ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ବନ ବିଭାଗ ପକ୍ଷରୁ ଏକ ପେଡ୍ ମା କେ ନାମକୁ ନେଇ ୭୭ତମ ବନ ମହୋତ୍ସବ-୨୦୨୬ ପାଳିତ

ରାଉରକେଲା ବନ ବିଭାଗ ପକ୍ଷରୁ ଏକ ପେଡ୍ ମା କେ ନାମକୁ ନେଇ ୭୭ତମ ବନ ମହୋତ୍ସବ-୨୦୨୬ ପାଳିତ

ରାଉରକେଲା ୬/୭, ଆଜି ରାଉରକେଲା ବନ ବିଭାଗ ପକ୍ଷରୁ ୭୭ତମ ବନ ମହୋତ୍ସବ – ୨୦୨୬ ପାଳନ ଅବସରରେ “ଏକ ପେଡ୍ ମା କେ ନାମ”କୁ ନେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

            କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଜ୍ଯସଭା ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରତିନିଧି ରଞ୍ଜିତ ନାୟକ, ରାଉରକେଲା ଇସ୍ପାତ କାରଖାନାର ପ୍ରଭାରୀ ନିର୍ଦ୍ଦେଶକ(ଡିଆଇସି) ଆଲୋକ ବର୍ମା, ରାଉରକେଲା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ରାମାସ୍ୱାମୀ ପି, ରାଉରକେଲା ଏନ୍ଆଇଟି ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ, ସୁନ୍ଦରଗଡ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସମେତ ବଣାଇଁ ବନ ଅଧିକାରୀ ଯଶୋବନ୍ତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। 

    କାର୍ଯ୍ୟକ୍ରମ ଆରମ୍ଭରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ମିୟାୱାକି ବୃକ୍ଷରୋପଣ ସ୍ଥଳ ପରିଦର୍ଶନ କରି “ଏକ ପେଡ୍ ମା କେ ନାମ” ବୃକ୍ଷରୋପଣ ଅଭିଯାନରେ ଅଂଶଗ୍ରହଣ କରିଥିଲେ। ଏଥିସହିତ ସ୍କୁଲ ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କ ସହିତ ଆଲୋଚନା କରିବା ସହ ପରିବେଶ ସଂରକ୍ଷଣରେ ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କରିଥିଲେ।

     ୨୦୨୬-୨୭ ବର୍ଷ ପାଇଁ, ରାଉରକେଲା ବନ ବିଭାଗକୁ ସବୁଜ ଆଚ୍ଛାଦନ ବୃଦ୍ଧି, ଜୈବ ବିବିଧତା ସଂରକ୍ଷଣ ଏବଂ ସ୍ଥାୟୀ ବନ ପରିଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ ୧୪.୬୦ ଲକ୍ଷ ଚାରା ବଣ୍ଟନ ଏବଂ ୩.୨୦ ଲକ୍ଷ ଚାରା ରୋପଣ କରିବାର ଲକ୍ଷ୍ୟ ରଖାଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସେବା ସଂକଳ୍ପ ଅଭିଯାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର। ୬୫ ୟୁନିଟ ରକ୍ତ ସଂଗ୍ରହ..

Sunil Chandra Nayak

ବାଳ ଓ ଯୁବ ସଂସ୍କାର ଶିବିର ଅନୁଷ୍ଠିତ 

masiha

ଧାନ କିଣା କାରବାର ସ୍ବଚ୍ଛତା ଓ ଶୃଙ୍ଖଳିତ ଉଦ୍ୟେଶ ନେଇ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ

masiha

Leave a Comment

error: Content is protected !!