ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ୱରରେ ପ୍ରଥମ ଥର ପାଇଁ ଆଇ.ସି.ଏସ. ଈ ବାଲେଶ୍ୱର ଜୋନ୍ ସ୍ତରୀୟ ସ୍କେଟିଙ୍ଗ ଟୁର୍ଣ୍ଣ।ମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ଜଳେଶ୍ୱରରେ ପ୍ରଥମ ଥର ପାଇଁ ଆଇ.ସି.ଏସ. ଈ ବାଲେଶ୍ୱର ଜୋନ୍ ସ୍ତରୀୟ ସ୍କେଟିଙ୍ଗ ଟୁର୍ଣ୍ଣ।ମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ଜଳେଶ୍ଵର ,୮/୭-(ମନିସ)-ଆସନ୍ତା ଜୁଲାଇ ୧୦ ତାରିଖ ସକାଳ ୮ ଘଟିକା ଠାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଜଳେଶ୍ଵର ସେଣ୍ଟ ଜେମ୍ସ କନଭେଣ୍ଟ ସ୍କୁଲ ଓ ନର୍ଥ ଓଡ଼ିଶା ସ୍କେଟିଙ୍ଗ ଏକାଡେମୀ ମିଳିତ ଆନକୂଲ୍ୟରେ ପ୍ରଥମ ଥର ପାଇଁ ଜାତୀୟ ରାଜପଥ ସନ୍ନିକଟ ଲକ୍ଷ୍ମଣନାଥ ଟୋଲ୍ ପ୍ଲାଜା ନିକଟରେ ଆଇ.ସି.ଏସ. ଈ ବାଲେଶ୍ୱର ଜୋନ୍ ସ୍ତରୀୟ ସ୍କେଟିଙ୍ଗ ଟୁର୍ଣ୍ଣ।ମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏକାଡେମୀ ସଭାପତି ସୁକୁମାର ରଣାଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ସାଧାରଣ ସମ୍ପାଦକ ଭୂପତି ଭୋଇ,ପଦ୍ମିନୀ ଦାଶ,ତପସ୍ୱିନୀ ସାହୁ,ପ୍ରତିଭା ରାଣୀ ଜେନା, ସୁଲତାନା ବିବି, ଚିତ୍ରଲେଖା ବେହେରା,କୋଚ୍ ସୁଶାନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ଶେଷରେ ଏକାଡ଼େମୀ ବରିଷ୍ଠ ସଭ୍ୟ ସୁମନ୍ତ ଦେ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ ଟୁର୍ଣ୍ଣ।ମେଣ୍ଟରେ ବାଲେଶ୍ୱର,ଭଦ୍ରକ ,ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ ଆଇ.ସି.ଏସ. ଈ ସ୍କୁଲ ଛାତ୍ର ମାନେ ଅଂଶ ଗ୍ରହଣ କରିବେ ବୋଲି ସାଧାରଣ ସମ୍ପାଦକ ଶ୍ରୀ ଭୋଇ ସୂଚନା ଦେଇଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ମାତୃଭାଷା, ସଂସ୍କୃତି, ପରମ୍ପରା ହିଁ ଜାତିର ନିର୍ଦ୍ଦିଷ୍ଟ ଜାତିର ପରିଚୟ : ଡ଼ବର

Sunil Chandra Nayak

ଶିଳାନ୍ଯାସକୁ ନେଇ ହେଲା ସାମ୍ବାଦିକ ସମ୍ମିଳନୀ

masiha

ପୁରାତନ ଜୁନାଗଡ଼ ଏନ ଏ ସି କୁ ମୁନିସିପାଲିଟି ପାଇଁ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!