ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଟ୍ ୟୁଜି ପ୍ରଶ୍ନ ପ୍ରଘଟ ଓ ପରୀକ୍ଷା ବାତିଲ ପ୍ରସଙ୍ଗ , କଳାହାଣ୍ଡି ଯୁବ-ଛାତ୍ର ବିଜେଡିର ବିକ୍ଷୋଭ 

ନିଟ୍ ୟୁଜି ପ୍ରଶ୍ନ ପ୍ରଘଟ ଓ ପରୀକ୍ଷା ବାତିଲ ପ୍ରସଙ୍ଗ , କଳାହାଣ୍ଡି ଯୁବ-ଛାତ୍ର ବିଜେଡିର ବିକ୍ଷୋଭ 

ଭବାନୀପାଟଣା ,୧୩/୫:- ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ୟୁଜି ପରିକ୍ଷାର ପ୍ରଶ୍ନ ପତ୍ର ପ୍ରଘଟ ଓ ପରୀକ୍ଷା ବାତିଲ ପ୍ରସଙ୍ଗକୁ ନେଇ ଆଜି କଳାହାଣ୍ଡି ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ସ୍ଥାନୀୟ ଗାନ୍ଧି ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ଉଚ୍ଚ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ଏହି ନିଟ୍ ପରୀକ୍ଷାର ଦାୟିତ୍ୱ ନେଇଥିବା ବେଳେ ବାରମ୍ବାର ପ୍ରଶ୍ନ ପତ୍ର ଲିକ୍ ହେବା ସହ ଅନିୟମିତତା ସାମନାକୁ ଆସିବା ପରିକ୍ଷାର ସ୍ବଚ୍ଛତା ଓ ପାରଦର୍ଶିତା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ଚଳିତ ବର୍ଷ ଗତ ମେ ୩ ରେ ପରୀକ୍ଷା ଦେଇଥିବା ପ୍ରାୟ ୨୨ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ଭିତରେ ରହିଥିବାରୁ ଏହି ଘଟଣାରେ କେନ୍ଦ୍ର ଉଚ୍ଚ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଯୁବ ଓ ଛାତ୍ର ବିଜେଡି ଦାବି କରିଛି। ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ, ନିଟ୍ ପରିକ୍ଷାରେ ସ୍ବଚ୍ଛତା ଓ ଜବାବଦେହିତା ଆଣିବା, ନିଷ୍ପକ୍ଷ ତଦନ୍ତ କରି ପେପର ଲିକ୍ ଘଟଣାରେ ରହି ଥିବା ଅଧିକାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆଜି ଦାବି କରାଯାଇଛି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଗୋବର୍ଧନ ଦାସ, ରାଜ୍ୟ ବିଜେଡି ସମ୍ପାଦକ ଆଦିତ୍ୟ ନନ୍ଦ,ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ କୁମାର ସାହୁ, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ଉପସଭାପତି ମନିନ୍ଦ୍ର ମହାନ୍ତି, ମହିଳା ସଭାନେତ୍ରୀ ସବିତା ପ୍ରଧାନ, ,ଦୀନେଶ ବଗର୍ତି, ଶିବା ସାହୁ,ଗୋବିନ୍ଦ ତାଣ୍ଡି , ଭୋଳାନାଥ ନାଗ, ମାନସ ସିନ୍ଦୂର, ପ୍ରଦୀପ ସାହୁ ,ଶୈଳେଶ ବିଶି , ମିଥୁନ ସାହୁ , ଘାସିରାମ ସାହୁ , ପ୍ରତିଭା ଚୌହାନ ,ପ୍ରମୁଖ ଯୋଗଦେଇଥିଲେ।

Related posts

ସୁର ତରଙ୍ଗ’ ଦ୍ଵାରା ସ୍ଵର ସମ୍ରାଟ କିଶୋର କୁମାର ଓ ସ୍ଵର କୋକିଳା ଲତା ମଙ୍ଗେଷ୍କରଙ୍କୁ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି

masiha

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ତରଫରୁ ସାମାଜିକ ସମସ୍ୟା ନେଇ ପ୍ରେସ ମିଟ୍ 

masiha

କର୍କଟ ସଚେତନତା ଶିବିର ଆୟୋଜନ ଉପରେ ଓଡ଼ିଆ ଜାତୀୟ ସମ୍ମିଳନୀର ପ୍ରସ୍ତୁତି ବୈଠକ

Leave a Comment

error: Content is protected !!