ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବି ଡି ଆଇ ବାର୍ଷିକ ଉତ୍ସବ — ,2026

ବି ଡି ଆଇ ବାର୍ଷିକ ଉତ୍ସବ — ,2026

ଆଜି ରାଉରକେଲା ସେକ୍ଟର–୧୯ ରେ ଅବସ୍ଥିତ ଶିଭିକ୍ ସେଣ୍ଟର ଠାରେ ଆୟୋଜିତ BDI Annual Function 2026 ଅବସରରେ ଯୋଗଦେଇ ଓଡ଼ିଆ କଳାକାରମାନଙ୍କର ଅପାର ପ୍ରତିଭା, ସୃଜନଶୀଳତା ଓ ସଂସ୍କୃତି ପ୍ରତି ତାଙ୍କର ଅଟୁଟ ଭଲପାଇବାକୁ ଦେଖ୍ ଅତ୍ୟନ୍ତ ଆନନ୍ଦ ଅନୁଭବ କରିଲି। ଆପଣଙ୍କ ରାଉରକେଲା ସହରରେ ହୋଇଥିବା ଏହି ନାଚଗୀତର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ମୋତେ ସବୁଠାରୁ ଆକର୍ଷଣୀୟାଁ ଲାଗିଥିଲା ବହୁବର୍ଷ ପୂର୍ବରୁ ଶୁଣିଆସୁଥିବା ଏକ ସ୍ବେଛାସେବୀ ସଙ୍ଗଠନ ଯାହାକି ଆନ୍ତର୍ଜାତୀୟ ମାନବାଧିକାର ବାହିନୀ ନାମରେ ଆଜି ସାରା ଓଡ଼ିଶାରେ ଘରେ ଘରେ ସୁପରିଚିତ ଲାଭ କରିସାରିଛି, ଯାହାର ଅଧକ୍ଷ ଅବା ସଂସ୍ଥାପକ ଶ୍ରୀଯୁକ୍ତ:-ବିଶ୍ୱଜିତ ମଲ୍ଲିକ ହେଉଛନ୍ତି ଜଣେ ବୀର ଦେଶପ୍ରେମୀ ଉଚ୍ଚଶିକ୍ଷିତ ପ୍ରକୃତ ସମାଜସେବୀ ବ୍ୟକ୍ତିବିଶେଷ, ସାରା ଓଡିଶାର ଶିକ୍ଷିତ ନବଯୁବପିଢ଼ି ଯୁବଗୋଷ୍ଠୀ ଆଜି ତାଙ୍କ ପ୍ରକୃତ ନିଷ୍ଠା ଓଃ ନିସ୍ଵାର୍ଥପର ଜନକଲ୍ୟାଣ କାର୍ଯ୍ୟକଳାପ ପାଇଁ ତାଙ୍କୁ ବହୁ ମାତ୍ରାରେ ଅନୁସରଣ କରିବାରେ ଲାଗିପଡିଛନ୍ତି, ତାଙ୍କର ସ୍ୱଚ୍ଛ ମାନବିକତା ବିଶିଷ୍ଟ ଜନକଲ୍ୟାଣ ଓଃ ସମାଜସେବୀ କାର୍ଯ୍ୟକଳାପ ଆମ ସମସ୍ତଙ୍କ ମନମୁଗ୍ଧ କରିପକାଇ ଥାଏ, ସତରେ ମୁଁ ଆଜି ସେହି ସଂସ୍ଥାର ସମସ୍ତ ସକ୍ରିୟ ସଦସ୍ୟବୃନ୍ଦଗଣଙ୍କୁ ମଞ୍ଚଉପରେ ପାଇ ଏବଂ ମୋ ନିଜ ସ୍ୱହସ୍ତେ ସେମାନଙ୍କୁ ସମ୍ବର୍ଥନା ଓଃ ସନ୍ନମାନିତ କରି ଆଜି ବ୍ୟକ୍ତିଗତ ଭାବେ ମୋ ନିଜକୁ ଅତି ଧନ୍ୟ-ଧନ୍ୟ ମନେକଲି, ଖାଲି ସେତିକି ହିଁ ନୁହେଁ ସାରା ଓଡିଶାରେ ଠିକ ଏହିଭଳି ଆମ ରାଜ୍ୟର ଓଡ଼ିଆ କଳା, ସାହିତ୍ୟ,ସଙ୍ଗୀତ ଓ ପାରମ୍ପରିକ ସଂସ୍କୃତି ଆମର ଗୌରବ ଓ ପରିଚୟ ତେଣୁ,ଏହାକୁ ସୁରକ୍ଷିତ ରଖିବା ସହ ନୂତନ ପିଢ଼ୀଙ୍କ ମଧ୍ୟରେ ପ‌ହଞ୍ଚାଇବାଟା ହେଉଛି ଆମ ସମସ୍ତଙ୍କର ପ୍ରକୃତ କର୍ତ୍ତବ୍ୟ ଓଃ ସର୍ବପ୍ରଥମ ଶ୍ରେଷ୍ଠ ଦାୟିତ୍ୱ ।

ଏହି ଅବସରରେ ଉପସ୍ଥିତ ସମସ୍ତ ଓଡ଼ିଆ କଳାକାରମାନଙ୍କୁ ଉତ୍ସାହିତ କରିବା ସ‌ହିତ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଆହୁରି ଆଗକୁ ନେବା ପାଇଁ ସମସ୍ତେ ଏକତ୍ର ହୋଇ କାମ କରିବାକୁ ଆହ୍ବାନ କରିଲି। ଆମ ମାଟିର ସୁଗନ୍ଧ, ଆମ ଭାଷାର ମଧୁ ଓ ଆମ ସଂସ୍କୃତିର ମହାନତା ସାରା ଦେଶରେ ଆହୁରି ପ୍ରସାରିତ ହେଉ – ଏହାହିଁ ଆମ ସମସ୍ତଙ୍କର ଲକ୍ଷ୍ୟ ହେଉ। ସର୍ବଶେଷରେ ସମସ୍ତ ଆୟୋଜକମାନଙ୍କୁ ଏପରି ସୁନ୍ଦର କାର୍ଯ୍ୟକ୍ରମ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଫିଲ୍ମ ଜଗତର ନବବିବେଚିତ ଫିଲ୍ମଷ୍ଟାର ଶ୍ରୀଯୁକ୍ତ:-ଶୈଳେନ୍ଦ୍ର କୁମାର।

ରିପୋର୍ଟ ଟୋନିସ ରୋହିଦାସ ଙ୍କର ସୁନ୍ଦରଗଡ଼ ରୁ

Related posts

ଆଇସିଆରଆଇଏସଏଟି ସଂସ୍ଥା ପକ୍ଷରୁ ଚାଷୀଙ୍କୁ ଚଣା ବିହନ ବଣ୍ଟନ 

masiha

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜେ.ଆର.ସି ଶାଖା ଉଦଘାଟିତ

Sunil Chandra Nayak

ଉତ୍କଳ ଗୋଶାଳା ସମିତି ପକ୍ଷରୁ ନୂତନ ଗୋଶାଳା ଉଦଘାଟିତ

Leave a Comment

error: Content is protected !!