ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାବିତ୍ରୀ ବ୍ରତ ଦିନ ଚାଲିଗଲା ସ୍ୱାମୀଙ୍କ ଜୀବନ, ପରିଚିତ ମହଲରେ ଶୋକର ଛାୟା  ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସମାଜସେବୀ କ୍ଷମାନିଧି ବିଶୀଙ୍କ ପରଲୋକ 

ସାବିତ୍ରୀ ବ୍ରତ ଦିନ ଚାଲିଗଲା ସ୍ୱାମୀଙ୍କ ଜୀବନ, ପରିଚିତ ମହଲରେ ଶୋକର ଛାୟା 

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସମାଜସେବୀ କ୍ଷମାନିଧି ବିଶୀଙ୍କ ପରଲୋକ 

ରୁପ୍ରା, 16/5 (ଅଜୟ ସେନାପତି ) : ନର୍ଲା ବ୍ଲକ ଅନ୍ତର୍ଗତ ଗିଗିନା ଗ୍ରାମର ଅବସରପ୍ରାପ୍ତ ଛାତ୍ର ବତ୍ସଲ ଆଦର୍ଶ ପ୍ରଧାନ ଶିକ୍ଷକ, ସମାଜସେବୀ କ୍ଷମାନିଧି ବିଶୀଙ୍କ (70ବର୍ଷ) ଭବାନୀପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ଶନିବାର ପୂର୍ବାହ୍ନରେ ପରଲୋକ ହୋଇଯାଇଛି l ତେବେ ସାବିତ୍ରୀ ବ୍ରତ ଭଳି ପବିତ୍ର ଦିନରେ ତାଙ୍କ ପତ୍ନୀ ଜ୍ୟୋତ୍ସ୍ନାମୟୀ ବିଶୀ ସ୍ୱାମୀଙ୍କ ବିୟୋଗରେ ମର୍ମାହତ ହୋଇଛନ୍ତି l ସ୍ୱର୍ଗତ କ୍ଷମାନିଧି ବିଶୀ ମୁସ୍କୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିବା ବେଳେ ପରେ ରୁପ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ଯୋଗଦାନ କରି ଦାଇତ୍ୱ ନେବା ସହ ନିଜର ମିଷ୍ଟଭାଷି, ଛାତ୍ର ବତ୍ସଳ ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ l ତେବେ ତାଙ୍କ ପରଲୋକ ଖବର ଶୁଣିବା ପରେ ତାଙ୍କର ଅନେକ ପୁରାତନ ଛାତ୍ରଛାତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି l ତାଙ୍କ ପଛରେ ପତ୍ନୀ ଜ୍ୟୋତ୍ସ୍ନାମୟୀ ବିଶୀ, ଏକମାତ୍ର ପୁଅ ଅଶୋକ କୁମାର ବିଶୀ, ପୁତ୍ରବଧୂ ସଂଗୀତା ବିଶୀ, ଝିଅ ସସ୍ମିତା ଠାକୁର୍, ଜ୍ୟାଇଁ ରାଜେନ୍ଦ୍ର ଠାକୁର୍, ନାତି ବେଦବ୍ୟାସ ବିଶୀ, ନାତୁଣୀ ଈପସିତା ବିଶୀ, ଝିଅ ନାତି ସ୍ୱପ୍ନିଲ ଠାକୁର୍, ଭାଇ ଜନାର୍ଦନ ବିଶି, ବେଣୁଧର ବିଶି, ବିଶିଷ୍ଠ ଗବେଷକ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ସାନ ଭାଇ ଦୋଳଗୋବିନ୍ଦ ବିଶି, ଦୟାନିଧି ବିଶି ଓ ବାରାନିଧି ବିଶି, ପୁତୁରା ବସନ୍ତ ବିଶି, ସୁଶାନ୍ତ ବିଶି ଓ ପଞ୍ଚାନନ୍ ବିଶି,  ପୁତୁରା ବୋହୁ ଭାରତୀ ବିଶି, ଅରୁଣା ବିଶି ଓ ରଞ୍ଜିତା ଦାସ ତଥା ଦୁଇ ପୁତୁରା ଝିଅ ଅହଲ୍ୟା ପଣ୍ଡା ତଥା ଆଲ୍ଲାଦିନୀ ପଣ୍ଡା ଓ ଆତ୍ମୀୟ ସ୍ୱଜନଙ୍କୁ ଛାଡି ପରଲୋକ ଗମନ କରିଛନ୍ତି l ତାଙ୍କ ପରଲୋକ ଖବର ଜଣାପଡିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ନିଜ ଜମିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା l ଏକମାତ୍ର ପୁଅ ଅଶୋକ ବିଶି ମୁଖାଗ୍ନୀ ଦେଇଥିଲେ l ତାଙ୍କ ପରଲୋକରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ବିଜେଡି ଜିଲ୍ଲା ଉପ ସଭାପତି ସରୋଜ ରାଉତ, ସମାଜସେବୀ ଦୁଲ୍ଲଭ ମାହାର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ କୃଷ୍ଣ ବେହେରା ଓ ଏଭେରେଷ୍ଟ ବିଜେତା ଯୋଗବ୍ୟାସ ଭୋଇଙ୍କ ସମେତ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହିତ ଆତ୍ମାର ସଦଗତି କାମନା କରିଛନ୍ତି l

Related posts

ନବରଙ୍ଗପୁର ଅଟୋ ସଂଘ ପୁନର୍ଗଠିତ , ମୁନା ବେନ୍ୟା ସଭାପତି: ହରି ଟାକ୍ରି ସମ୍ପାଦକ ଭାବେ ନିର୍ବାଚିତ

masiha

ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଏସଡିସି ଅଧ୍ୟକ୍ଷଙ୍କ ସମ୍ମିଳନୀ : ଯୋଗଦେଲେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ

masiha

ନବରଙ୍ଗପୁର ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ 

masiha

Leave a Comment

error: Content is protected !!