ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମ୍ବ ଗାଁ ରେ ଷୋହଳ ପ୍ରହର ନାମ ଯଜ୍ଞ

ମ. ରାମପୁର,୧୬/୫( ମସୀହା): ମ.ରାମପୁର ନିକଟ ପଣ୍ଡକାମାଲ ପଞ୍ଚାୟତ ଆମ୍ବ ଗାଁ ଖମାର ପଡ଼ା ରେ ୧୬ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଛି l ରବିବାର କଳସ ଯାତ୍ରା ଏବଂ ଅଧିବାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସୋମବାର ସକାଳ ୭ ଘ. ୩୬ ମିନିଟରେ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଥିଲା l ମଙ୍ଗବାର ଦିନ ନାମ ଯଜ୍ଞ ଉଦଯାପନ ଏବଂ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ହେବ l ଏହି ନାମ ଯଜ୍ଞ ରେ କଳାହାଣ୍ଡି, ବଲାଙ୍ଗିର, ବୌଦ୍ଧ, ବରଗଡ଼ ଜିଲ୍ଲାର ୧୦ ଗୋଟି ସଙ୍କୀର୍ତ୍ତନ ଦଳ ଅଂଶ୍ରହଣ କରିଛନ୍ତି l ପୂଜକ ଦାୟିତ୍ୱ ରେ ତ୍ରିଲୋଚନ ଦାଶ ଓ ଯୁଗଳ ପ୍ରହରାଜ ରହି ଥିବାବେଳେ ବାଳ ମୁକୁନ୍ଦ ମହାଖୁଡ ଓ ତାଙ୍କ ପତ୍ନୀ ସୌଦାମିନୀ ମହାଖୁଡ କର୍ତ୍ତା ଦାୟିତ୍ୱ ସଂପାଦନ କରୁଛନ୍ତି । ସରୋଜ ମହାଖୁଡ଼, ଗୋବର୍ଦ୍ଧନ ମହାଖୁଡ୍, ସନ୍ତୋଷ କୁମାର ମହାଖୁଡ, ଅର୍ଜୁନ ମାଝୀ, ଟଙ୍କ ମହାଖୁଡ, ଫୁଲ ମହାଖୁଡ଼,ଧୋବା ମହାଖୁଡ ସସ୍ତ୍ରିକ ସପ୍ତଋଷୀ ଦାୟିତ୍ୱ ନିର୍ବାହ କରୁଛନ୍ତି l ଏହି କାର୍ଯ୍ୟକ୍ରମରେ ସଭାପତି ଡମ ବୁଢ଼ା ମାଝୀ ଓ ସମ୍ପାଦକ ଝସ୍ କେତନ ମହାଖୁଡ଼ ଏବଂ ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ମହାଖୁଡ , ବିକ୍ରମ ମହାଖୁଡ଼ ଙ୍କ ସମେତ ପ୍ରକାଶ ଚନ୍ଦ୍ର ସାହୁ, ସୁନ୍ଦର ସିଂ ପୋଢ଼, ପ୍ରଭାସ କୁମାର ମହାଖୁଡ ଓ ସମସ୍ତ ଗ୍ରାମ ବାସୀବୃନ୍ଦ ସହଯୋଗ କରୁଛନ୍ତି l

ମ ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ୍ l

Related posts

ଗଣେଶ ପୂଜା ପାଇଁ ନଗାରୀ ଗାଁ ଉତ୍ସବ ମୁଖର: ରଙ୍ଗୀନ ଆଲୁଅ ରେ ଝଲସୁଛି ସାରା ଗାଆଁ

Sunil Chandra Nayak

କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଫୁଲବାଣୀ ଶାଖା ତରଫରୁ ହିନ୍ଦୀ ପକ୍ଷ ପାଳିତ

Sunil Chandra Nayak

ଜେକେ କାଗଜ କଳରେ ମହାସମାରୋହରେ ସୁରକ୍ଷା ସପ୍ତାହ ପାଳିତ

Sunil Chandra Nayak

Leave a Comment

error: Content is protected !!