ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର୍ଟ ଅଫ ଗିଭିଂ ଡେ ପାଳନ

ଆର୍ଟ ଅଫ ଗିଭିଂ ଡେ ପାଳନ

ରାଉରକେଲା : ରାଉରକେଲା ରେ ପାଳନ ହେଲା ଆର୍ଟ ଅଫ ଗିଭିଂ ଡେ । ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ୍ ଡ. ଅଚ୍ୟୁତ୍ ସାମନ୍ତଙ୍କ ମହାନ୍ ବିଚାରଧାରାକୁ ଆଧାର କରି ୨୦୧୩ ମସିହା ମେ ୧୭ ତାରିଖରେ ଆରମ୍ଭ ହୋଇଥିଲା ଏହି ଆର୍ଟ ଅଫ ଗିଭିଂ ର ଚିନ୍ତାଧାରା । ଆଉ ସେବେ ଠାରୁ ପ୍ରତିବର୍ଷ ଏହି ଦିବସ ସମଗ୍ର ଓଡ଼ିଶା ଏବଂ ଭାରତର ଅନେକ ସହର ସମେତ ଭାରତ ବାହାରେ ବହୁ ଦେଶରେ ଆନନ୍ଦ ଉଲ୍ଲାସର ସହ ଏହା ପାଳନ ହୋଇ ଆସୁଛି । ଈଶ୍ୱର ଆମକୁ ଯାହା ଦେଇଛନ୍ତି ସେସବୁ କେବଳ ନିଜ ପାଖରେ ନରଖି ସମାଜର ସବୁ ବର୍ଗର ସବୁ ଶ୍ରେଣୀର ଲୋକଙ୍କ ନିକଟରେ ପହଞ୍ଚାଇବାର କଳା ହେଉଛି ଆର୍ଟ ଅଫ ଗିଭିଂ । ଏହି କ୍ରମରେ ରାଉରକେଲା ସହରର ଜଗଦା ସ୍ଥିତ ବାଟମଙ୍ଗଳା ସୋସିଆଲ ହୋମ୍ ସଭାଗୃହରେ ଆର୍ଟ ଅଫ ଗିଭିଂ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । କଳିଙ୍ଗ ଟିଭି ର ସ୍ଥାନୀୟ ପ୍ରତିନିଧି ଅନୀଲ ମହାନ୍ତି ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି, ରାଉରକେଲା ଏନଆଇଟି ଅବସରପ୍ରାପ୍ତ ଅଧ୍ୟାପକ ପ୍ରଫେସର ଡଃ ହୃଷୀକେଶ ନାଏକ ଓ ଅବସରପ୍ରାପ୍ତ ବି ଏସ ଏନ୍ ଏଲ କର୍ମଚାରୀ ସଂଘ ନେତା ତଥା ସମାଜସେବୀ ସଞ୍ଜିବ ମହାନ୍ତି ସମ୍ମାନିତ ଅତିଥି, ସାମ୍ବାଦିକ ଅରବିନ୍ଦ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ । ଅତିଥି ମାନେ ଡ. ଅଚ୍ୟୁତ ସାମନ୍ତଙ୍କ ର ସମାଜ ପାଇଁ ଏପରି ମାର୍ଗଦର୍ଶନକୁ ଭୂୟଂସୀ ପ୍ରଶଂସା କରିବା ସହ ଆର୍ଟ ଅଫ ଗିଭିଂ ର ଚଳିତ ବର୍ଷର ଥିମ୍ “ସେୟାର ଟୁ ସାଇନ୍” ଭଳି ଯୁଗୋପଯୋଗୀ ଥିମ୍ ଭଳି ବିଚାର ଧାରା କୁ ଆହୁରି ଅଧିକରୁ ଅଧିକ ଲୋକଙ୍କ ନିକଟକୁ ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସମାଜରେ ଦୁଃସ୍ଥ ଓ ଅବହେଳିତ ପାଇଁ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ର ଗୈ।ରୀ କୁମ୍ଭାର, ପୂର୍ଣ୍ଣିମା ମହାନ୍ତି, କଲ୍ୟାଣୀ ଦାସ, ହରେକୃଷ୍ଣ ନାୟକ ବିଶ୍ବଜିତ ରାଉତ ପ୍ରମୁଖଙ୍କୁ ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥି ସାରଦା ନାୟକ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ କିସ ର ଜିଲ୍ଲା ସଂଯୋଜକ ସୁବ୍ରତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ଜରାନିବାସ କେନ୍ଦ୍ର ଉଦଘାଟିତ

masiha

ସୁନାପୋଷି ଗ୍ରାମ୍ଯ ବିଲରେ ମଶାରି ମାଛ ଜାଲରୁ ୧୨ ଫୁଟିଆ ଵିଶାଳକାୟ ଅଜଗର ଉଦ୍ଧାର

Sunil Chandra Nayak

ରାୟଗଡା ବ୍ଳକ ରେ ବୁଥ ସ୍ତରୀୟ ଅଧିକାରୀଙ୍କ ତାଲିମ

masiha

Leave a Comment

error: Content is protected !!