ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ କୁବେର ସମାଜ ପକ୍ଷରୁ ରଜ ମହୋତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୁନାଗଡ଼ରେ କୁବେର ସମାଜ ପକ୍ଷରୁ ରଜ ମହୋତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୁନାଗଡ଼ ୧୬/୬ ( ମନୀ ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ କୁବେର ସମାଜ ,କୁବେର ଯୁବ ସଂଗଠନ ଓ କୁବେର ମହିଳା ମଞ୍ଚ ପକ୍ଷରୁ ରବିବାର ଦିନ ରଜ ମହୋତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁବେର ଭବନ ଠାରେ ମହା ସମାରୋହରେ ଅନୁଷ୍ଟିତ ହୋଇଯାଇଛି । ସର୍ବ ପ୍ରଥମେ ଦୀପ ପ୍ରଜ୍ଵଳନ ସହ ଭାଗବତ ପଠନ କରାଯାଇଥିଲା ।ପରେ ଶିଶୁ କାର୍ଯ୍ୟକ୍ରମ ଗ୍ଲାସ ଟାୱାର , ଡ୍ରଇଂ ଏବଂ ଫେନ୍ସି ଡ୍ରେସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ପରେ ରଜ ଦୋଳି ,ରଜ ପାନ ଏବଂ ସମସ୍ତ ଘରୁ ଆସିଥିବା ବିଭିନ୍ନ ପିଠା ପଣା ବଣ୍ଟନ କରାଯାଇଥିଲା ।ଅପରାହ୍ନରେ ମହିଳା ମାନଙ୍କ ଲେମନ ଜୁସ ରେସ ,ମ୍ୟୁଜିକ ପିଲୋ ଏବଂ ହିଟ ଦ ଗ୍ଲାସ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଲେ ପୁରୁଷ ମାନଙ୍କ ହାଣ୍ଡି ଫଟା ,ମ୍ୟୁଜିକ ଚେୟାର ଏବଂ ହିଟ ଦ ଗ୍ଲାସ ପ୍ରତିଯୋଗିତା ଆୟୋଜନ ହୋଇଥିଲା ।ପରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଡ୍ୟାନ୍ସ ଓ ଗୀତ ପରିବେଷଣ କରାଯାଇଥିଲା ।କାର୍ଯ୍ୟକ୍ରମ ପରେ ଏକ ସଭାର ଆୟୋଜନ କରାଯାଇଥିଲା ।ଏଥିରେ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ଟପର ହୋଇ ଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୁବେର ସମାଜର ସଭାପତି ଉଦ୍ଧବ ଚରଣ ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପଶ୍ଚିମ ଓଡିଶା ଓ ଛତିଶଗଡ଼ର ସଭାପତି ଲକ୍ଷ୍ମଣ ସାହୁ , ପଶ୍ଚିମ ଓଡିଶା ଓ ଛତିଶଗଡ଼ର ସମ୍ପାଦକ ରମେଶ ଚନ୍ଦ୍ର ସାହୁ , ଯୁବା ମଞ୍ଚର ସଭାପତି ଲିଙ୍ଗରାଜ ସାହୁ ପ୍ରମୁଖ ଯୋଗଦାନ କରି ମହିଳା ,ଛାତ୍ରଛାତ୍ରୀ ଓ ଯୁବକ ମାନଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ଜୁନାଗଡ଼ କୁବେର ସମାଜର ସମ୍ପାଦକ ବିଶ୍ୱନାଥ ସାହୁ ,କୋଷ।ଧକ୍ଷ ହରିହର ସାହୁ , ଯୁବ ସଂଗଠନ ସଭାପତି ବିନୟ ସାହୁ ,ସମ୍ପାଦକ ସଂଜୀବ ସାହୁ ,ମହିଳା ମୋର୍ଚାର ସଭାନେତ୍ରୀ କୁଞ୍ଜଳତା ସାହୁ ,ସମ୍ପାଦିକା ମିନା କୁମାରୀ ସାହୁ , ମନ ରଞ୍ଜନ ସାହୁ ,ଜ୍ୟୋତି ପ୍ରକାଶ ସାହୁ ,ସନ୍ତୋଷ ସାହୁ , ସୁଶାନ୍ତ ସାହୁ , ରଞ୍ଜନ ସାହୁ ,ରଶ୍ମିରଞ୍ଜନ ସାହୁ ପ୍ରମୁଖ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ମନ ରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଓଡିଶା ଅମଲା ସଂଘର ସପ୍ତଦଶ ରାଜ୍ୟ ସମ୍ମିଳନୀ ଉଦଯାପିତ 

କଟକ ଜିଲ୍ଲାର ଶବର ସାହି, ମୁଣ୍ଡା ସାହି, ସାନ୍ତାଳ ସାହି ଗାଁ ର ଆଦିବାସୀ ପରିବାରଙ୍କ ଜଙ୍ଗଲ ଜମି ପଟ୍ଟା ତୁରନ୍ତ ପ୍ରଦାନ ପାଇଁ ଜଙ୍ଗଲ ବିଭାଗ ଏବଂ ରାଜସ୍ବ ବିଭାଗ କୁ ନିର୍ଦେଶ ଦେଲେ ସରକାର l ଆଦିବାସୀ ଙ୍କୁ ପଟ୍ଟା ମିଳିବା ଆଶା ଉଜ୍ବଳ 

Sunil Chandra Nayak

ତେଣ୍ଡରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!