ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାରୀରିକ କ୍ରୀଡା ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

ଶାରୀରିକ କ୍ରୀଡା ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଆସିକା, ୧୦/୭/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକ ଶାରୀରିକ କ୍ରୀଡା ଶିକ୍ଷକ ସଂଘ ପକ୍ଷରୁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ବେଠୁଆର ସ୍ଥିତ ମା ଘୋଡାଦେଇ ଠାକୁରାଣୀ ଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କ୍ରୀଡ଼ା ଶିକ୍ଷକ ମଙ୍ଗୁଳୁ ଜେନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ସ୍ୱାଇଁ,ସମ୍ମାନୀତ ଅତିଥିଭାବେ ଏ ବି ଇ ଓ ସୌରି ଶଙ୍କର ବେହେରା, ଅନ୍ୟତମ ଅତିଥି ଭାବରେ ଛତ୍ରପୁର ବ୍ଲକ କ୍ରୀଡ଼ା ଶିକ୍ଷକ ସଂଘ ସମ୍ପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ପାତ୍ରପୁର ବ୍ଲକ ର ଅରୁଣ କୁମାର ମହାନ୍ତି, ରଙ୍ଗେଇଲୁଣ୍ଡା ବ୍ଲକର ସୀତାରାମ ବେବର୍ତ୍ତା, ହିଞ୍ଜିଳି ବ୍ଲକର ବିଭୂତି ପଟ୍ଟନାୟକ, ସୋରଡା ବ୍ଲକର ସୁନୀଲ ଦାସ, ଆସିକା ବ୍ଲକର କୈଳାସ ଚନ୍ଦ୍ର ଗୌଡ଼,ବ୍ରହ୍ମପୁର ର ବରିଷ୍ଠ କ୍ରୀଡ଼ା ଶିକ୍ଷକ ଅରୁଣ ପ୍ରଧାନ,ଗୋପାଳପୁର ର ବରିଷ୍ଠ କ୍ରୀଡ଼ା ଶିକ୍ଷକ ମିଳନ ବେହେରା ,ମାର୍ଗ ଦର୍ଶକ ଏମ ଗୌରାଙ୍ଗ ପ୍ରମୁଖ ଉପସ୍ଥିତ ରହି ଧରାକୋଟ ବ୍ଲକ ସ୍ତରରେ କ୍ରୀଡ଼ାର ଭିତ୍ତିଭୂମି ନିର୍ମାଣ ଓ ଉଦୀୟମାନ କ୍ରୀଡ଼ାବିତ ସୃଷ୍ଟି ପାଇଁ ମାର୍ଗଦର୍ଶନ କରିଥିବା ବାସୁଦେବ ଉଚ୍ଚ ବିଦ୍ୟାଳୟ ଯାହାଡା ର ବିଦାୟୀ କ୍ରୀଡ଼ା ଶିକ୍ଷକ ତଥା ବ୍ଲକ କ୍ରୀଡ଼ା ଶିକ୍ଷକ ସଂଘ ସମ୍ପାଦକ ପାଣ୍ତବ ସ୍ୱାଇଁଙ୍କ ଅବଦାନ ଓ ସମର୍ପଣ ଗୁଣର ଅତିଥିମାନେ ଭୁରୀୟସି ପ୍ରଶଂସା କରିଥିଲେ। ଏହି ଅବସରରେ ନୂତନ ବ୍ଲକ ଶାରୀରିକ କ୍ରୀଡା ସଂଘର ସମ୍ପାଦକ ଭାବରେ କ୍ରୀଡା ଶିକ୍ଷକ ବିଶ୍ଵଜିବନ ସାହୁ ଓ ସହ ସମ୍ପାଦକ ଭାବରେ ଅନିଲ ନାୟକ ଙ୍କୁ ମନୋନୀତ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ରୀଡା ଶିକ୍ଷକ ହର୍ଷ ବିଷୋୟୀ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ସଞ୍ଜୟ ଏକ୍କା ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ନନ୍ଦାହାଣ୍ଡିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଗା ରକ୍ତଦାନ ଶିବିରରେ ୬୧ ୟୁନିଟ ରକ୍ତ ସଂଗ୍ରହ

masiha

୧- ଅଣନିଶ୍ୱାସୀ ହୋଇ ୬ ଜଣ ଛାତ୍ରୀ ଅସୁସ୍ଥ , ୨-ସିବିଏସଇ ଜୋନାଲ ତାଇକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ଖେଳାଳୀଙ୍କୁ ସ୍ୱର୍ଣ୍ଣ ସହ ରୌପ୍ୟ ଏବଂ କାଂସ୍ୟ ପଦକ, ୩- କବାଟ ତାଡି ତିନୋଟି ଦୋକାନ ରୁ ଲୁଟ , ୪- ହିନ୍ଦୋଳ ନିର୍ବାଚନମଣ୍ଡଳୀ ଓଡାପଡା ବିଜୁଜନତାଦଳ’ର ସଂଗଠନିକ ବୈଠକ, ୫- ଭାପୁର ବାରି ପୋଖରୀରେ ବୁଡି ଯୁବକ ମୃତ ,୬-ଡବଲ ଇଞ୍ଜିନ ସରକାରରେ ଡାକ୍ତର ମରୁଡ଼ି, ରୋଗୀ ହନ୍ତସନ୍ତ 

Sunil Chandra Nayak

ମୁନିଗୁଡାରେ ଦିନିକିଆ ଗସ୍ତରେ   ସ୍କୁଲ ଓ ଗଣଶିକ୍ଷା ଆୟୋଗ- ସଚିବଙ୍କୁ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଦାବିପତ୍ର ପ୍ରଦାନ 

masiha

Leave a Comment

error: Content is protected !!