ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାମପୁର ଏସସି ପରିବାର ଉପରେ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ମାନଙ୍କ ଗିରଫ ଦାବି କଲା ଅଲ ଓଡ଼ିଶା ସିଡୁଲ୍ଡକାଷ୍ଟ ଫେଡରେସନ

ରାମପୁର ଏସସି ପରିବାର ଉପରେ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ମାନଙ୍କ ଗିରଫ ଦାବି କଲା ଅଲ ଓଡ଼ିଶା ସିଡୁଲ୍ଡକାଷ୍ଟ ଫେଡରେସନ

( କାହା ଚାପରେ ଅଭିଯୁକ୍ତ ମାନଙ୍କୁ ଗିରଫ୍ କରୁନାହିଁ କଳାହାଣ୍ଡି ପୋଲିସ)

ଜୁନାଗଡ଼,୧୪/୬(ମନୀସ) ଗତ ୩୦,ତାରିଖ ସନ୍ଧ୍ୟା ୭ ଘcଣ୍ଟା ସମୟରେ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ତାରାଗାଁ ଠାରେ ରହୁଥିବା ଗୋଟିଏ ଏସ୍ ସି ପରିବାର ଉପରେ ସେହି ଗାଁ ର ଅଲଗା ଜାତିର ଶତାଧିକ ପୁରୁଷ ମହିଳା ସଂଘବଦ୍ଧ ହୋଇ କବାଟ ଭାଙ୍ଗି ଘରକୁ ପଶି ମରଣାନ୍ତକ ଆକ୍ରମଣ କରିଛନ୍ତି ,, ଆକ୍ରମଣର ଶିକାର ହୋଇଥିବା ଅଜୟ ନାଏକ, ହଲଧର ନାଏକ, ରତ୍ନାବତି ନାଏକକୁ ଥୁଆମୂଳ ରାମପୁର ପୋଲିସ ଉଧାର କରି ପ୍ରଥମେ ଥୁଆମୂଳ ରାମପୁର ହସ୍ପିଟାଲରେ ଦେଖାଇଲେ ,, ସ୍ଥିତି ଗମ୍ଭୀର ହେବା ହେତୁ ତିନିଜଣକୁ ଭବାନୀପାଟଣା ହସ୍ପିଟାଲକୁ ପଠାଗଲା ,, ପ୍ରକାଶ ଥାଉକି ଅପ୍ରେଲ୍ ୬ ତାରିଖ ଦିନ ସେହି ପାଖ ଗାଁ ପିତମାଣ୍ଡିର ଏସ୍ ଟି ଝିଅ ଓ ଏସ୍ ସି ପୁଅ ପ୍ରେମ ସମ୍ପର୍କ ହୋଇ କୁଆଡେ ପଳେଇଲେ,, ସେହି ସମୟରେ ମଧ୍ଯ ଗାଁ ର ସବୁ ଜାତି ମିଶି ସଂଘବଦ୍ଧ ହୋଇ ଏସ୍ ସି ମାନଙ୍କ ଉପରେ ଆକ୍ରମଣ କରିଥିଲେ ,, ଦୁଇଟି ଗାଁ ମିଶି ରହୁଥିବା ୮ ଏସ୍ ସି ପରିବାର ଜୀବନ ଭୟରେ ଦୀର୍ଘ ୧୭ ଦିନ ଗାଁ ଛାଡ଼ି ଅନ୍ୟତ୍ର ପଳେଇଥିଲେ ,, ଗାଁରେ ଶାନ୍ତି ଫେରାଇ ଆଣିବା ପାଇଁ ୧୭ ଦିନ ଧରି ସେହି ଗାଁ ରେ ପୋଲିସ କେମ୍ପ କରି ରହିଥିଲା ,, ତହସିଲଦାର ,ଏସ ଡି ପି ଓ ଆଇଆଇସି ଚାରିଟି ପଞ୍ଚାୟତର ଲୋକ ପ୍ରତିନିଧି ଏସ୍ ଟି ଏସ୍ ସି ସମାଜର ନେତୃତ୍ଵଧାରୀ ମାନଙ୍କ ଉପସ୍ଥିତରେ ଶାନ୍ତି କମିଟି ଗଠନ କରାଯାଇଥିଲା ,, ଶାନ୍ତି କମିଟି ଗଠନ କରାଯିବା ସମୟରେ ପୋଲିସ ପ୍ରଶାସନର ଉପସ୍ଥିତିରେ ମଧ୍ୟ ଏସ୍ ସି ଭାଇ ଜଣକୁ ମାଡ ମାରିଥିଲେ,,, ଏତେ ବଡ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ହୋଇ ଆଜକୁ ପନ୍ଦର ଦିନ ହେଳା ପରେ ବି ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ୍ ନ କରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି,, ଏମିତି ହେଲେ ଅପରାଧି ମାନେ ଅନ୍ୟାୟ ଅତ୍ୟାଚାର କରି ଚାଲିବେ ପୋଲିସ ଉପରେ ଲୋକଙ୍କ ଆସ୍ଥା ରହିବ ନାହିଁ ,, ପୋଲିସକୁ ପଚାରିଲେ ପୋଲିସ କହୁଛି ତଦନ୍ତ ଚାଲିଛି କାର୍ଯ୍ଯାନୁଷ୍ଠାନ ନିଆଯିବ କିନ୍ତୁ ଆଜକୁ ପନ୍ଦର ଦିନ ହୋଇଗଲାଣି,,, ତୁରନ୍ତ ଉକ୍ତ କେସ ଉପରେ ନିରପେକ୍ଷ ତଦନ୍ତ ସହ ଦୋଷୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ନ ନେଲେ ଥୁଆମୂଳ ରାମପୁର ଥାନା ଘେରାଉ କରାଯିବ ବୋଳି ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ କହିଛନ୍ତି,।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜନ ବିରିଧି କାର୍ଯ୍ୟକୁ ନିନ୍ଦା କରି ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର 

masiha

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଓଡ଼ିଶା ଦିବସ -୨୦୨୫ ପାଳିତ

masiha

Leave a Comment

error: Content is protected !!