ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞଙ୍କ ସ୍ମୃତିରେ ଧର୍ମଗଡରେ ଶ୍ରଦ୍ଧାଞ୍ଜଳି ସଭା

ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞଙ୍କ ସ୍ମୃତିରେ ଧର୍ମଗଡରେ ଶ୍ରଦ୍ଧାଞ୍ଜଳି ସଭା

ଧର୍ମଗଡ଼: ବରିଷ୍ଠ ଶିଶୁ ବିଶେଷଜ୍ଞ ତଥା ଅବସରପ୍ରାପ୍ତ ଡାକ୍ତର ପଲଉ ପ୍ରଧାନ (୭୦)ଙ୍କ ପରଲୋକ ହୋଇଯାଇଛି। ଏନେଇ ଆଜି ଧର୍ମଗଡ଼ ଠାରେ ସ୍ମୁତି ଓ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବି ତୁଷାର ରଞ୍ଜନ ପଟ୍ଟଯୋଶୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଶ୍ରଦ୍ଧାଞ୍ଜଳୀ ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଡାକ୍ତର ଅଜିତ କୁମାର ନେଗୀ, ଡାକ୍ତର ବାବାଜୀ ଚରଣ ଦାସ,ଗାୟତ୍ରୀ ପରିବାରର ସୁରେଶ ଚନ୍ଦ୍ର ମୁଣ୍ଡ, ଯାଦବ ସଂଘ ସଭାପତି ଡମ୍ବରୁଧର ଲହଜଲ,ବରିଷ୍ଠ ନାଗରିକ ସଂଘର ଗୁଣନିଧି ମାଝୀ, ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁ, ସଂପାଦକ, ଅରୁଣ କୁମାର ତାୟଲ, ସାମାଜିକ କର୍ମୀ ହୃଷିକେଶ ମିଶ୍ର, ମୁସଲିମ ଜମାତ ସଭାପତି ରଫି ଉଦ୍ଧିନ ଖାଁ, ଆଇନଜିବୀ ରାଜେନ୍ଦ୍ର ମୁନି,ସହ ଗୋଷ୍ଠି ଶିକ୍ଷା ଅଧିକାରୀ, ହେମନ୍ତ କୁମାର ପଣ୍ତା ଓ ରାଜେନ୍ଦ୍ର ଦୁରିଆ, ବିଶ୍ୱଜିତ ବେହେରା, ଅଧ୍ୟାପକ ଲିଙ୍ଗରାଜ ପାତ୍ର, ବଙ୍କିମ ମୁଣ୍ଡ, ସରୋଜ ପଣ୍ତା  ଏଲନିଶି ମିଶନ ସ୍କଲ ନିର୍ଦ୍ଦେଶକ ଏସ ଜୟ କୁଟ୍ଟୀ ,ସିଟିଜନ୍ ଫୋରମ୍ ର ସଭାପତି ବଙ୍କିମ ସାଗର, ଅବସରପ୍ରାପ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଲୋକନାଥ ବେହେରା ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦେଇ ସ୍ଵର୍ଗତ ପଲଉ ପ୍ରଧାନ ଙ୍କ ଫଟୋ ଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ କରି ଦିବଂଗତ ଆତ୍ମାର ସଦଗତି କାମନା କରିଥଲେ।

ସୁଚନା ଯୋଗ୍ୟ ଯେ, ଗତ ୬ ତାରିଖ ଦିନ ପରିବାର ସହ ଛୁଟି କଟାଇବା ପାଇଁ ଯାଇଥିବା ବେଳେ ତାମିଲନାଡୁର କୋଏମ୍ବାଟୁରର ଏକ ହୋଟେଲରେ ହୃଦଘାତ (କାର୍ଡିଆକ ଆରେଷ୍ଟ) ଯୋଗୁ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। 

ସ୍ଵର୍ଗତ ପ୍ରଧାନ ଧର୍ମଗଡ ସରକାରୀ ଚିକିତ୍ସାଳୟ ରେ ୧୯ ବର୍ଷ ଧରି ଅବସ୍ଥାପିତ ଥିଲେ। ଅବସର ଗ୍ରହଣ କରିବା ପରେ ମଧ୍ୟ ସେ ପ୍ରତି ସପ୍ତାହରେ ଧର୍ମଗଡ଼ ଆସି ମାଗଣାରେ ଶିଶୁ ମାନଙ୍କୁ ଚିକିତ୍ସା କରି ଆସୁଥିଲେ।

Related posts

ନଇରି ଦଶଦୋଳ ଉତ୍ସବ ରେ ଗଣନାଥ ଗୋଷ୍ଠୀ ର ସାମାଜିକ କାର୍ଯ୍ୟକ୍ରମ !!!

Sunil Chandra Nayak

ଗ୍ରାମ୍ୟ ଉନ୍ନୟନ ବିଭାଗର ବିଜୁ ସେତୁ ଯୋଜନା ନିମ୍ନ ମାନର, ନିମ୍ନମାନର କାର୍ଯ୍ୟ କରି କୋଟି କୋଟି ଟଙ୍କା ଚଳୁ କରିବାକୁ ବସିଛି ଏକ ନିର୍ମାଣ କାରି ସଂସ୍ଥା 

masiha

ଭକ୍ତଙ୍କୁ ଭିଆଇପି (VIP) ଦର୍ଶନ କରାଇଦେବା ନାଁ ରେ ଲୁଟୁଥିବା ଠକମାନଙ୍କ ଉପରେ  କଡ଼ା ଆକ୍ସନ

Sunil Chandra Nayak

Leave a Comment

error: Content is protected !!