ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିଜାତଳା ଵ୍ଳକ! ବାଘିଆଟାଙ୍ଗରରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ,ଚଢେଇପାହାଡି-ସାରସକଣା ସଂଯୋଗୀକରଣ,ତାଣ୍ଡିପାଣି- ବଡବିଲ- ଗୋରୁମହିଷାଣୀ ସଂଯୋଗୀକରଣ ରାସ୍ତା ନିର୍ମାଣ ଶିଳାନ୍ୟାସ ଶୁଭାରମ୍ଭ କଲେ ବିଧାୟକ ଭାଦବ ହାଁସଦାଃ  

ଵିଜାତଳା ଵ୍ଳକ! ବାଘିଆଟାଙ୍ଗରରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ,ଚଢେଇପାହାଡି-ସାରସକଣା ସଂଯୋଗୀକରଣ,ତାଣ୍ଡିପାଣି- ବଡବିଲ- ଗୋରୁମହିଷାଣୀ ସଂଯୋଗୀକରଣ ରାସ୍ତା ନିର୍ମାଣ ଶିଳାନ୍ୟାସ ଶୁଭାରମ୍ଭ କଲେ ବିଧାୟକ ଭାଦବ ହାଁସଦାଃ  

ରାଇରଙ୍ଗପୁର – ୪/୦୬ ଗୋଟାଏ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗମନାଗମନ ଓ ପରିବହନ ଵ୍ଯଵସ୍ଥାର ଭୂମିକା ଅନନ୍ଯ ।ଯେଉଁ ଅଞ୍ଚଳର ରାସ୍ତାଘାଟ,ଗମନାଗମନ,ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ,ଗ୍ରାମାଞ୍ଚଳ ରାସ୍ତା ରେ ଭିତ୍ତିଭୂମି ଯେତେ ସୁଦୃଢ ସେ ଅଞ୍ଚଳର ବିକାଶ ସେତେ ସୁଦୃଢ ।ମୟୂରଭଂଜ ଜିଲ୍ଲାର ସବୁଠାରୁ ପଛୁଆ ବିଶୋଇ ବ୍ଳକର ପ୍ରଗତିର ମଙ୍ଗ ଧରିଛନ୍ତି ସ୍ଥାନୀୟ ବିଧାୟକ ଭାଦଵ ହାଁସଦାଃ,ଵରିଷ୍ଠ ବିଜେପି ନେତା ସଞ୍ଜିବ ମହାନ୍ତି,ଅଞ୍ଚଳର ସୁଖ ଦୁଃଖର ସାଥୀ ସରୋଜ ମହାନ୍ତ ଏବଂ ଅଭୟ ମହାନ୍ତଙ୍କ ଯୋଡି ।ଏହି ଅଞ୍ଚଳର ଦିର୍ଘଵର୍ଷର ଦାବି ନୂତନ ଅତ୍ଯାଧୁନିକ ଵସଷ୍ଟାଣ୍ଡ ଏବଂ ପାହାଡିଆ ଦୁର୍ଗମ ଅଞ୍ଚଳର ସଂଯୋଗୀକରଣ ରାସ୍ତା ।ଏହାକୁ ନେଇ ପାଇଁ ୫୦ ଲକ୍ଷ ଟଙ୍କାଅଟକଳୟ ଏକ ସାଂସ୍କୃତିକ ଭବନ ଏବଂ ବାଘିଆଟାଙ୍ଗରରେ ୭ କୋଟି ୪୫ ଲକ୍ଷ ୪୮ ହଜାର ୩୧୦ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବସ୍‌ଷ୍ଟାଣ୍ଡର ଶିଳାନ୍ୟାସ ଲୋକପ୍ରିୟ ସାରସକଣା ବିଧାୟକ ଭାଦବ ହାଁସଦାଙ୍କ କରକମଳରେ ସମ୍ପନ୍ନ ହୋଇଛି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ‘ବିକଶିତ ଓଡ଼ିଶା-୨୦୩୬’ ସ୍ୱପ୍ନକୁ ସାକାର କରିବା ଦିଗରେ ସାରସକଣା ବିଧାୟକଙ୍କ ପ୍ରୟାସ ଓ ଦୂରଦୃଷ୍ଟି ବିଜାତଳା ବ୍ଲକର ଉନ୍ନତିରେ ନୂଆ ଦିଗ ଖୋଲିଛି।ଏହାଦ୍ବାରା ପରିବହନ ଯାତ୍ରୀ ଓ ବସ ରହଣିର ସୁବ୍ୟବସ୍ଥା ହେବା ସହ ସ୍ଥାନୀୟ ଲୋକେ ନିଜର ଭାଷା,କଳା,ସାଂସ୍କୃତିକ କାର୍ଯ୍ୟକ୍ରମ,ସାମାଜିକ କାର୍ଯ୍ୟକ୍ରମର ସୁବିଧା ପାଇପାରିବେ ।

