ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂଜ୍ୟଶ୍ରୀ ଶ୍ରୀ ଶ୍ରୀ ରବିଶଙ୍କର ଜୀଙ୍କ ଜନ୍ମଦିନ ମହୋତ୍ସବ ପାଳିତ 

 ଗୋଲାମୁଣ୍ଡା -: (ମ ନି ସ) ଭାରତର ପ୍ରତ୍ୟେକ ରାଜ୍ୟରେ ମେ 13 ତାରିଖରେ ପୂଜ୍ୟଶ୍ରୀ ଶ୍ରୀ ଶ୍ରୀ ରବିଶଙ୍କରଜୀ ଙ୍କ ଜନ୍ମଦିନ ମହୋତ୍ସବ ନିରାଂଡମ୍ବର ଭାବରେ ପାଳିତ ହୋଇଥିବାବେଳେ ଓଡିଶାରେ ଟିଟିଲାଗଡ଼ର ଡ଼ିଏଟନ ଓ ସମ୍ବଲପୁରର ଲରିଆପାଲି, ସୁନ୍ଦରଗଡ଼ର ସାନବଂବୁଆ, ମୟୁରଭଞ୍ଜର ମଙ୍ଗଳପୁର,ଗଞ୍ଜାମର ଚିରିକିପଡା ତଥା ଯାଜପୁର, କେନ୍ଦୁଝର ଓ ଅନ୍ୟ ଜିଲ୍ଲାର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଶିକ୍ଷାନୁଷ୍ଠାନ ଓ ବେସରକାରୀ ଅନୁଷ୍ଠାନମାନଂକରେ ଜନ୍ମଦିନ ପାଳିତ ହୋଇଯାଇଛି l ସେହିପରି କଳାହାଣ୍ଡି ଜିଲ୍ଲାର ଅନାଥ, ଅସହାୟ,ଦରିଦ୍ର ପରିବାରର ପିଲାମାନଙ୍କୁ ନେଇ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ମାଗଣାରେ ଶିକ୍ଷାଦାନ କରୁଥିବା ଗୋଲାମୁଣ୍ଡା ବ୍ଲକର ଲିମସେର, ଧର୍ମଗଡ଼ ବ୍ଲକର ତମ୍ବାଛଡା ଓ ତରାପୁର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଠାରେ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ପୂଜ୍ୟଶ୍ରୀ ଶ୍ରୀ ଶ୍ରୀ ରବିଶଙ୍କର ଗୁରୁଜୀଙ୍କର ଜନ୍ମଦିନ ମହୋତ୍ସବ ରେ ବିଭିନ୍ନ ସାଂକୃତିକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି l ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର, ଲିମସେର ଶ୍ରୀ ଶ୍ରୀ ଗୁରୁଜୀଙ୍କ ଜନ୍ମଦିନ ମହୋତ୍ସବରେ ପ୍ରଧାନ ଗୁରୁଜୀ ସରୋଜ କୁମାର ଟୋଲଟିଆ, ଲକ୍ଷ୍ମଣ ସା, ଅମିତ ମେହେର, ମଣ୍ଟୁ ଛତ୍ରିଆ, ଜଗଜ୍ଜୀବନ ସା, ଚନ୍ଦ୍ରଶେଖର ନାଗ, ମୁରଲୀ ମେହେର, ଅମିତା ଟୋଲଟିଆ, ପ୍ରେମଳତା କେତକୀ, ଜନ ଗୌଡ଼ ତଥା ଅନ୍ୟ ଭଦ୍ରବ୍ୟକ୍ତି ଯୋଗ ଦେଇଥିଲେ l

Related posts

“ନବ ଭାରତ ସାକ୍ଷର ଟ୍ରେନିଂ କାର୍ଯ୍ୟକ୍ରମ” 

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଁଡା ଙ୍କ କବିତା ବୁଢ଼ାର୍‌ ଧଂଗ୍‌ରା ସୋର୍‌

Sunil Chandra Nayak

ଘର ଭାଙ୍ଗି ଧାନ ଖାଇଲା ହାତୀ

Sunil Chandra Nayak

Leave a Comment

error: Content is protected !!