ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୫୦ ଗ୍ରାମ୍ ହେରୋଇନ୍ ଜବତ ସହିତ ଦୁଇଜଣଙ୍କୁ ଗିରଫ କଲା ରାଉରକେଲା ପୋଲିସ୍

୫୦ ଗ୍ରାମ୍ ହେରୋଇନ୍ ଜବତ ସହିତ ଦୁଇଜଣଙ୍କୁ ଗିରଫ କଲା ରାଉରକେଲା ପୋଲିସ୍

ରାଉରକେଲା ୦୭/୭, ଆଜି ସକାଳେ ପ୍ଲାଣ୍ଟସାଇଟ୍ ଥାନାର ଏସ୍ଆଇ ବିଭୂତି ଭୂଷଣ ଖଟେଇ ଥାନା ପୋଲିସ୍ ଷ୍ଟାଫ୍‌ଙ୍କ ସହିତ ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ ଦିନ ପେଟ୍ରୋଲିଂ ଡ୍ୟୁଟି କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ରାଉରକେଲାର ଫାଟାପାଇପ୍ ନିକଟସ୍ଥ ବିଶ୍ରା ବନ୍ଧମୁଣ୍ଡା ରାସ୍ତାରେ ଏକ ଅବକାରୀ (ଏନଡିପିଏସ୍) ମାମଲା ଚିହ୍ନଟ କରିଥିଲେ। ଦୁଇ ଅଭିଯୁକ୍ତ ବ୍ୟକ୍ତି ଶିବ ସୋନି ଓରଫ୍ ପୁକୁ ଏବଂ ସୋନୁ କୁମାର ଗୁପ୍ତା ସ୍କୁଲ ଓ କଲେଜରେ ପଢ଼ୁଥିବା ଛାତ୍ରଙ୍କ ସମେତ ନିରୀହ ଲୋକଙ୍କୁ ସେମାନଙ୍କର ଆର୍ଥିକ ଲାଭ ପାଇଁ ବିକ୍ରୟ କରିବା ଉଦ୍ଦେଶ୍ୟରେ ଧଳା ଜହର (ନିଷେଧିତ ହେରୋଇନ୍) ନିଜ ପାଖରେ ରଖିଥିଲେ ଅଥବା ବିକ୍ରୟ କରୁଥିଲେ।

      ଅଭିଯୁକ୍ତ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ଫଟା ପାଇପ୍ ଅଞ୍ଚଳର ଶିବ ଶଙ୍କର ନଗରର ଶିବ ସୋନି ଓରଫ୍ ପୁକୁ (୩୦) ଏବଂ ଅନ୍ୟ ଜଣକ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ଫଟା ପାଇପ୍ ଶିବ ଶଙ୍କର ନଗରର ସୋନୁ କୁମାର ଗୁପ୍ତା (୩୦) ବର୍ଷ ।

    ଉଭୟ ଅଭିଯୁକ୍ତଙ୍କ ନିକଟରୁ ସମୁଦାୟ ୫୦ ଗ୍ରାମ ନିଷେଧ ହେରୋଇନ୍ ଜବତ୍ କରାଯିବା ସହିତ ୨ଟି ମୋବାଇଲ୍ ଫୋନ୍ ଏବଂ ନଗଦ ୧୨,୬୦୦ (୧୨ ହଜାର ୬୦୦ ଟଙ୍କା) ଜବତ୍ କରାଯାଇଛି। ଉଭୟ ଅଭିଯୁକ୍ତଙ୍କୁ *ପ୍ଲାଣ୍ଟସାଇଟ୍ ପିଏସ୍ କେସ୍ ନମ୍ବର-୭୦୪, ତା ୦୭.୦୭.୨୦୨୬ ରିଖ, ୨୧(ବି) ଏନଡିପିଏସ୍ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜଗତସିଂହପୁର ତହସିଲଦାର ଜବତ କଲେ ଦୁଇଟି ହାଇୱା

ବେଆଇନ ଭାବେ ପିଡିଏସ ଚାଉଳ ଚାଲାଣ ବେଳେ ପୋଲିସ ଦ୍ୱାରା ଜବତ କିନ୍ତୁ ମଧ୍ୟରାତ୍ରରେ ୩ ଟି ଟ୍ରକ ଛାଡ଼ି ଦେଲେ !!

Sunil Chandra Nayak

ଗୁଣିଗାରିଡି ସନ୍ଦେରେ ଜଣଙ୍କୁ ହତ୍ୟା ଦୁଇ ଅଟକ

masiha

Leave a Comment

error: Content is protected !!