୭୭ତମ ବନ ମହୋତ୍ସବରେ ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀଙ୍କ ବୃକ୍ଷ ରୋପଣ
ରାଉରକେଲା ୪/୭, ବୀରମିତ୍ରପୁର ବନାଞ୍ଚଳ ଅନ୍ତର୍ଗତ ଧାଙ୍ଗ୍ରିନାଚା ଠାରେ ଆୟୋଜିତ ୭୭ତମ “ବନ ମହୋତ୍ସବ” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣ କରିଛନ୍ତି ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀ ।
ଏହି ଅବସରରେ ସ୍ଥାନୀୟ ଜନସାଧାରଣ ଓ ବୀରମିତ୍ରପୁର ବନ ବିଭାଗର କର୍ମଚାରୀମାନଙ୍କ ସହ ମିଶି ବୃକ୍ଷରୋପଣ କରିବା ସହିତ ପରିବେଶ ସୁରକ୍ଷା ସମ୍ପର୍କରେ ଆଲୋଚନା କରି ବିଧାୟକ ଶ୍ରୀ ତିର୍କୀ। “ଆସନ୍ତୁ ସମସ୍ତେ ମିଶି ଗୋଟିଏ ଲେଖାଏଁ ଗଛ ଲଗାଇବା ଏବଂ ଆମ ବୀରମିତ୍ରପୁରକୁ ସବୁଜ ସୁନ୍ଦର କରି ଗଢ଼ିତୋଳିବା କାର୍ଯ୍ୟକ୍ରମରେ ରାଉରକେଲା ଡିଏଫ୍ଓ ରବିକାନ୍ତ ମିନା, ରାଉରକେଲା ଏସିଏଫ୍ ସୁରଜିତ କୁମାର, ବୀରମିତ୍ରପୁର ବନ ଅଧିକାରୀ ସୁ୍ଦେଶନା ପ୍ରଧାନ,ବୀରମିତ୍ରପୁର ବିଧାୟକ ପ୍ରତିନିଧି ଶଶି ସାଗର, ବରିଷ୍ଠ ନେତା ଜଗଦୀଶ ଅଗ୍ରୱାଲ, ଛାତ୍ର ନେତା ମହମ୍ମଦ ଏଯାଜ ଆଲମଙ୍କ ସମେତ ବନ ବିଭାଗର ଏବଂ ଅନ୍ଯାନ୍ଯ ଅଧିକାରୀମାନେ ଏହି ୭୭ତମ ବନ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

