ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇ-ନାମ ମାଧ୍ୟମରେ ଆମ୍ବ ବିକ୍ରିକରି ଲାଭାନ୍ନୀତ ହେଲେ ଚାଷୀ 

ଇ-ନାମ ମାଧ୍ୟମରେ ଆମ୍ବ ବିକ୍ରିକରି ଲାଭାନ୍ନୀତ ହେଲେ ଚାଷୀ 

ଧର୍ମଗଡ:ନିୟନ୍ତ୍ରିତ ବଜାର କମିଟି, ଜୁନାଗଡ଼ର ଇ-ନାମ ମଣ୍ଡି ମାଧ୍ୟମରେ ଜୁନାଗଡ଼, ଧର୍ମଗଡ଼ ଓ ଗୋଲାମୁଣ୍ଡା ବ୍ଲକର ଅନେକ ଚାଷୀ ଆମ୍ବ, ତଥା ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ ବିକ୍ରୟ କରି ଲାଭାନ୍ୱିତ ହୋଇପାରିଛନ୍ତି।

ଜୁନାଗଡ଼ ବ୍ଲକର ଚାଷୀ ଭୁବନେଶ୍ୱର ପଟେଲ ଓ କୈଳାଶ ନାଏକ, ଧର୍ମଗଡ଼ ବ୍ଲକର ବୃନ୍ଦାବନ ଚୌଧୁରୀ ଓ କନ୍ଦର୍ପ ନାଏକ, ଏବଂ ଗୋଲାମୁଣ୍ଡା ବ୍ଲକର ଧନଞ୍ଜୟ ନାଏକ ଓ ଟୁନୁ ଭୋଇଙ୍କ ସମେତ ଅନ୍ୟାନ୍ୟ ଚାଷୀମାନେ ଇ-ନାମ ପ୍ଲାଟଫର୍ମ ମାଧ୍ୟମରେ ନିଜ ଉତ୍ପାଦିତ କୃଷିଜାତ ଦ୍ରବ୍ୟ ବିକ୍ରୟ କରି ଉତ୍ତମ ମୂଲ୍ୟ ପାଇଛନ୍ତି। ଧର୍ମଗଡ଼ ବ୍ଲକର ଲୁହାଗାଁ ଗ୍ରାମର ଚାଷୀ କନ୍ଦର୍ପ ନାଏକଙ୍କ ଦ୍ୱାରା ଉତ୍ପାଦିତ ୨୪.୫୦ କ୍ୱିଣ୍ଟାଲ ଆମ୍ବ ଇ-ନାମ ମାଧ୍ୟମରେ ପଞ୍ଜୀକୃତ ବ୍ୟବସାୟୀ ଶଙ୍କର ଗେନଙ୍କୁ ସଫଳତାର ସହିତ ବିକ୍ରୟ କରାଯାଇଥିଲା।

ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ନିୟନ୍ତ୍ରିତ ବଜାର କମିଟି ଜୁନାଗଡ଼ ର ସମ୍ପାଦକ ଉଦିତ କୁମାର ବାବୁ ଏବଂ କୋଷାଧକ୍ଷ ବସନ୍ତ କୁମାର ସେଠି ସାମଗ୍ରିକ ତଦାରଖ, ବଜାର ସଂଯୋଗ ସ୍ଥାପନ ଏବଂ ବ୍ୟବସାୟୀଙ୍କ ସହ ସମନ୍ନୟ କାର୍ଯ୍ୟ କରିଥିଲେ l ମଣ୍ଡି ବିସ୍ଲେଷକ ଭବାନୀଶଙ୍କର ମାଝୀ, ବିସ୍ଲେଷକ ସାଇ ଦେଵାତ୍ମନ ବେହେରା, ବିଶ୍ୱନାଥ ନାଏକ, ଡ଼ିଈଓ ଯଶୋବନ୍ତ ଭୋଇ ଓ ବିରଞ୍ଚି ମଶ୍ରା ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ସମନ୍ୱୟ ସାଧନ କରିବା ସହ ଆମ୍ବର ଗୁଣାତ୍ମକ ମାନ ଯାଞ୍ଚ, ଗ୍ରେଡିଂ ଏବଂ ଓଜନ ନିର୍ଦ୍ଧାରଣ ପ୍ରକ୍ରିୟା ସୁଚାରୁରୂପେ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବାଳାଶ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

କେଇଟା ମାସ ଯାଇନି ରାସ୍ତା ରୁ ଉଠିଲାଣି ପିଚୁ: ଦୋଷ ଲଦି ଦାୟିତ୍ଵମୁକ୍ତ ସଭିଏଁ

masiha

ଚିକିଲି ଗାଁ ସ୍କୁଲରେ ଶିକ୍ଷକ ଦାବିରେ ସ୍କୁଲ ଗେଟରେ ତାଲା ,  ଗ୍ରାମବାସୀଙ୍କ ଆନ୍ଦୋଳନ ଦ୍ୱିତୀୟ ଦିନରେ

masiha

Leave a Comment

error: Content is protected !!