ପୂର୍ବରୁ ସରଗଡ଼ାଠାରୁ ଶଙ୍ଖାଭଙ୍ଗା (ସାରସକଣା) ପର୍ଯ୍ୟନ୍ତ ସଡ଼କ ସଂଯୋଗୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ, ଚଢେଇପାହାଡ଼ି ପଞ୍ଚାୟତରୁ ସାରସକଣା ସଂଯୋଗୀ ସଡ଼କ ଏବଂ ମଢେଇକଚା ଗ୍ରାମପଞ୍ଚାୟତର ତାଣ୍ଡିପାଣିଠାରୁ ବଡ଼ବିଲ-ଗୋରୁମହିଷାଣି ରାସ୍ତା ସଂଯୋଗୀକରଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରାଯାଇଛି।

ଏହି କାର୍ଯ୍ୟକ୍ରମଗୁଡ଼ିକ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାର ସାଧାରଣ ସମ୍ପାଦକ ତଥା ସାରସକଣା ବିଧାୟକ ପ୍ରତିନିଧି ସରୋଜ କୁମାର ମହାନ୍ତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପିର ବରିଷ୍ଠ ନେତା ତଥା ଭଦ୍ରକ ଜିଲ୍ଲା ପ୍ରଭାରୀ ସଞ୍ଜୀବ ମହାନ୍ତି, ପ୍ରମୋଦ କୁମାର ମହାନ୍ତ, ବିଶିଷ୍ଟ ଠିକାଦାର ସୁଜିତ କୁମାର ଜେନା, ବିଲ୍ଡର ପ୍ରଭାତ ମହାନ୍ତି, ପୋଲିସ ହାଉସିଂ ବୋର୍ଡର ଜୁନିଅର ଇଞ୍ଜିନିୟର ଗୌତମ ଦାସ, ମଣ୍ଡଳ ସଭାପତି ରଞ୍ଜନ ମହାନ୍ତ, ଯୁଗଳ ଧୀର ପ୍ରମୁଖଙ୍କ ସହ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ଅବସରରେ ବିଜାତଳା ବ୍ଲକର ବିଭିନ୍ନ ଗ୍ରାମର ଲୋକମାନେ ଆଦିବାସୀ ପରମ୍ପରା ଅନୁଯାୟୀ ନୃତ୍ୟ ଓ ବାଦ୍ୟବାଦନ ମାଧ୍ୟମରେ ବିଧାୟକ ଭାଦବ ହାଁସଦାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ।ଅଞ୍ଚଳର ବିକାଶର ସାରଥୀ ବିଧାୟକ ହୋଇଥିବାରୁ ଅଞ୍ଚଳବାସୀ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ।

ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ବାଳ

Related posts

ୟୁଜିଆଇଇ ଆଲୁମିନୀ ଲେଡିଜ କ୍ଲବର ରଜଉତ୍ସବ ଆସନ୍ତା ୧୪ ରେ, ପ୍ରତିଯୋଗିତା ଆସନ୍ତା ୭ ରେ……

କୁରାଳ ସମାଜର ସାଧାରଣ ସଭା 

masiha

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି 

Leave a Comment

error: Content is protected !!