ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‘ଘୁମର ସାହିତ୍ୟ ଉତ୍ସବ–୨୦୨୬’ : ସାହିତ୍ୟ, ସଂସ୍କୃତି ଓ ଲୋକଐତିହ୍ୟର ମହାମିଳନ 

‘ଘୁମର ସାହିତ୍ୟ ଉତ୍ସବ–୨୦୨୬’ : ସାହିତ୍ୟ, ସଂସ୍କୃତି ଓ ଲୋକଐତିହ୍ୟର ମହାମିଳନ 

ନବରଙ୍ଗପୁର (ଚନ୍ଦାହାଣ୍ଡି)(ତା. ୭ ଜୁଲାଇ )(ରବି ନାରାୟଣ ମହାନ୍ତି) ପାନାବେଡା ସାହିତ୍ୟ ସଂସଦ, ଚନ୍ଦାହାଣ୍ଡି ଏବଂ ଓଡ଼ିଶା ସାହିତ୍ୟ ଏକାଡେମି, ଭୁବନେଶ୍ୱରର ମିଳିତ ଆନୁକୂଳ୍ୟରେ ପାନାବେଡାଠାରେ ‘ଘୁମର ସାହିତ୍ୟ ଉତ୍ସବ–୨୦୨୬’ ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ସାହିତ୍ୟ, ସଂସ୍କୃତି, ଲୋକଐତିହ୍ୟ ଓ ମାତୃଭାଷାର ସୁରକ୍ଷା ପ୍ରତି ସମର୍ପିତ ଏକ ଅଭିନବ ମଞ୍ଚ ଭାବେ ପରିଗଣିତ ହୋଇଥିଲା।ଉଦ୍‌ଘାଟନୀ ଅଧିବେଶନରେ ପାନାବେଡା ସାହିତ୍ୟ ସଂସଦର ସଭାପତି ଶ୍ରୀ ପୁରୁଷୋତ୍ତମ ପାରିଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବେ ରମେଶ ଚନ୍ଦ୍ର ମାଝୀ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ନଳିନୀ ଦାସ ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ସୁମିତ୍ରା ପୂଜାରୀ, ଡ଼. ମନୋଜ କିଶୋର ନାୟକ, ଓଡ଼ିଶା ସାହିତ୍ୟ ଏକାଡେମିର ପ୍ରାକ୍ତନ ସଦସ୍ୟ ବୁଲୁ ହୋତା ଓ ଅଶୋକ କୁମାର ପଟ୍ଟନାୟକ ଯୋଗଦେଇ ସାହିତ୍ୟ, ଲୋକସଂସ୍କୃତି ଏବଂ ମାତୃଭାଷାର ସଂରକ୍ଷଣ ଓ ପ୍ରସାରର ଆବଶ୍ୟକତା ଉପରେ ମତ ରଖିଥିଲେ।ସଂସଦର ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ସମ୍ପାଦକୀୟ ଅଭିଭାଷଣ ଭାଷଣ ପ୍ରଦାନ କରି ଅତିଥି ଓ ସାହିତ୍ୟପ୍ରେମୀମାନଙ୍କୁ ସ୍ୱାଗତ ଜଣାଇଥିଲେ।ଉତ୍ସବ ଅବସରରେ କବି ବିରଞ୍ଚି ନାରାୟଣ ଦାଶ ଙ୍କ କବିତା ସଂକଳନ ‘ବେଦନାର ପ୍ରତିଶବ୍ଦ’ , ଡ଼. ସୁମନ୍ତ କୁମାର ପାଢ଼ୀଙ୍କ ‘ନୀଳ ନିଶିଥ’ ପୁସ୍ତକ ଏବଂ ‘ଘୁମର’ ସାହିତ୍ୟ ପତ୍ରିକାର ଲୋକାର୍ପଣ କରାଯାଇଥିଲା। ପରବର୍ତ୍ତୀ ଆଲୋଚନାଚକ୍ରରେ ବକ୍ତାମାନେ ଘୁମରର ପରମ୍ପରା, ଆଦିବାସୀ ଲୋକସଂସ୍କୃତି, ଲୋକସାହିତ୍ୟର ସଂରକ୍ଷଣ ଏବଂ ସମକାଳୀନ ଓଡ଼ିଆ ସାହିତ୍ୟର ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ଦ୍ୱିତୀୟ ଅଧିବେଶନରେ ଭୂଦାନ ସମିତି ର ଅଧ୍ୟକ୍ଷ ଶ୍ରୀଯୁକ୍ତ କୃଷ୍ଣ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ଏଭଳି ଉତ୍ସବର ଭୂମିକାକୁ ପ୍ରଶଂସା କରିଥିଲେ। ସେ ଲୋକକଳା, ଲୋକସାହିତ୍ୟ ଓ ଆଦିବାସୀ ପରମ୍ପରାର ସଂରକ୍ଷଣ ପାଇଁ ସମସ୍ତଙ୍କ ସମ୍ମିଳିତ ପ୍ରୟାସର ଆହ୍ୱାନ ଜଣାଇଥିଲେ। ଏହି ଅଧିବେଶନରେ ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ଏବଂ ପାନାବେଡା ଡିଗ୍ରୀ କଲେଜ ଅଧ୍ୟକ୍ଷ ଦ୍ୱାରିକା ନାଥ ବାଘ ସଂମାନୀତ ଅତିଥି ଉପସ୍ଥିତ ଥିଲେ।ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା କବି, ସାହିତ୍ୟିକ, ଗବେଷକ ଓ ସାହିତ୍ୟପ୍ରେମୀମାନେ କବିତା ପାଠ, ସାହିତ୍ୟ ଆଲୋଚନା ଓ ମତବିନିମୟରେ ସକ୍ରିୟ ଅଂଶଗ୍ରହଣ କରି ଉତ୍ସବକୁ ଜୀବନ୍ତ କରିଥିଲେ। ଶେଷରେ ଆୟୋଜକମାନଙ୍କ ପକ୍ଷରୁ ସମସ୍ତ ଅତିଥି, ସହଯୋଗୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଉପସ୍ଥିତ ସାହିତ୍ୟପ୍ରେମୀଙ୍କୁ କୃତଜ୍ଞତା ଜଣାଯାଇଥିଲା।ଏହି ସାହିତ୍ୟ ଉତ୍ସବ କେବଳ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୀମିତ ନ ରହି, ଓଡ଼ିଆ ଭାଷା, ସାହିତ୍ୟ, ଘୁମର ପରମ୍ପରା ଓ ଲୋକଐତିହ୍ୟର ସଂରକ୍ଷଣ ପାଇଁ ଏକ ସଶକ୍ତ ବାର୍ତ୍ତା ପ୍ରଦାନ କରିଥିଲା।ସାହିତ୍ୟ, ସଂସ୍କୃତି ଓ ଲୋକଐତିହ୍ୟର ମହାମିଳନ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା 

Related posts

ସ୍ଥାୟୀ ଜୀବନଶୈଳୀ ଓ ଶକ୍ତି ସଂରକ୍ଷଣ ଆଲୋଚନାଚକ୍ର

Sunil Chandra Nayak

ମାଣିକେଶ୍ବରୀ ୟୁନିଭର୍ସିଟିର ଛାତ୍ରୀ ତୋଫାଳୀ ମୃତ୍ୟୁ ଘଟଣାକୁ ରାଜନୀତି କରଣକୁ ନିନ୍ଦା ; ନ୍ୟାୟ ପାଇଁ ଲଢ଼େଇ ଜାରୀ ରଖିବ ଫୋରମ୍ 

masiha

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ କେନ୍ଦ୍ରରେ ବିଶ୍ୱ ବୌଦ୍ଧିକ ଗୁଣଧର୍ମ ଦିବସ ପାଳନ

masiha

Leave a Comment

error: Content is protected !!