ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ୱକସେନ ଦାଶ ଙ୍କ କବିତା ଅଫେରନ୍ତା

ଅଫେରନ୍ତା

 

ବାଲ୍ୟକାଳ ର ବାଲି ଦିଶେନାହିଁ

ଗାଁ ଦାଣ୍ଡର କୋଳେ

ଭାବନ୍ତି ପାଚିଲା ବାଳେ

ଆଖିରେ ନାଚୁଛି – ସପନେ ଆସୁଛି ଏବେ

ଯେତେ ଖୋଜ ଠାବେ ଠାବେ

ହେଲେ ସମୟ ଫେରେନି କେବେ ll

 

ବାସ୍ନା ନଗରେ ଅତର କୁ ଢ଼ାଳି

ବୁଲିବାରେ ଯେଉଁ ମଜା

ରଙ୍ଗରେ ସାଜସଜ୍ଜା

ହୃଦୟ ଦୋହଲେ ବାଙ୍କ ଚାହାଣି ହସରେ

ଲଗାମ ଛଡ଼ା ଏ ମନରେ

କ’ଣ ଯୌବନ ପୁଣି ଫେରି ପାରେ ll

 

ଚଳନ୍ତିକା ଏ ଜିହ୍ୱାରାଜ ପାଇଁ

ହୁକୁମ ସହରେ ବେଠି

ହସ ରାଗ ର ଏ ଘାଟି

ଝରଣା ପରିକା ଖସି ଖସି ଯାଏ ଏହା

କହିଥାଏ ଥରେ ଯାହା

ଫେରିବନି ଆଉ ତାହା ll

 

ମଉକା ପାଇଣ ଚଉକା ମାରିବା

ବୁଦ୍ଧିମାନର କାମ

ଯାହା ପାଇଁ ବଢ଼େ ନାମ

କେବେ ହାତଛଡ଼ା କରନାହିଁ

ହାଡ଼େ ହାଡ଼େ ଠକି ଯିବ ଭାଇ

ସୁଯୋଗ କେବେବି ଫେରେନାହିଁ ll

 

ସେହି ସ୍ଥାନ ଅଟେ ସୁଖଦିନ ଶେଯ

ମା’ ବାପା ଙ୍କର କୋଳ

ଯାହା ନୁହେଁ ପ୍ରତିକୂଳ

ତାଙ୍କ ପାଖେ ଥିଲେ ଭୟ ନାହିଁ

ଯଦି ସେ ଆମକୁ ଛାଡ଼ି ଚାଲିଯିବେ

ତାଙ୍କ ଜାଗା କେହି ନେବେନାହିଁ ll

 

ଚାରିପଟ ଚାରୁ-ଚିତ୍ର ର ବେଶେ

କଳଙ୍କ ଯଦି ଲାଗିବ

ଏ ବାଟ ଅବାଟ ହେବ

ତରଙ୍ଗ ସାଗରେ ରଙ୍ଗ ହୋଇବ ଫିକା

ଇନ୍ଦ୍ରଧନୁର ଦିଗ ହୋଇଯିବ ବଙ୍କା

ଚରିତ୍ର କେବେବି ଫେରିବନି ବୋକା ll

 

ପ୍ରକୃତି ନିୟମ ମାଡ଼ି ମାଡ଼ି ଚାଲେ

ଜଗତ ଛାତି ରେ ଚଢ଼ି

କିଛି ତତ୍ତ୍ୱ ଆମ ପାଖେ ରହିଯାଏ

କିଛି ଯାଇଥାଏ ଛାଡ଼ି

ଅଫେରନ୍ତା ଏହି ଛ’ ଟି ତତ୍ତ୍ୱ କୁ

ହେୟଜ୍ଞାନ ନ କରିବା

ଯେବେବି ଆସିବ ପାଖକୁ ଆମର

କାମରେ ଲଗେଇ ଦେବା ll

 

ନାମ :- ବିଶ୍ୱକସେନ ଦାଶ

ଠିକଣା :-

ପଦାର୍ଥ ବିଜ୍ଞାନ ଛାତ୍ର ,

ଓଡ଼ିଶା ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ,

ଭୁବନେଶ୍ୱର

Related posts

ପୁଣି ଖଟିଆରେ ବୁହାହେଲେ ପ୍ରସୂତି ମହିଳା

Sunil Chandra Nayak

ନୂଆଖାଇ…ଭାଇଚାରା ର ଅନନ୍ୟ ନିଦର୍ଶନ…

Sunil Chandra Nayak

ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗସ୍ତରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା

Leave a Comment

error: Content is protected !!