ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ୍ମମାଟିରେ ମହାମହିମ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଜନ୍ମମାଟିରେ ମହାମହିମ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ: ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ ସହ ଏକାଧିକ ଜନହିତକର ପ୍ରକଳ୍ପର କଲେ ଉଦ୍‌ଘାଟନ
ରାଇରଙ୍ଗପୁରରେ AIIMS ର ମାଗଣା ସ୍ୱାସ୍ଥ୍ୟ ଶିବିର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ସ୍ପେଶାଲ ସର୍କିଟ ହାଉସ, ପୋଲିସ ଜିଲ୍ଲା ନୂତନ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ; ରାଇରଙ୍ଗପୁରକୁ ରାଷ୍ଟ୍ରପତିଙ୍କ ବଡ଼ ଭେଟି

ରାଇରଙ୍ଗପୁର ୧୯ ଜୁନ ୨୦୨୬  ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଆଜି ପହଞ୍ଚିଛନ୍ତି । ସେଠାରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମ୍ ପାଟୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ।

ନିଜ ପ୍ରଥମ କର୍ମଭୂମି ଏବଂ ଜନ୍ମଭୂମି ଠାରେ ପହଞ୍ଚିବା ପରେ ରାଷ୍ଟ୍ରପତି ଏମ୍ସ (AIIMS) ଭୁବନେଶ୍ୱରର ସହାଭାଗିତାରେ ଆୟୋଜିତ ପ୍ରଥମ ମାଗଣା ସ୍ୱାସ୍ଥ୍ୟ ଶିବିରର ଶୁଭାରମ୍ଭ କରିଥିଲେ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ କଥା ହୋଇଥିଲେ।

ଏହାପରେ ରାଷ୍ଟ୍ରପତି କୁସୁମୀ ବ୍ଲକ ପାଇଁ ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ, ବ୍ରହ୍ମାକୁମାରୀ ସଂଗଠନର ନୂତନ ଭବନ, ସ୍ପେଶାଲ ସର୍କିଟ ହାଉସ ଏବଂ ନବଗଠିତ ରାଇରଙ୍ଗପୁର ପୋଲିସ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ସମେତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଜନହିତକର ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି।

ରାଜ୍ୟରେ ବିକାଶର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଥିବା ଏହି ସମସ୍ତ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ସମୟରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ ଏହି ଗସ୍ତର ସବୁଠାରୁ ଭାବପୂର୍ଣ୍ଣ ଦିଗ ହେଉଛି ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ନିଜ ଜନ୍ମମାଟି ତଥା ପ୍ରଥମ କର୍ମକ୍ଷେତ୍ର ରାଇରଙ୍ଗପୁରରେ ସେ ଏହି ସ୍ୱତନ୍ତ୍ର ଦିନଟିକୁ ଅତିବାହିତ କରୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି।

ଏହି ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ୍ ଆସନ୍ତାକାଲି (୨୦ ଜୁନ) ଓଡ଼ିଶା ଇତିହାସରେ ଏକ ସ୍ମରଣୀୟ ଦିନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମୟୂରଭଞ୍ଜ ଗସ୍ତରେ ଆସି ରାଷ୍ଟ୍ରପତିଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ଓଡ଼ିଶାରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଇରଙ୍ଗପୁରର ଦଣ୍ଡବୋଷ ପଡ଼ିଆଠାରେ ଆୟୋଜିତ “ବିକାଶ ର ଧାରା, ଓଡ଼ିଶା ସାରା” ମେଗା ସମାବେଶରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଯୋଗଦେବେ। ସେ ଏହି ସମୟରେ ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୪୭,୬୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଏଥିରେ ଶକ୍ତି, ରେଳବାଇ, ସଡ଼କ ସଂଯୋଗୀକରଣ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରର ବଡ଼ ବଡ଼ ପ୍ରକଳ୍ପ ସାମିଲ ରହିଛି।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ଆଲମଣ୍ଡା ଠାରେ ଆଦର୍ଶ ବିଦ୍ୟାଳୟ ପାଇଁ ୩ ପଞ୍ଚାୟତ ବାସି ଏକତ୍ରିତ 

masiha

ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ମାସ ମାସ ଧରି ଖୋଲୁନି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ : ଅଞ୍ଚଳବାସୀ ସେବା ପାଇବାରୁ ବଞ୍ଚିତ

masiha

Leave a Comment

error: Content is protected !!