ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୁଷୋତ୍ତମପୁର କୋର୍ଟପକ୍ଷରୁ ସୁରକ୍ଷିତ ଶୈଶବ ସୁକକ୍ଷିତ ଭବିଶ୍ଯତ କାର୍ଯକ୍ରମ ଅନୁଷ୍ଠିତ 

ପୁରୁଷୋତ୍ତମପୁର କୋର୍ଟପକ୍ଷରୁ ସୁରକ୍ଷିତ ଶୈଶବ ସୁକକ୍ଷିତ ଭବିଶ୍ଯତ କାର୍ଯକ୍ରମ ଅନୁଷ୍ଠିତ 

ପୁରୁଷୋତ୍ତମପୁର,୧୮/୫ (ବିଜୟ କୁମାର ମହାପାତ୍ର )ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ସୋମବାର ହିନ୍ଦି ପ୍ରଚାର ସଭା ପରିଷରରେ ସୁରକ୍ଷିତ ଶୈଶବ, ସୁରକ୍ଷିତ ଭବିଷ୍ୟତ ସମ୍ପର୍କରେ ସଚେତନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଇନସେବା କମିଟିର ଅଧ୍ଯକ୍ଷା ସିନିୟର ସିଭିଲଜଜ ସୁମିତା ଆଚାର୍ଯ୍ଯ ପୌରହିତ୍ଯକରି ବର୍ତ୍ତମାନ ବିଭିନ୍ନ ସମୟରେ ଶିଶୁଙ୍କ ଉପରେ ବିଭିନ୍ନ ପ୍ରକାରର ନିର୍ଯ୍ଯାତନା ମାନ ବଢିବାରେ ଲାଗିଥିବାରୁ ଏହାକୁ କିପରି ରୋକାଯାଇପାରିବ ସେନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

ଶିଶୁମାନେ କିପରି ସୁରକ୍ଷିତ ରହିପାରିବେ ଓ ସେମାନଙ୍କ ଭବିଷ୍ୟତ କିପରି ଗଢାଯାଇ ପାରିବ ସେଥିନେଇ ଗୁରୁତ୍ବାରୋପ କରି ଏଭଳି ଶିଶୁଙ୍କ ଉପରେ ହେଉଥିବା ଅପରାଧିକ ନିର୍ଯାତନା କାର୍ଯ୍ଯଲାଗି କିଭଳି ଆଇନ ଓ ଦଣ୍ଡବିଧାନ ରହିଛି ସେଥିନେଇ ସଚ୍ଚେତନତା କରାଯାଇଥିଲା । ପ୍ରଥମଶ୍ରେଣୀ ବିଚାରପତି ଅନନ୍ଯା ଅପର୍ମିତା ଯୋଗଦେଇ ପୋକ୍ସ ଆଇନ ସମ୍ପର୍କରେ ଗୁରୁତ୍ବାରୋପ କରି ଶିଶୁମାନଙ୍କୁ ସଚେତନତା କରାଇଥିଲେଏଥିରେଓକିଲସଂଘ ସଭାପତି ପ୍ରକାଶଚନ୍ଦ୍ର ତ୍ରୀପାଠୀ, ସଂପାଦକ ରବିନ୍ଦ୍ରସାହୁ, ହିନ୍ଦି ପ୍ରଚାର ସଭାର କୁଳସଚ୍ଚିବ ପ୍ରଫୁଲ୍ଲକୁମାର ରଥ, ଙ୍କ ସହ କାର୍ଯ୍ଯକ୍ରମରେ ବହୁ ଓକିଲ ମଧ୍ୟ ଉପସ୍ଥିତ ଥିଲେ ।

Related posts

କସ୍ତୁରୀ ସାଂସ୍କୃତିକ ମହୋତ୍ସବରେ ସମ୍ମାନିତ ହେବେ ନାଟ୍ୟ ପ୍ରତିଭା

masiha

କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ସହ ରକ୍ତ ଭଣ୍ଡାର ସ୍ଥାପନ କୁ ନେଇ ବିବେକ ସେନା ପକ୍ଷରୁ ଦାବିପତ୍ର

Sunil Chandra Nayak

ଖପ୍ରାଖୋଲ ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କ ସମୀକ୍ଷା ବୈଠକ,ବିଭିନ୍ନ ଉନ୍ନୟନ କାମ ର ସଫଳ ରୂପାୟନ ଉପରେ ଗୁରୁତ୍ବ

masiha

Leave a Comment

error: Content is protected !!