ତ୍ତି

masiha

Leave a Comment

error: Content is protected !!