ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ଜେ.ଏମ୍.ଏଫ୍.ସି. କୋର୍ଟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଜୁନାଗଡ଼ରେ ଜେ.ଏମ୍.ଏଫ୍.ସି. କୋର୍ଟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଜୁନାଗଡ଼୭/୭ (ମନୀସ) ଜୁନାଗଡ଼, ଜେ.ଏମ୍.ଏଫ୍.ସି. କୋର୍ଟ, ଜୁନାଗଡ଼ ପକ୍ଷରୁ ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସିଭିଲ ଜଜ ଦୀପେନ୍ଦ୍ର ସିଂହ ରାଠୋର ଯୋଗଦେଇ ବୃକ୍ଷରୋପଣ କରିବା ସହ ପରିବେଶ ସୁରକ୍ଷା ପାଇଁ ବୃକ୍ଷର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା। ସଭାରେ ବୃକ୍ଷରୋପଣ ଓ ପରିବେଶ ସଂରକ୍ଷଣର ମହତ୍ତ୍ୱ ସମ୍ପର୍କରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ତପନ ମାଝୀ, ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ସଭାପତି ସନ୍ତୋଷ ସିଂହ ଦେଓ, ଏ.ପି.ପି. ଟଙ୍କଧର ନାଏକ, ଓକିଲ ସଂଘ ସମ୍ପାଦକ ରମେଶ ନାୟକ, ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ, ଶିକ୍ଷକ ବିଭୁ ପ୍ରସାଦ ପଣ୍ଡା, ଚୁମନ ଦାଶ ନାଏକ, ସଲିଲ ମେହେର,ରେଞ୍ଜର ସିମାଞ୍ଚଳ ମିଶ୍ର, ଆଇନଜୀବୀ ମିଳାପ ଜୈନ, ଏବଂ କୋର୍ଟର କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ।ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଏନ୍‌.ସି.ସି. ଶିକ୍ଷକ ସଞ୍ଜୀବ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏନ୍‌.ସି.ସି. କ୍ୟାଡେଟମାନେ କାର୍ଯ୍ୟକ୍ରମର ସୁପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ସମସ୍ତଙ୍କ ମିଳିତ ଉଦ୍ୟମରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ବ ପରିବେଶ ସୁରକ୍ଷା ପାଇଁ ସାମୂହିକ ସଂକଳ୍ପ ଗ୍ରହଣ କରାଯାଇଥିଲା।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମର୍ମଦୁନ୍ତସଡ଼କ ଦୁର୍ଘଟଣାରେ ତିନି ଗୁରୁତର

masiha

ସାମାଜିକ ଅନୁଷ୍ଠାନ ପ୍ରତିଭା ବିକାଶ ପ୍ରତିଷ୍ଠାନ କଟକ ସଦର ପକ୍ଷରୁ ଶୋକ

masiha

ଏସଜି ଓମେନ୍ସ କଲେଜରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!