ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ଗାଡ଼ି ଧକ୍କାରେ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁ ର ପରିଚୟ ମିଳିଲା 

ଅଜଣା ଗାଡ଼ି ଧକ୍କାରେ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁ ର ପରିଚୟ ମିଳିଲା 

ବାଲିଗୁଡା, ତା, ୦୪/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟସ୍ଥ ୫୯ ନଂ ଜାତୀୟ ରାଜପଥ ଖଡ଼ଗ ନଦୀ ପୋଲ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ତିନିଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଁଞ୍ଚି ତିନି ଜଣଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି l ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ଗୋଟିଏ ମୋଟରସାଇକେଲରେ ତିନିଜଣ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ସୋଇଯାଇଥିଲା । ଉକ୍ତ ତିନି ଜଣ ନବରଙ୍ଗପୁର ଥାନା ଅଞ୍ଚଳ ର ହୋଇଥିବା ବେଳେ ଶୁଭମ ରାଜ ଜେନା (୨୧) ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ସୁନୀଲ ଜାନୀ (୨୭) ଓ ଚନ୍ଦନ ସୁନା (୨୫) ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ଖବରପାଇ ବାଲିଗୁଡ଼ା ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ଅନ୍ୟ ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତିନିଜଣ ମୃତକଙ୍କ ମର ଶରୀର ବ୍ୟବଚ୍ଛେଦ ପାଇଁ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ଏ ନେଇ ବାଲିଗୁଡ଼ା ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ରିପୋର୍ଟ୍ – ସଂଜୟ କୁମାର ପାଣିଗ୍ରାହୀ 

Related posts

ନିରୀହ ଛାତ୍ରଛାତ୍ରୀ ମାନଙ୍କୁ ନେଇ ହେଉଥିବା ରାଜନୀତି ଦୁର୍ଭାଗ୍ୟ ଜନକ – ବିଧାୟକ ଶ୍ରୀ ତନ୍ତୀ

Sunil Chandra Nayak

ଆଭା ଅନ୍ଵେଷ ପକ୍ଷରୁ କୁତ୍ରାର ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

Sunil Chandra Nayak

ବଜ୍ରପାତରୁ ରକ୍ଷା ପାଇବା ନିମନ୍ତେ ସଚେତନତା ରଥ ପରିକ୍ରମା ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!